ସମ୍‌ ହସ୍ପିଟାଲରେ ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ, ମେଡିକାଲ କର୍ତ୍ତୃପକ୍ଷଙ୍କ ସହ କଲେ ଆଲୋଚନା

Published By : Prameya-News7 Bureau | May 30, 2024 IST

ଭୁବନେଶ୍ବର ୩୦।୫: ପୁରୀରେ ବାଣ ବିସ୍ଫୋରଣ ଘଟଣା । ସମ୍‌ ହସ୍ପିଟାଲରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆହତଙ୍କୁ ଭେଟିବାକୁ ହସ୍ପିଟାଲରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ । ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ । ଆହତଙ୍କ ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ । ମେଡିକାଲ କର୍ତ୍ତୃପକ୍ଷଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି । 

ସୂଚନାଯୋଗ୍ୟ ଯେ,ବୁଧବାର ରାତିରେ ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ଚନ୍ଦନ ଯାତ୍ରାର ଆୟୋଜନ କରାଯାଉଥିବା ବେଳେ ଆତସବାଜି କରାଯାଉଥିଲା । କିନ୍ତୁ ହଠାତ ଫୁଟୁଥିବା ବାଣରୁ ନିଆଁ ଝୁଲ ଛିଟିକି ନିକଟରେ ଗଦା ହୋଇଥିବା ଅଫୁଟା ବାଣରେ ପଡ଼ି ଯାଇଥିଲା । ଫଳରେ ସେଠାରେ ଥିବା ଅଫୁଟା ବାଣ ପ୍ରଚଣ୍ଡ ଶବ୍ଦରେ ଫୁଟିବା ସହ ଲୋକଙ୍କ ଉପରେ ଫୁଟି ଯାଇଥିଲା । ବାଣ ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି । ଗୁରୁତରଙ୍କୁ ପ୍ରଥମେ ପୁରୀ ମେଡିକାଲ ପରେ କଟକ ଓ ଭୁବନେଶ୍ୱରର ବିଭିନ୍ନ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତରଙ୍କ ମଧ୍ୟରେ ଦୁଇ ଜଣ ଶିଶୁ ଥିବା ଜଣାପଡିଛି । ଗୁରୁତରମାନେ ଭୁବନେଶ୍ଵର ଏବଂ କଟକର ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । 

ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଶାସନ ସଚିବ ଓ ପୁରୀ ଜିଲ୍ଲାପାଳଙ୍କୁ ଆହତଙ୍କ ଉପଯୁକ୍ତ ଚିକିତ୍ସା କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଆହତଙ୍କ ପାଇଁ ସମସ୍ତ ମେଡିକାଲ ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡ ପକ୍ଷରୁ ବହନ କରାଯିବା ନେଇ ଘୋଷଣା କରିଛନ୍ତି । ଏହାସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ ମୁଖ୍ୟମନ୍ତ୍ରୀ । 

You Can Read :

ପୁରୀରେ ଭଉଁରୀ ଯାତ୍ରା ବେଳେ ବାଣ ବିସ୍ଫୋରଣ ଘଟଣା ; ମେଡିକାଲରେ ଆଖିବୁଜିଲେ ଜଣେ, ୫୦ରୁ ଅଧିକ ଆହତ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.