News7 Logo

୪ ଘଣ୍ଟାର ପ୍ରୟାସ ହେଲା ସଫଳ, ମହାନଦୀରୁ ଉଦ୍ଧାର ହେଲେ ଗାଈ ପଲ

NEWS7
cow

ବାଙ୍କୀ ୦୭।୦୯ : ଦୀର୍ଘ ୪ ଘଣ୍ଟା ପ୍ରୟାସ ହେଲା ସଫଳ । ଶେଷରେ ବଢିଲା ପାଣିରୁ ଉଦ୍ଧାର ହେଲେ ଗାଈ ପଲ। ଲଗାଣ ବର୍ଷା ସାଙ୍ଗକୁ ହୀରାକୁଦ ଗେଟ୍‌ ଖୋଲିବାରୁ ମହାନଦୀରେ ଏବେ ଛୋଟ ବନ୍ୟାର ପରିଲକ୍ଷଣ କରାଯାଇଛି।

ଖବର ଅନୁଯାୟୀ, ଲଗାଣ ବର୍ଷା ଲାଗି ମହାନଦୀରେ ଜଳସ୍ତର ବଢିଥିଲା । ଏପିରିକି ହୀରାକୁଦର ଗେଟ୍‌ ଖୋଲିବା ସଂଖ୍ୟା ବୃଦ୍ଧି କରାଯାଇଥିଲା । ଯାହାଫଳରେ ମହାନାଦୀରେ ଜଳସ୍ତର ବଢିବାରେ ଲାଗିଥିଲା । ତେବେ ମହାନଦୀରେ ପାଣି ବଢିବା ପୂର୍ବରୁ କଟକ ଜିଲ୍ଲା ବାଙ୍କୀ କୁସପଙ୍ଗି ଗାଁ ୩୭ ଟିକିଆ ଗାଈ ପଲ ନଦୀ ପଠାକୁ ଚରିବାକୁ ଯାଇଥିଲା । ପାଣି ବଢିଯିବାରୁ ଗାଈ ପଲ କୂଳକୁ ଆସିବାରେ ସକ୍ଷମ ହୋଇନଥିଲେ । ଯାହାଫଳରେ ଶନିବାରଠୁ ଫସିରହିଥିଲା ଗାଈ ପଲ । ଶେଷରେ ରବିବାର ଦିନ ଗାଁଲୋକ ଡମପଡ଼ା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ସକାଳୁ ସକାଳୁ ଅଗ୍ନିଶମ ବାହିନୀ ପହଞ୍ଚି ୪ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ଉଦ୍ଧାର ହୋଇଛନ୍ତି ଗାଈ ପଲ । ​​​​​​​