Live Live
LIVE

ଟି-୨୦ ବିଶ୍ୱକପ୍ ଟ୍ରଫି ହାତେଇଲା ଟିମ ଇଣ୍ଡିଆ : ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏବଂ ବିରୋଧୀ ଦଳ ନେତା

NEWS7
pahalgam-terror-attack-un-chief-antonio-guterres-phone-call-to-jaishankar-shahbaz-sharif

ଭୁବନେଶ୍ୱର ୦୯।୦୩ : ଟିମ୍ ଇଣ୍ଡିଆ ଟି-୨୦ ଚମ୍ପିଆନ୍ । ୨୦୨୬ ଟି-୨୦ ବିଶ୍ୱ କପ୍ ଟ୍ରଫି ପୁଣି ଥରେ ହାତେଇଛି ମେନ୍ ଇନ୍ ବ୍ଲୁ । ଲଗାତର ଭାବେ ଦୁଇଟି ସଂସ୍କରଣରେ ଚମ୍ପିଆନ୍ ହେବାର ବିରଳ ରେକର୍ଡ ନିଜ ନାଁରେ କରିଛି ମେନ୍ ଇନ୍ ବ୍ଲୁ। ପୂର୍ବ ସଂସ୍କରଣ ମାନେ ୨୦୨୪ରେ ଅନୁଷ୍ଠିତ ଟି-୨୦ ବିଶ୍ୱକପ୍ ଟ୍ରଫି ହାତେଇଥିଲା ରୋହିତ ସେନା । ଆଉ ଏବେ ୨୦୨୬ରେ ଆଉ ଥରେ ଚମ୍ପିଆନ ହୋଇଛି ଟିମ୍ ଇଣ୍ଡିଆ । ତେବେ ଟିମ୍‌ ଇଣ୍ଡିଆ ଟି-୨୦ ବିଶ୍ୱକପ୍‌ ଚମ୍ପିଆନ୍‌ ହେବା ପରେ ଚାରିଆଡୁ ଛୁଟିଛି ଶୁଭେଚ୍ଛାର ସୁଅ । ରାଜ୍ୟପାଳ ହରିବାବୁ କମ୍ଭମପତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିରୋଧୀ ଦଳ ନବୀନ ପଟ୍ଟନାୟକ, ବିଜେପିର ବରିଷ୍ଠ ନେତା ଗୋଲକ ମହାପାତ୍ର 'X'ରେ ପୋଷ୍ଟ କରି ଶୁଭେଚ୍ଛା ଜଣାଇଛନ୍ତି ।