ସିଏମ୍‌ସି କର୍ମଚାରୀ ଅଫିସ୍‌କୁ ବିଳମ୍ବରେ ଆସିବା ନେଇ ନୋଟିସ୍, ୨୪ ଘଣ୍ଟା ଭିତରେ ଉତ୍ତର ରଖିବାକୁ ନିର୍ଦ୍ଦେଶ

Published By : Prameya-News7 Bureau | July 31, 2025 IST

କଟକ ୩୧।୭: ଅଫିସ୍‌କୁ ବିଳମ୍ବରେ ଆସିବାରୁ ନୋଟିସ୍ । ସିଏମ୍‌ସି କର୍ମଚାରୀ ଅଫିସ୍‌କୁ ବିଳମ୍ବରେ ଆସିବା ନେଇ ସିଏମସି କମିଶନର କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । ଯାହାକୁ ନେଇ ସିଏମସିର ୩୦ ଜଣ କର୍ମଚାରୀଙ୍କ ଦରମା ବନ୍ଦ ପାଇଁ ନୋଟିସ୍ ଜାରି କରିଛନ୍ତି ।ତେବେ କାହିଁକି ଦରମା ବନ୍ଦ କରାଯିବ ସେ ନେଇ ୨୪ ଘଣ୍ଟା ଭିତରେ ଉତ୍ତର ରଖିବାକୁ ନୋଟିସ୍ ଜାରି କରାଯାଇଛି ।  ଅଫିସ୍ ସମୟ ୧୦ଟା ଥିଲେ ମଧ୍ୟ କର୍ମଚାରୀ ମାନେ ଅଫିସରେ ନଥିଲେ । ଏମିତି କି ସିଏମସି କମିଶନର ୧୦ଟା ୩୦ ମିନିଟ୍ ସମୟରେ ଅଫିସ୍ ଆସି ଦେଖିବା ବେଳେ ଅଧିକାଂଶ ପିଅନ ଓ ଝାଡୁଦାର ମଧ୍ୟ ଅନୁପସ୍ଥିତ ଥିଲେ । ଏହାକୁ ନେଇ ଖୁବ୍ଧ ହୋଇଥିଲେ ନୂଆ କମିଶନର ।

ଅଫିସକୁ ବିଳମ୍ବ ରେ ଆସିବା ନେଇ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ସି ଏମ ସି କମିଶନର।ଯାହାକୁ ନେଇ ସି ଏମ ସି ର ତିରିଶ ଜଣ କର୍ମଚାରୀ ଙ୍କ ଦରମା ବନ୍ଦ ପାଇଁ ନୋଟିସ ଜାରି କରିଛନ୍ତି।ତେବେ କାହିଁକି ଦରମା ବନ୍ଦ କରାଯିବ ନ ଯିବ ସେ ନେଇ ଚବିଶ ଘଣ୍ଟା ଭିତରେ ଉତ୍ତର ରଖିବାକୁ ନୋଟିସ ଜାରି କରାଯାଇଛି। ଅଫିସ ସମୟ ୧୦ଟା ଥିଲେ ମଧ୍ୟ କର୍ମଚାରୀମାନେ ଅଫିସ ରେ ନଥିଲେ। ଏଭଳି କି ସିଏମସି କମିଶନର ୧୦ଟା ୩୦ରେ ଅଫିସ ଆସି ଦେଖିବା ବେଳେ ଅଧିକାଂଶ ପିଅନ ଓ ଝାଡୁଦାର ମଧ୍ୟ ଅନୁପସ୍ଥିତ ଥିଲେ ଯାହାକୁ ନେଇ ଖପ୍ପା ହୋଇଥିଲେ ନୂତନ କମିଶନର।

You Can Read:

ପାଣି ମାଗିଥିଲେ ଯନ୍ତ୍ରୀ, ବୋତଲରେ ପରିସ୍ରା ଦେଲେ କର୍ମଚାରୀ : ଥାନାରେ ଅଭିଯୋଗ

 

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.