LIVE TV

'କଫ୍ ସିରପ୍ ନୁହେଁ, ଏସବୁ ବିଷ...କୋଲ୍ଡରିଫ୍ ଘଟଣା ପରେ ୩ କମ୍ପାନୀ ବିରୋଧରେ WHOର ଚେତାବନୀ

NEWS7
cm-mohan-majhis-big-announcement-3-thousand-jobs-will-be-given-in-100-days-in-the-state

ନୂଆଦିଲ୍ଲୀ ୧୪/୧୦: ଭାରତରେ ବିଷାକ୍ତ କଫ ସିରପ୍ ଯୋଗୁଁ ଯାଇଛି ୨୦ରୁ ଅଧିକ ଶିଶୁଙ୍କ ଜୀବନ । ତେବେ ଏହି ଘଟଣା ପରେ ଚେତାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) । ଏହାକୁ  ଗୁରୁତ୍ୱ ଦେଇ ୩ଟି ଔଷଧ କମ୍ପାନୀକୁ ଚେତାବନୀ ଦେଇଛନ୍ତି । କଫ ସିରପ୍ ସମ୍ପର୍କରେ ଏକ ଚେତାବନୀ ଜାରି କରିଛି । ଯେଉଁଥିରେ କୋଲଡ୍ରିଫ୍ ଅନ୍ତର୍ଭୁକ୍ତ । କାରଣ ସେହି କୋଲ୍ଡ ରିଫ୍ ହେତୁ ମଧ୍ୟପ୍ରଦେଶରେ ଯାଇଛି ଅନେକ ଜୀବନ । WHO ଅନୁରୋଧ କରିଛି ଯେ ଯଦି ଏହି କଫ ସିରପ୍ କୌଣସି ସ୍ଥାନରେ ଦେଖିବାକୁ ମିଳେ ତେବେ ସେଗୁଡ଼ିକୁ ତୁରନ୍ତ ରିପୋର୍ଟ କରାଯିବା ଉଚିତ । 

ନ୍ୟୁଜ୍ ଏଜେନ୍ସି ରଏଟର୍ସ ଅନୁଯାୟୀ, ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥା ଶ୍ରୀସାନ ଫାର୍ମାର କୋଲଡ୍ରିଫ୍, ରେଡନେକ୍ସ ଫାର୍ମାର ରେସ୍ପିଫ୍ରେସ୍ TR ଏବଂ ସେପ୍ ଫାର୍ମାର ରିଲାଇଫ୍ ସିରପ୍ ର ନିର୍ଦ୍ଦିଷ୍ଟ ବ୍ୟାଚ୍‌କୁ ଭେଜାଲ୍ ଭାବରେ ଚିହ୍ନଟ କରିଛି । WHO କହିଛି ଯେ ଏହି ସିରପ୍ ସ୍ୱାସ୍ଥ୍ୟ ପାଇଁ ବିପଦ ସୃଷ୍ଟି କରୁଛି । ସେତିକି ନୁହେଁ ଗମ୍ଭୀର ଓ ମାରାତ୍ମକ ରୋଗ ସୃଷ୍ଟି କରିପାରେ ବୋଲି କହିଛନ୍ତି ।

ଏହି କଫ ସିରପର ଯାଞ୍ଚ ସମୟରେ, ଡାଇଥାଇଲିନ୍ ଗ୍ଲାଇକଲ୍ ନାମକ ଏକ ବିଷାକ୍ତ ରାସାୟନିକ ପଦାର୍ଥ ମିଳିଲା । ଯାହା ବହୁ ପରିମାଣରେ ବ୍ୟବହୃତ ହେଉଥିଲା । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି । ଏହି ରାସାୟନିକ ପଦାର୍ଥର ରଙ୍ଗ କିମ୍ବା ଗନ୍ଧ ନାହିଁ, ଯାହା ପରୀକ୍ଷା ବିନା ଏହାକୁ ଚିହ୍ନଟ କରିବା କଷ୍ଟକର କରିଥାଏ। ଏହାକୁ ସିରପକୁ ମିଠା କରିବା ପାଇଁ ବ୍ୟବହାର କରାଯାଏ। ଆଶ୍ଚର୍ଯ୍ୟଜନକ ଭାବରେ, ଡାଇଥାଇଲିନ୍ ଗ୍ଲାଇକଲ୍ ବ୍ୟବହାର ମାନବ ସ୍ୱାସ୍ଥ୍ୟ ପାଇଁ ବିପଜ୍ଜନକ।
ତାମିଲନାଡୁର ଶ୍ରୀସନ୍ ଫାର୍ମାସାଉଟିକାଲ କମ୍ପାନୀର ଲାଇସେନ୍ସ ସମ୍ପୂର୍ଣ୍ଣ ରଦ୍ଦ କରାଯାଇଛି ।

ଏକ ବନ୍ଦ ନିର୍ଦ୍ଦେଶ ମଧ୍ୟ ଜାରି କରାଯାଇଛି । ରାଜ୍ୟ ସରକାର ସୋମବାର ଏହା ଘୋଷଣା କରିଛନ୍ତି । ଯାଞ୍ଚ ସମୟରେ, ରାଜ୍ୟ ଔଷଧ ନିୟନ୍ତ୍ରଣ ବିଭାଗର ଅଧିକାରୀମାନେ ଜାଣିବାକୁ ପାଇଥିଲେ ଯେ, କଫ୍ ସିରପରେ ୪୮.୬ପ୍ରତିଶତ ଡାଇଥାଇଲିନ୍ ଗ୍ଲାଇକଲ୍ (DEG) ରହିଛି। କମ୍ପାନୀର ମାଲିକ ଜି. ରଙ୍ଗନାଥନଙ୍କୁ ଗିରଫ କରାଯାଇଥିଲା।