ସୁନା ଦରରେ ନିଆଁ, ରୁପା ବି ବଢୁଛି : ଜାଣନ୍ତୁ ଆଜିର ଦାମ୍

NEWS7
road-blockade-demanding-release-of-encroached-village-market

ନୂଆଦିଲ୍ଲୀ, ୨୩/୧୨: ସୁନା ଦରରେ ନିଆଁ । ହୁହୁ ହୋଇ ବଢୁଛି ହଳଦିଆ ଧାତୁର ଦାମ୍ । ସୋମବାର ସାରା ଦେଶରେ ସୁନା ଦର ବଢିଛି । ଘରୋଇ ବଜାରରେ ସୁନା ଏବଂ ରୁପା ଦରରେ ଅହେତୁକ ବୃଦ୍ଧି ପରିଲକ୍ଷିତ ହୋଇଛି । ୟୁଏସ ଫେଡେରାଲ ରିଜର୍ଭ ସୁଧା ହାର ହ୍ରାସ କରିବା ପରେ ସାରା ବିଶ୍ୱରେ ଦାମୀ ଧାତୁର ଦାମରେ ପରିବର୍ତ୍ତନ ହୋଇଛି ।

ବର୍ତ୍ତମାନ ବିବାହ ଋତୁ ଥିବାରୁ ଭାରତରେ ସୁନାର ଚାହିଦା ଅଧିକ ରହିଛି । ମୁମ୍ବାଇ ସମେତ ଦିଲ୍ଲୀରେ ସୁନା ଦାମ୍ ବଢିଛି ।

ଆଜିର ସୁନା ଦର

ଗୁଡ୍ ରିଟର୍ଣ୍ଣ ଓ୍ୱେବସାଇଟ୍ ଅନୁସାରେ, ୨୪ କ୍ୟାରେଟ୍ ସୁନା ଦର ଗ୍ରାମ୍ ପିଛା ୧୩୮୧୨ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍ ସୁନା ଗ୍ରାମ୍ ପିଛା ରହିଛି ୧୨୪୦୦ ଟଙ୍କା । ଅନ୍ୟ ଦିଗରେ ୧୮ କ୍ୟାରେଟ ସୁନା ଦର ୧୦୧୪୮ ଟଙ୍କା ରହିଛି ।

ଆଜିର ରୁପା ଦର

ରୁପାର ଦାମ୍ ମଧ୍ୟ ବୃଦ୍ଧି ପାଇଛି । ମୁମ୍ବାଇରେ ରୁପା ଦର କେଜି ପିଛା ରହିଛି ୨ ଲକ୍ଷ ୧୯ ହଜାର ଟଙ୍କା । ଚଳିତ ବର୍ଷର ଆରମ୍ଭରୁ ଏବେସୁଦ୍ଧା ରୁପା ୧୭୦ ପ୍ରତିଶତ ବଢିଛି । ବଜାରରୁ କେନ୍ଦ୍ରୀୟ ବ୍ୟାଙ୍କ ସୁନା ଏବଂ ରୁପା କିଣିବା ସହ ଅଧିକ ଚାହିଦା ଥିବାରୁ ଦାମରେ ନିଆଁ ଲାଗିଛି ।

୨୦୨୫ରେ ୮୦ ପ୍ରତିଶତ ବୃଦ୍ଧି

୨୦୨୫ରେ ସୁନା ରେକର୍ଡ ଛୁଇଁଥିଲା । ୨୦୨୬ରେ ମଧ୍ୟ ଏପରି କିଛି ହେବ ବୋଲି ଆଶା କରାଯାଉଛି । ଚଳିତ ବର୍ଷ ସୁନା ରେଟ୍ ପୂର୍ବବର୍ଷ ଅପେକ୍ଷା ୮୦ ପ୍ରତିଶତ ଅଧିକ ରହିଛି । କିନ୍ତୁ କିଛି ବିଶେଷଜ୍ଞ ୨୦୨୬ରେ ସୁନା ଦରରେ ୨୦ ପ୍ରତିଶତ ହ୍ରାସ ପାଇବ ବୋଲି ମଧ୍ୟ ମତ ଦେଉଛନ୍ତି ।