#Iran_US_war ଆମେରିକା ଉପରେ ଇରାନର ସାଇବର୍ ଆଟାକ୍ ! ହ୍ୟାକ୍ ହୋଇଗଲା USA ମେଡିକାଲ୍ ଡିଭାଇସ

NEWS7
cm-kishan-money-credited-to-farmer-account

ତେହେରାନ, ୧୪ /୦୩: ଇସ୍ରାଏଲ-ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ୧୪ଦିନରେ ପହଁଚିଛି । ଏହି ଯୁଦ୍ଧରେ ସାଇବର ଆକ୍ରମଣ ମଧ୍ୟ ଏକ ବଡ଼ ପ୍ରସଙ୍ଗ ପାଲଟିଛି । ଇରାନ ସହ ଜଡି଼ତ ଏକ ହ୍ୟାକିଂ ଗ୍ରୁପ ହନ୍ଦାଲା ହ୍ୟାକ୍ ଆମେରିକାର ମେଡିକାଲ୍ ଡିଭାଇସ୍ ଏବଂ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ କମ୍ପାନି ଷ୍ଟ୍ରାଇକର କର୍ପୋରେସନ୍ ଉପରେ ବଡ଼ ସାଇବର ଆକ୍ରମଣ କରିଥିବା ଦାବି କରିଛି ।

ଆକ୍ରମଣ ଫଳରେ ବିଶ୍ୱବ୍ୟାପୀ କମ୍ପାନିର ପରିଚାଳନା ବାଧାପ୍ରାପ୍ତ ହୋଇଥିବା ଗ୍ରୁପ ପକ୍ଷରୁ ଟେଲିଗ୍ରାମ ଚ୍ୟାନେଲରେ ପୋଷ୍ଟ କରାଯାଇଥିବା ଏକ ବାର୍ତ୍ତାରେ କୁହାଯାଇଛି । ସେ ଅନୁସାରେ,ମାର୍ଚ୍ଚ ୧୧ ତାରିଖରେ ଏହି ସାଇବର ଆକ୍ରମଣ କରାଯାଇଥିଲା । ଏହାଦ୍ୱାରା ଷ୍ଟ୍ରାଇକର କମ୍ପାନିର ୫୧ ଟେରାବାଇଟ୍ ଡାଟାକୁ ହନ୍ଦାଲା ହ୍ୟାକ୍ ଚୋରାଇ ନେଇଥିବାବେଳେ ୨ ଲକ୍ଷରୁ ଅଧିକ ସିଷ୍ଟମ,ସର୍ଭର ଏବଂ ମୋବାଇଲ୍ ଡିଭାଇସ୍ର ତଥ୍ୟକୁ ନଷ୍ଟ କରିଦେଇଥିଲା ।

ଏହି ଖବରଟି ପଢନ୍ତୁ... #Iran_war ନିଜ ଦେଶକୁ ଫେରିବେ ୧୮୩ ଇରାନ ନାଗରିକ, ଯୁଦ୍ଧ ପାଇଁ ଭାରତରେ ଫସି ରହିଛନ୍ତି...

ଏହି ସାଇବର ଆକ୍ରମଣ ଦ୍ୱାରା ମିନାବ ସ୍କୁଲ ଉପରେ କରାଯାଇଥିବା ବୋମା ମାଡ଼ର ପ୍ରତିଶୋଧ ନେଇଥିବା ହନ୍ଦାଲା ଗ୍ରୁପ୍ ଦର୍ଶାଇଛି । ମିଶିଗାନସ୍ଥିତ ସେହି ଆମେରିକୀୟ କମ୍ପାନିରେ ପ୍ରାୟ ୫୬ ହଜାର କର୍ମଚାରୀ କାମ କରନ୍ତି । କମ୍ପାନି ୬୧ଟି ଦେଶରେ ଏହା କାମ କରିଥାଏ । ସୂଚନାଥାଉକି,ଫେବ୍ରୁଆରୀ ୨୮ ତାରିଖରେ ଆମେରିକାର ଟୋମାହକ୍ ମିସାଇଲ୍ ଇରାନ ମିନାବସ୍ଥିତ ଏକ ପ୍ରାଥମିକ ସ୍କୁଲ ଉପରେ ପଡ଼ିଥିଲା । ସେଥିଯୋଗୁ ପ୍ରାୟ ୧୬୦ଜଣ ଶିଶୁ ପ୍ରାଣ ହରାଇଥିଲେ ।