ଶଙ୍ଖ ଭବନରେ ମିଶ୍ରଣ ପର୍ବ : ଦଳରେ ସାମିଲ ହେଲେ କଂଗ୍ରେସ ନେତ୍ରୀ ଶ୍ରୀୟା ସମ୍ବେଦନା ଓ ମୋହନ ହେମ୍ବ୍ରମ

Published By : Prameya-News7 Bureau | May 05, 2024 IST

ଭୁବନେଶ୍ବର ୫।୫: ବିଜେଡିରେ ସାମିଲ ହୋଇଛନ୍ତି କଟକ-ବାରବାଟୀ ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତ୍ରୀ ଶ୍ରୀୟା ସମ୍ବେଦନା । ପୂର୍ବତନ ମନ୍ତ୍ରୀ ବିଜୟାଲକ୍ଷ୍ମୀ ସାହୁଙ୍କ ଝିଅ । ତଥା ରାଜ୍ୟ ମହିଳା କଂଗ୍ରେସର ସାଧାରଣ ସମ୍ପାଦିକା ଶ୍ରୀୟା ସମ୍ବେଦନା । ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଛନ୍ତି । ତାଙ୍କ ସହ ତାଙ୍କର ଅନେକ ସମର୍ଥକ ମଧ୍ୟ ଯୋଗ ଦେଇଛନ୍ତି । ଦଳୀୟ ଉତ୍ତରୀୟ ଦେଇ ଦଳକୁ ସ୍ଵାଗତ କରିଛନ୍ତି ସାଂସଦ ସସ୍ମିତ ପାତ୍ର । ବିଜେଡିରେ ଯୋଗଦାନ ଅବସରରେ ଶ୍ରୀୟା ସମ୍ବେଦନା କହିଛନ୍ତି, ସମୃଢ଼ ଓଡ଼ିଶା ଗଠନ ପାଇଁ ମୁଖ୍ୟମନ୍ତ୍ରୀ ଅନେକ ପଦକ୍ଷେପ ନେଇଛନ୍ତି । ମହିଳା ସଶକ୍ତିକରଣ କ୍ଷେତ୍ରରେ ବି ମୁଖ୍ୟମନ୍ତ୍ରୀ ସବୁବେଳେ ପ୍ରାଥମିକତା ଦେଇଛନ୍ତି । କଟକର ଅନେକ ବିକାଶ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ  ହୋଇ ବିଜେଡିରେ ଯୋଗ ଦେଇଥିବା କହିଛନ୍ତି । ହାତ ମୁଠାକୁ ଟାଣ କରିବାକୁ ବିଜେଡି ସହିତ ମିଶି କାମ କରିବୁ ବୋଲି କହିଛନ୍ତି ଶ୍ରୀୟା ସମ୍ବେଦନା ।

ସେହିଭଳି କେନ୍ଦୁଝରର ୨ କଂଗ୍ରେସ ନେତାଙ୍କ ବିଜେଡିରେ ଯୋଗ ଦେଇଛନ୍ତି । ମୋହନ ହେମ୍ବ୍ରମ ୨୦୧୯ କଂଗ୍ରେସରୁ କେନ୍ଦୁଝର ସାଂସଦ ପ୍ରାର୍ଥୀ ଥିଲେ । କୁଡୁମୀ ସେନା ଜିଲ୍ଲା ସଭାପତି କୈଳାସ ମହନ୍ତ ହରିଚନ୍ଦନପୁରର ବରିଷ୍ଠ ନେତା ଶତାଧିକ ସମର୍ଥକଙ୍କ ସହ ବିଜେଡିରେ ଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ କାର୍ଯ୍ୟଧାରାରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଇଛନ୍ତି । ମୋ ଦଳକୁ ମୁଁ ଫେରିଛି ବୋଲି ମୋହନ ହେମ୍ବ୍ରମ କହିଛନ୍ତି । କେନ୍ଦୁଝର ୭ଟି ନିର୍ବାଚନ ମଣ୍ଡଳୀ ସଂସଦୀୟ କ୍ଷେତ୍ରରେ ବିଜେଡି ବିଜୟ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ମୋହନ । ମୁଖ୍ୟମନ୍ତ୍ରୀଙ୍କ ବିଚାରଧାରାରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଇଥିବା କୈଳାସ ମହନ୍ତ କହିଛନ୍ତି । ବିଜେଡିରେ ଯୋଗ ଦେଇଥିବା ବିଜେଡିକୁ ବିଜୟ କରିବା ମୁଖ୍ୟ ଲକ୍ଷ୍ୟ ବୋଲି କୈଳାସ ମହନ୍ତ କହିଛନ୍ତି ।

You Can Read :

ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ବିରୋଧରେ ବିଜେଡି ଫେରାଦ, ପୁଅ ସପକ୍ଷରେ ପ୍ରଚାର କରୁଥିବା ଅଭିଯୋଗ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.