LIVE TV

ଅବପାତରେ ପରିଣତ ହେବନି ଲଘୁଚାପ, ଆହୁରି ହେବ ଦୁର୍ବଳ ; ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ସ୍ପଳ୍ପ ବର୍ଷା

NEWS7
covid-warrior-died-in-sambalpur

ଭୁବନେଶ୍ୱର ୨୩।୧୦ : ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଓ ତାମିଲନାଡୁ ଉପକୂଳରେ ଥିବା ସ୍ପଷ୍ଟ ଚିହ୍ନିତ ଲଘୁଚାପ  ଅବପାତରେ ପରିଣତ ହେବନି। ଗୁରୁବାର ସୁଦ୍ଧା ଏହା ଦୁର୍ବଳ ହୋଇ ଲଘୁଚାପକୁ ଖସିବ । ପାଣିପାଗ  ବିଭାଗ(ଆଇଏମଡି) ଏହି ତାଜା ପୂର୍ବାନୁମାନ କରିଛି । ଏହି ସ୍ପଷ୍ଟ ଚିହ୍ନିତ ଲଘୁଚାପ  (ୱେଲ ମାର୍କଡ୍‌ ଲୋ ପ୍ରେସର) ଅବପାତରେ ପରିଣତ ହେବ ବୋଲି ଆଇଏମ୍‌ଡି ପୂର୍ବରୁ ଆକଳନ କରିଥିଲା । କିନ୍ତୁ ଆଜି ଏହା ବଦଳିଛି। ଏହା ଅଧିକ ବଳୁଆ ହୋଇ ଅବପାତ ହେବା ବଦଳରେ ଦୁର୍ବଳ ହୋଇଛି। ଏହା କ୍ରମଶଃ ପଶ୍ଚିମ-ଉତ୍ତର ପଶ୍ଚିମ  ଦିଗରେ ମୁହାଁଇ ଉତ୍ତର ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶକୁ ଅଗ୍ରସର ହେବ। ସେଠାରେ ଏହା ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହେବ ବୋଲି ଆଇଏମଡି ପକ୍ଷରୁ କୁହାଯାଇଛି।

ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ପରିମାଣର ବର୍ଷା ହୋଇଛି । ଗତ ୨୪ ଘଣ୍ଟାରେ ଖୋର୍ଦ୍ଧାରେ ୬୦ମିମି, ବଲାଙ୍ଗୀର ସଇଁତଳାରେ  ୬୦, ନୟାଗଡ଼ ଓଡ଼ଗାଁରେ ୬୦, କନ୍ଧମାଳ କଳିଙ୍ଗାରେ ୪୦, ଖୋର୍ଦ୍ଧା ଟାଙ୍ଗୀରେ ୪୦, କଳାହାଣ୍ଡି ଲାଞ୍ଜିଗଡ଼ରେ ୩୦, ରାୟଗଡ଼ା ଅମ୍ବାଡୋଲାରେ ୩୦, ନୟାଗଡ଼ ରଣପୁରରେ ୨୦ବଲାଙ୍ଗୀର ଟିଟିଲାଗଡ଼ରେ ୨୦, ବଲାଙ୍ଗୀର ଗୁଡଭେଲାରେ ୨୦, ଖୋର୍ଦ୍ଧା ଚିଲିକାରେ ୨୦ମିମି ବର୍ଷା ରେକର୍ଡ ହୋଇଛି।  ଗୁରୁବାର ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ସ୍ୱଳ୍ପ ଓ ମଧ୍ୟମ ପରିମାଣର ବର୍ଷା ହୋଇପାରେ । ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତିରାୟଗଡ଼ା, କୋରାପୁଟ, ମାଲକାନଗିରି, କନ୍ଧମାଳକଳାହାଣ୍ଡି ଓ ନବରଙ୍ଗପୁରରେ ଘଡ଼ଘଡ଼ି ସହ ବର୍ଷା  ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।