ରାଜଧାନୀ ଉପକଣ୍ଠରେ ଅଘଟଣ, ବିଚ୍‌ ରାସ୍ତାରେ ଜଳିଗଲେ କଲେଜ ଛାତ୍ର

Published By : Prameya-News7 Bureau | April 30, 2025 IST

Breaking_1

ଭୁବନେଶ୍ୱର ୩୦।୦୪ : ରାଜଧାନୀ ଉପକଣ୍ଠରେ ଅଭାବନୀୟ ଘଟଣା । ଇମ୍ଫୋଭାଲି ଥାନା ମଦନପୁରରେ ବିଚ୍‌ ରାସ୍ତାରେ ଜଳିଗଲେ ଜଣେ ଘରୋଇ କଲେଜ୍‌ ଛାତ୍ର । ଗୁରୁତର ଛାତ୍ର ଜଣଙ୍କ ସମ୍ବଲପୁରର ପ୍ରଦୀପ ପାଢୀ ବୋଲି ଜଣାପଡିଛି । 

ଖବର ଅନୁଯାୟୀ, ମଦନପୁର ରାସ୍ତାରେ ଜଣେ ଛାତ୍ରଙ୍କର ପୋଡ଼ି ମୃତ୍ୟୁ ହୋଇଛି । ଯାହା ସଂପର୍କରେ ଖବର ପାଇ ସ୍ଥାନୀୟ ଇମ୍ଫୋଭାଲି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ତେବେ ବର୍ତ୍ତମାନ ସୁଦ୍ଧା ଛାତ୍ରଙ୍କ ଦେହରେ କେମିତି ନିଆଁ ଲାଗିଲା । ସେନେଇ କାରଣ ଅସ୍ପଷ୍ଟ ରହିଛି । ଛାତ୍ର ଜଣଙ୍କ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଛନ୍ତି ନା କେହି ଦୁର୍ବୃତ୍ତ ତାଙ୍କ ଜାଳିଦେଇଛନ୍ତି । ବର୍ତ୍ତମାନ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ଇମ୍ଫୋଭାଲି ଥାନା ପୋଲିସର ତଦନ୍ତ ପରେ ପ୍ରକୃତ କାରଣ ଜଣାପଡିବ ବୋଲି ଆଶା କରାଯାଉଛି । ସେପଟେ ଅଧାପୋଡ଼ା ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । 

  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.