News7 Logo

ମୌସୁମୀ ଅଧିବେଶନରେ କଂଗ୍ରେସ ଆଣିବ ଅନାସ୍ଥା ପ୍ରସ୍ତାବ, ବିଧାୟକ ଦଳ ବୈଠକରେ ନିଷ୍ପତ୍ତି

NEWS7
Congress

ଭୁବନେଶ୍ଵର: କାଲିଠୁ କମ୍ପିବ ବିଧାନସଭା ।୧୮ରୁ ୨୫ ତାରିଖ ଯାଏଁ ଚାଲିବ ବିଧାନସଭାର ମୌସୁମୀ ଅଧିବେଶନ । ଏହି ଅଧିବେଶନରେ ମୋଟ ୭ଟି କାର୍ଯ୍ୟ ଦିବସ ରହିଛି । ମୌସୁମୀ ଅଧିବେଶନ ସମୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବାକୁ ସଜବାଜ ହୋଇଛନ୍ତି ବିରୋଧୀ । ତେବେ ରାଜ୍ୟରେ ବଢୁଥିବା ନାରୀ ନିର୍ଯାତନା, ଚାଷୀଙ୍କ ପ୍ରତି ଚରମ ଅବହେଳା, ଶିକ୍ଷା କ୍ଷେତ୍ରରେ ଦୁର୍ନୀତି ଏବଂ ଅବହେଳା ଆଦି ପ୍ରସଙ୍ଗରେ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ନିଷ୍ପତ୍ତି ନେଇଛି।

ନାରୀ ଧର୍ଷଣ, ହତ୍ୟା, ବଳଙ୍ଗା, ବାଲେଶ୍ୱର, ଗୋପାଳପୁର, ବ୍ରହ୍ମଗିରି ଗଣ ଦୁଷ୍କର୍ମ ଏବଂ ଟ୍ରାଫିକ କନେଷ୍ଟବଳ ମହିଳା ଟ୍ରାଫିକ ପୋଲିସ ଙ୍କ ଶବ କେଉଁଝର ଜଙ୍ଗଲରେ ମିଳିବା, ଏସବୁ ଜିନିଷ ରାଜ୍ୟ ବାସୀଙ୍କ ମନରେ ଅସନ୍ତୋଷ ଦେଇଛି। ମୁଖ୍ୟମନ୍ତ୍ରୀ ଗୃହ ବିଭାଗ ଦାୟିତ୍ୱ ରେ ଅଛନ୍ତି। କଂଗ୍ରେସ ଏସବୁ ପ୍ରସଙ୍ଗରେ ସରକାରଙ୍କୁ ଚେତାଇଲେ ମଧ୍ୟ ସରକାର ଚିନ୍ତା କରୁନାହାନ୍ତି | ରାଜ୍ୟରେ ସାରର ଘୋର ଅଭାବ ରହିଛି| ଦୁଇ ଗୁଣ ଅଧିକା ଦାମରେ ସାର କିଣୁଛି ଚାଷୀ।  ବିରୋଧୀ ବାରମ୍ବାର ଏହି ପ୍ରସଙ୍ଗ ଉଠାଇଲେ ମଧ୍ୟ ସାର ବଣ୍ଟନ କରି ପାରିନାହାନ୍ତି ସାର | ବୀମା ପଇସା ଚାଷୀଙ୍କୁ ମିଳୁନି |

ଧାନ କଟନି ଚଟନି ହେଉଛି। ଶିକ୍ଷା କ୍ଷେତ୍ରରେ ଦୁର୍ନୀତି ଏବଂ ଅବହେଳା ସହ ଛାତ୍ର ସଂସଦ ନିର୍ବାଚନ ଘୋଷଣା ହୋଇ ପାରିଲାନି। ସ୍ଵଚ୍ଛ ପାଣି ନ ମିଳିବାରୁ ୧୧ ଜିଲ୍ଲାରେ ହଇଜା | ଏସବୁ ସମସ୍ୟା ରହିଛି | ସରକାର ସବୁ କ୍ଷେତ୍ରରେ ଅବିଶ୍ୱାସ ଦେଖାଇଛନ୍ତି ସେଥିପାଇଁ କଂଗ୍ରେସ ବିଧାନସଭାରେ ଆଣିବ ଅନାସ୍ଥା ପ୍ରସ୍ତାବ ବୋଲି ପିସିସି ସଭାପତି ଭକ୍ତ ଦାସ କହିଛନ୍ତି।