LIVE TV
LIVE TV

ବାଦ-ବିବାଦ ଓ ବିରୋଧ ପରେ କ୍ଷମା ମାଗିଲେ ଶୁଭଙ୍କର ମିଶ୍ରା, କହିଲେ- ପ୍ରଭୁ ଜଗନ୍ନାଥ ମୋ ଆରାଧ୍ୟ, ପୁରୀ ଧାମକୁ ମୁଁ ଘର ଭାବେ

NEWS7
pakistan-punjab-chief-minister-maryam-nawaz-sharif-said-pakistan-nuclear-power-

ଭୁବନେଶ୍ୱର ୦୩।୧୨ : ବାଦ-ବିବାଦ-ତର୍କ ପରେ ମାଗିଲେ କ୍ଷମା । ଶ୍ରୀମନ୍ଦିର ଉପରେ ବିବାଦୀୟ ନ୍ୟୁଜ ପାଇଁ ଭୁଲ୍ ମାଗିଲେ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ଶୁଭଙ୍କର ମିଶ୍ରା। ବହୁ ବାଦ- ବିବାଦ ଓ ବିରୋଧ ପରେ ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ଜରିଆରେ କ୍ଷମାପ୍ରାର୍ଥନା କରିଛନ୍ତି ଶୁଭଙ୍କର ମିଶ୍ରା। ଏହାସହ ସମସ୍ତଙ୍କୁ ଏହି ବିବାଦୀୟ ଭିଡିଓ ହଟାଇବା ପାଇଁ ଅନୁରୋଧ କରିଛନ୍ତି । ନିଜ ୟୁଟ୍ୟୁବ୍ ଚ୍ୟାନେଲ୍ରୁ ପୂର୍ବରୁ ଏହି ଭିଡ଼ିଓକୁ ସେ ଡିଲିଟ୍ କରିଥିବା ମଧ୍ୟ ପ୍ରକାଶ କରିଛନ୍ତି ।