କଟକ ୧୧ବାଲିଯାତ୍ରା ପରେ ଆୟୋଜନକୁ ନେଇ ଜିଲ୍ଲା ପ୍ରଶାସନ ତଥା ନିର୍ଦ୍ଧିଷ୍ଟ ଭାବେ ଜିଲ୍ଲାପାଳଙ୍କ ମନମୁଖି କାମ ଅଭିଯୋଗ କରି ପ୍ରଶାସନର ନିମନ୍ତ୍ରଣ ପତ୍ର ଚିରିଲେ ମେୟର । ପ୍ରଶାସନ ବାଲିଯାତ୍ରା ଆୟୋଜନରେ ବ୍ୟାପକ ଅନିୟମିତତା କରିବା ଓ ନିର୍ବାଚିତ ଲୋକ ପ୍ରତିନିଧି ଓ ସିଏମସି କାଉନସିଲକୁ ନିମନ୍ତ୍ରଣ ନକରିବା ଅଭିଯୋଗ କରି ଏକ ପ୍ରତୀକାତ୍ମକ ବିରୋଧ ସ୍ବରୁପ ମେୟର ବାଲିଯାତ୍ରା ସରିବା ପରେ କ୍ୟାମେରା ସାମ୍ନାରେ ଏଭଳି ନିମନ୍ତ୍ରଣ ପତ୍ର ଚିରିଛନ୍ତି । ଉପର ପଡ଼ିଆରେ ବାଲିଯାତ୍ରା ଆୟୋଜନ ଅଧାପନ୍ତରିଆ କରିବା ଓ ଆୟୋଜନରେ ମନମାନି କରି ଲୋକଙ୍କ ଜୀବନ ବିପନ୍ନ କରିବା ସମ୍ପର୍କରେ ସିଏମସି କାଉନସିଲ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜିଲ୍ଲାପାଳଙ୍କ କାର୍ଯ୍ୟକଳାପର ସମୀକ୍ଷା କରିବା ପାଇଁ ନିବେଦନ କରିବ ବୋଲି ମେୟର କହିଛନ୍ତି ।