ବଲାଙ୍ଗୀର ୨୧/୧୧: ଓଲିଉଡ୍ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମୃତ୍ୟୁ ଘଟଣା । ହ୍ୟୁମାନଙ୍କ ୨ ମ୍ୟାନେଜରଙ୍କ ନାଁରେ ଟାଉନ୍ ଥାନାରେ ଏତଲା । ମ୍ୟାନେଜର ଦିନେଶ ବେହେରା ଓ ପ୍ରଶାନ୍ତ ବେହେରାଙ୍କ ନାଁରେ ଏତଲା । ଷଡ଼ଯନ୍ତ୍ର କରି ହ୍ୟୁମାନଙ୍କୁ ମାରି ଦିଆଯାଇଥିବା ଅଭିଯୋଗ । ବିଭିନ୍ନ ସଂଗଠନ ପକ୍ଷରୁ ଉଭୟଙ୍କ ନାଁରେ ଥାନାରେ ଏତଲା । ହ୍ୟୁମାନଙ୍କ ମା’ଙ୍କୁ ଦୁର୍ବ୍ୟବହାର ଘଟଣାକୁ ବି ବିରୋଧ ।

ଅଭିଯୋଗ ଅନୁଯାୟୀ ହ୍ୟୁମାନ ସାଗର ଅସୁସ୍ଥ ଥିବା ସତ୍ତ୍ୱେ ତାଙ୍କୁ ଜୋର ଜବରଦସ୍ତ କାମ କରାଇଥିଲେ । ଏହାସହ ତାଙ୍କୁ ହତ୍ୟା କରାଯାଇଥିବା ସହ ମାଆଙ୍କୁ ଦୁର୍ବ୍ୟବହାର କରି ଅପଶବ୍ଦ ବ୍ୟବହାର ଅଭିଯୋଗରେ ହୋଇଛି ଏତଲା। କାରଣ ହ୍ୟୁମାନଙ୍କ ମୃତ୍ୟୁ ପରେ ମାଆ ଓ ତାଙ୍କ ମ୍ୟାନେଜରଙ୍କ ମଧ୍ୟରେ ହୋଇଥିଲା ଜୋରଦାର କଥା କଟାକଟି ।

ସୂଚନା ଥାଉକି, ସ୍ୱପ୍ନ ସାଗରଙ୍କ ମୃତ୍ୟୁ ପରେ ଛିଡା ହୋଇଛି ଅନେକ ପ୍ରଶ୍ନବାଚୀ । ମାଆ ଶେଫାଳି ସୁନାଙ୍କ ଅଭିଯୋଗ ବି ଯଦି ସତ ତାହେଲେ ନିହାତି ସାଂଘାତିକ । ହ୍ୟୁମାନଙ୍କ ମୃତ୍ୟୁ ପାଇଁ ସେ ୩ ଜଣଙ୍କୁ ଦାୟୀ କରିଛନ୍ତି ମାଆ । ସେମାନେ ହେଲେ କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀ ଓ ଟିମ୍ ସଦସ୍ୟ ପ୍ରଶାନ୍ତ ଏବଂ ପପୁଙ୍କ ନାଁରେ ବି ଅଭିଯୋଗ ।

ତାଙ୍କର ଅଭିଯୋଗ ଥିଲା 'ଦେହ ଖରାପ ସତ୍ତ୍ୱେ ମୋ ପୁଅକୁ ବ୍ୟବହାର କରାଯାଉଥିଲା । 'ଦେହ ଖରାପ ବେଳେ ପୁଅକୁ ଷ୍ଟେଜ୍ ସୋ' କରାଉଥିଲେ' । ମ୍ୟାନେଜର ଓ ଆୟୋଜକଙ୍କୁ ଦୋଷ ଦେଲେ ହ୍ୟୁମାନଙ୍କ ମାଆ । ରୋଗ ନୁହେଁ ବରଂ ଡିପ୍ରେସନରେ ପୁଅର ମୃତ୍ୟୁ ହୋଇଥିବା କହିଛନ୍ତି ମାଆ ଶେଫାଳି। ଅର୍ପିତାଙ୍କ ନାଁ ନେଇ ତାଙ୍କ ମାଆ କହିଥିଲେ ପୁଅକୁ ବର୍ବାଦ କରି ଧୋକା ଦେଲା। ଶେଷରେ ଡିପ୍ରେସନରେ ଆସି ପିଅର ମୃତ୍ୟୁ ହୋଇଥିବା କହିଛନ୍ତି ଶେଫାଳି ସୁନା । 

ସେପଟେ ଅଭିଯୋଗ ପରେ ଭଡକିଥିଲେ ଟିମ୍ ସଦସ୍ୟ । ହ୍ୟୁମାନଙ୍କ ମାଆ କରିଥିବା ସଂଗୀନ ଅଭିଯୋଗକୁ ଖଣ୍ଡନ କରିବା ସହ ଓଲଟା ତାଙ୍କୁ ଅନେକ କଥା କହୁଛନ୍ତି । ଏପରିକି ଅଶ୍ରାଭ୍ୟ ଭାଷାରେ ଗାଳି ଦେଇଥିଲେ । ସେ ଆହୁରି କହିଥିଲେ କି, ହ୍ୟୁମାନଙ୍କ ଫୋନ୍ ରେ କ'ଣ ଥିଲା ଯାହାକୁ ଡିଲିଟ କରିବାକୁ ହ୍ୟୁମାନଙ୍କ ମାଆଙ୍କୁ ମନା କରୁଛନ୍ତି ତାଙ୍କ ପାଖେ ଥିବା ଯୁବକ ଜଣକ । 

ଏବେ ଏହି ମାମଲା ପହଞ୍ଚିଛି ଥାନାରେ । ହ୍ୟୁମାନଙ୍କ ୨ ମ୍ୟାନେଜର ଦିନେଶ ବେହେରା ଓ ପ୍ରଶାନ୍ତ ବେହେରାଙ୍କ ନାଁରେ ଟାଉନ୍ ଥାନାରେ ଏତଲା ।ଷଡ଼ଯନ୍ତ୍ର କରି ହ୍ୟୁମାନଙ୍କୁ ମାରି ଦିଆଯାଇଥିବା ଅଭିଯୋଗ । ବିଭିନ୍ନ ସଂଗଠନ ପକ୍ଷରୁ ଉଭୟଙ୍କ ନାଁରେ ଥାନାରେ ଏତଲା । ହ୍ୟୁମାନଙ୍କ ମା’ଙ୍କୁ ଦୁର୍ବ୍ୟବହାର ଘଟଣାକୁ ବି ବିରୋଧ ।