Barabati T 20: ହାର୍ଦ୍ଦିକଙ୍କ ବିସ୍ଫାରଣ ପରେ ବୋଲରଙ୍କ କମାଲ୍, ଦ. ଆଫ୍ରିକାକୁ ସହଜରେ ହରାଇଲା ଭାରତ

NEWS7
minor-girl-died-in-basudevpur

କଟକ: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ବୋଲରଙ୍କ ଘାତକ ବୋଲିଂ। ବାରବାଟୀରେ ଖେଳା ଯାଇଥିବା ପ୍ରଥମ ଟି-୨୦ରେ ଭାରତ ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଛି। ସହଜ ବିଜୟ ସହ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି ଟିମ୍ ଇଣ୍ଡିଆ। ଭାରତ ପ୍ରଥମେ ବ୍ୟାଟିଂ କରି ପାଣ୍ଡ୍ୟାଙ୍କ ବିସ୍ଫୋରକ ୫୯ ରନ ବଳରେ ୬ ଓ୍ଵିକେଟ୍ ହରାଇ ୧୭୫ ରନ କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ୧୨.୩ ଓଭରରେ ୭୪ ରନରେ ଅଲଆଉଟ୍ ହୋଇଛି। ଏଥିସହ ବାରବାଟୀରେ ଭାରତ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ବିଜୟ ହାସଲ କରିଛି। କାରଣ ଏହା ପୂର୍ବରୁ ଏହି ଗ୍ରାଉଣ୍ଡରେ ଦଳ ଦକ୍ଷିଣ ଆଫ୍ରିକାଠୁ ଦୁଇ ଥର ହାରିଥିଲା।