ରାହୁଲ ଗାନ୍ଧୀଙ୍କ ପରେ ଓଡ଼ିଶାରେ ଭୋଟ୍ ଚୋରି ଅଭିଯୋଗ ଆଣିଲେ ସୋଫିଆ ଫିର୍ଦ୍ଦୋସ

Published By : Prameya-News7 Bureau | August 12, 2025 IST

କଟକ ୧୨।୮: ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଭୋଟ୍ ଚୋରି ଅଭିଯୋଗ ଆଣିବା ପରେ ଓଡ଼ିଶାରେ ମଧ୍ୟ ଭୋଟ୍ ଚୋରି ହୋଇଥିବା ଅଭିଯୋଗ ଆଣିଛନ୍ତି ବାରବାଟୀ କଟକ ବିଧାୟକ ସୋଫିଆ ଫିର୍ଦ୍ଦୋସ । କଟକରେ ଏକ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ବିଧାୟକ ଏଭଳି ଅଭିଯୋଗ ଆଣିଛନ୍ତି । ରାହୁଲ ଆଣିଥିବା ଅଭିଯୋଗକୁ ପ୍ରମାଣିତ କରିବା ପାଇଁ କିଛି ଭୋଟରଙ୍କ ଏପିକ୍ ନମ୍ବରକୁ ନେଇ ଡିଜିଟାଲ ସ୍କ୍ରିନରେ ଡେମୋ ଦେଖାଇଥିଲେ ସୋଫିଆ । ଜଣେ ନିର୍ଦ୍ଧିଷ୍ଟ ଭୋଟରଙ୍କ ଏପିକ୍ ନମ୍ବରକୁ ଦେଖାଇ ସୋଫିଆ ସେହି ନିର୍ଦ୍ଧିଷ୍ଟ ନାଁରେ ସମ୍ପୃକ୍ତ ଭୋଟର କର୍ଣ୍ଣାଟକ ଓ ମହାରାଷ୍ଟ୍ରରେ ପଞ୍ଜିକୃତ ହେବା ସହ ବାରବାଟୀ କଟକ ନିର୍ବାଚନ ମଣ୍ଡଳୀରେ ମଧ୍ୟ ପଞ୍ଜିକୃତ ହୋଇଥିବା ସୋଫିଆ ଅଭିଯୋଗ କରିଛନ୍ତି । 

ସେପଟେ ଓଡ଼ିଶାରେ ହାର୍ ଓ ଜିତ୍‌ର ବ୍ୟବଧାନ ଏବଂ ୨୦ଟି ଲୋକସଭା ଆସନରେ ବିଜେପି ବିଜୟୀ ହେବା ରାଜ୍ୟରେ ଭୋଟ୍ ଚୋରି ସନ୍ଦେହକୁ ବଢାଇ ଦେଇଛି ବୋଲି ସୋଫିଆ କହିଛନ୍ତି । ରାହୁଲ ମାଗିଥିବା ତଥ୍ୟ ନିର୍ବାଚନ ଆୟୋଗ ଦେଲେ ଅନେକ ତଥ୍ୟ ଲୋକ ଲୋଚନକୁ ଆସିବ । ଓଡ଼ିଶାରେ ଭୋଟ୍ ଚୋରିର ପର୍ଦ୍ଦାଫାଶ କରିବା ପାଇଁ ପିସିସି ଆବଶ୍ୟକତା ମୁତାବକ ଉଚିତ୍ ସମୟରେ ନିଷ୍ପତ୍ତି ନେବ । ଯଦି ନିର୍ବାଚନ ଆୟୋଗ ତଥ୍ୟ ନଦିଅନ୍ତି, ତେବେ ରାଜ୍ୟବ୍ୟାପୀ ବ୍ୟାପକ ଆନ୍ଦୋଳନ ହେବ ବୋଲି ସୋଫିଆ ସୂଚନା ଦେଇଛନ୍ତି ।

You Can Read:

ପୂର୍ବ ଶତ୍ରୁତାରୁ ଦୁଇ ଭାଇଙ୍କ ମଧ୍ୟରେ ବିବାଦ, ମଝିଆ ଭାଇ ଉପରକୁ ପେଟ୍ରୋଲ ବୋମା ଫିଙ୍ଗିଲେ ବଡ ଭାଇ !

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.