News7 Logo

ଏନ୍‌ଡିଏ ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ ଉପରାଷ୍ଟ୍ରପତି ନିର୍ବାଚିତ: ବିରୋଧୀ ଦଳର ସାଂସଦଙ୍କ କ୍ରସ୍ ଭୋଟିଂ

NEWS7
CP Radhakrishnan is new Veep, Sudershan Reddy's tally shows cracks in Opposition

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଘୋଷଣା ହୋଇଛି। ଏନ୍‌ଡିଏ ପ୍ରାର୍ଥୀ ତଥା ମହାରାଷ୍ଟ୍ର ପୂର୍ବତନ ଗଭର୍ଣ୍ଣର ସିପି ରାଧାକ୍ରିଷ୍ଣନ ଦେଶର ୧୪ ତମ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ଏନ୍‌ଡିଏ ପ୍ରାର୍ଥୀ ବି ସୁଦର୍ଶନ ରେଡ୍ଡିଙ୍କୁ ସେ ବଡ଼ ବ୍ୟବଧାନରେ ପରାସ୍ତ କରି ନିର୍ଦ୍ଦ୍ୱନ୍ଦ୍ୱନ୍ଦ୍ୱରେ ବିଜୟୀ ହୋଇଛନ୍ତି। ରାଧାକ୍ରିଷ୍ଣନ୍ ମୋଟ ୭୬୭ ଭୋଟ୍ ମଧ୍ୟରୁ ୪୫୨ ଭୋଟ୍ ପାଇଥିଲେ, ଅନ୍ୟପଟେ ଶ୍ରୀ ରେଡ୍ଡିଙ୍କୁ ୩୦୦ ଖଣ୍ଡ ଭୋଟ୍ ମିଳିଥିଲା। ବିରୋଧୀ ଦଳର କିଛି ସାଂସଦଙ୍କର କ୍ରସ ଭୋଟିଂ ଯୋଗୁ ଏଭଳି ସ୍ଥିତି ହୋଇଛି। ଯାହା ବିରୋଧୀ ମେଣ୍ଟରେ ଥିବା ଫାଟକୁ ଉଜାଗର କରିଛି।

​​​​​​​ମତଦାନ ସରିବା ପରେ, କଂଗ୍ରେସ ନେତା ଜୟରାମ ରମେଶ ଦାବି କରିଥିଲେ ଯେ  ଶ୍ରୀ ରେଡ୍ଡି ୩୧୫ ଭୋଟ ପାଇବେ। ହେଲେ ରେଡ୍ଡିଙ୍କୁ ଏଥିରୁ ମାତ୍ର ୧୫ ଖଣ୍ଡ ଭୋଟ କମ ମିଳିଛି। ଏହି ପରାଜୟ ପରେ, ରେଡ୍ଡୀ ଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ କହିଛନ୍ତି ଯେ ସେ ଫଳାଫଳକୁ "ବିନମ୍ରତାର ସହିତ ଗ୍ରହଣ କରୁଛି।" ଏତିସହିତ ସେ ରାଧାକୃଷ୍ଣନଙ୍କୁ କାର୍ଯ୍ୟଭାର ଗ୍ରହଣ କରିବାକୁ ଯାଉଥିବାରୁ ତାଙ୍କୁ ବହୁତ ବହୁତ ଶୁଭକାମନା ଜଣାଇଛନ୍ତି।

ଉପରାଷ୍ଟ୍ରପତି ନିର୍ବାଚନରେ ​​୭୮୮ ଜଣ ଯୋଗ୍ୟ ସାଂସଦଙ୍କ ମଧ୍ୟରୁ ୭୬୭ ଜଣ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଥିଲେ। ଫଳରେ ୯୮.୨ ପ୍ରତିଶତ ମତଦାନ ହୋଇଥିଲା। ୭୫୨ଟି ଭୋଟ ବୈଧ ଏବଂ ୧୫ଟି ଅବୈଧ ଥିଲା ବୋଲି ରିଟର୍ଣ୍ଣିଂ ଅଫିସର ପିସି ମୋଡି ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି। ଏହି ନିର୍ବାଚନରେ ୧୩ ଜଣ ସାଂସଦ ଭୋଟଦାନରୁ ବିରତ ରହିଥିଲେ। ସେମାନଙ୍କ ମଧ୍ୟରେ ବିଜୁ ଜନତା ଦଳ (ବିଜେଡି)ର ୭ ଜଣ, ଭାରତ ରାଷ୍ଟ୍ର ସମିତି (ବିଆରଏସ)ର ୪ ଜଣ, ଶିରୋମଣି ଅକାଳୀ ଦଳ (ଏସଏଡି)ର ଜଣେ ଏବଂ ଜଣେ ସ୍ୱାଧୀନ ସାଂସଦ ଥିଲେ।

ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଜଗଦୀପ ଧନଖର ଜୁଲାଇ ୨୧ ତାରିଖରେ ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଆଶ୍ଚର୍ଯ୍ୟଜନକ ଭାବେ ନିଜ ପଦରୁ ଇସ୍ତଫା ଦେଇଥିଲେ। ଏହାର ୫୦ ଦିନ ପରେ ଏହି ନିର୍ବାଚନ ହୋଇଛି।

୬୮ ବର୍ଷୀୟ ରାଧାକୃଷ୍ଣନ୍ କୋଏମ୍ବାଟୁରରୁ ଦୁଇଥର ଲୋକସଭା ସାଂସଦ ଭାବେ ନିର୍ବାଚିତ ହୋଇଥିବା ବେଳେ ସେ ବର୍ତ୍ତମାନ ମହାରାଷ୍ଟ୍ରର ରାଜ୍ୟପାଳ ଅଛନ୍ତି। ସେ ଗୌଣ୍ଡର-କୋଙ୍ଗୁ ଭେଲାଲାର ଓବିସି ସମ୍ପ୍ରଦାୟର ନେତା। ଅନ୍ୟପକ୍ଷରେ ତାଙ୍କ ବିରୋଧରେ ନିର୍ବାଚନ ଲଢିଥିବା ୭୯ ବର୍ଷୀୟ ଶ୍ରୀ ରେଡ୍ଡି ହେଲେ ତେଲେଙ୍ଗାନାର ଅବସରପ୍ରାପ୍ତ ସୁପ୍ରିମକୋର୍ଟ ବିଚାରପତି। ସାଲୱା ଜୁଡୁମ୍ କଳାଧନ  ବିରୋଧରେ  ସେ ଦେଇଥିବା ରାୟକୁ ନେଇ ଶ୍ରୀ ରେଡ୍ଡୀ ବେଶ୍ ଜଣାଶୁଣା।

ମଙ୍ଗଳବାର ସକାଳ ୧୦ଟାରେ ମତଦାନ ଆରମ୍ଭ ହୋଇଥିଲା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ମତଦାନ କରିଥିଲେ। କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ସହିତ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ବିଜେପି ସଭାପତି ଜେପି ନଡ୍ଡା ଏବଂ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ମଧ୍ୟ ମତଦାନ କରିଥିଲେ। ମତଦାନ ସନ୍ଧ୍ୟା ୫ଟାରେ ଶେଷ ହୋଇଥିଲା ଏବଂ ଭୋଟ ଗଣତି ସନ୍ଧ୍ୟା ୬ଟାରେ ଆରମ୍ଭ ହୋଇଥିଲା।

ନିର୍ବାଚନ ମଣ୍ଡଳରେ ମୋଟ ୭୮୧ ଜଣ ସାଂସଦ ଅଛନ୍ତି (ରାଜ୍ୟସଭାରେ ୨୩୮ ଏବଂ ଲୋକସଭାରେ ୫୪୨)।  ସେଥିରେ ବିଆରଏସ ଏବଂ ବିଜେଡି ଭୋଟ ଦେବାରୁ ବିରତ ରହିବାରୁ, ପ୍ରଭାବଶାଳୀ ସଂଖ୍ୟା ଥିଲା ୭୭୦। ସେଥିରୁ ବହୁମତ ସଂଖ୍ୟା ହେଉଛି ୩୮୬।  ତେବେ ସଂସଦରେ ଏନଡିଏର ୪୨୫ ଜଣ ସାଂସଦ ଥିବା ବେଳେ ୱାଇଏସଆର କଂଗ୍ରେସ ପାର୍ଟି (୧୧ ଜଣ ସାଂସଦ)ର ସମର୍ଥନ ବି ରହି ମେଣ୍ଟ ପାଖରେ ରହିଥିଲା। ଯାହା ଫଳରେ ଏହାର ସଂଖ୍ୟା ୪୩୬ ରେ ପହଞ୍ଚିଛି।  ଅନ୍ୟପକ୍ଷରେ ଇଣ୍ଡିଆ ବ୍ଲକ୍‌କୁ ୩୨୪ ଜଣ ସାଂସଦ ସମର୍ଥନ କରିଥିଲେ।