ସମ୍ବଲପୁର ୦୬।୦୯ :  ଆଜି ସମ୍ବଲପୁରରେ ରାଜ୍ୟସ୍ତରୀୟ ନୂଆଁଖାଇ ଭେଟ୍‌ଘାଟ୍‌ ଆୟୋଜିତ ହେବ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବେ। ଏହି ସମାରୋହରେ ଉପ ମୁଖ୍ୟମନ୍ତ୍ରୀ କନକର୍ଦ୍ଧନ ସିଂହଦେଓ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ  ମହାଲିଙ୍ଗ, ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରମୁଖ ସାମିଲ ହେବେ। ପୂର୍ବତନ ମନ୍ତ୍ରୀ ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ନେତୃତ୍ୱରେ ହେଉଥିବା ଭେଟଘାଟ୍‌ କାର୍ଯ୍ୟକ୍ରମ ଇଷ୍ଟଦେବୀ ମାସମଲେଶ୍ୱରୀ ମନ୍ଦିର ପାର୍କିଂ ସ୍ଥଳରେ ଆୟୋଜିତ ହେବ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସମ୍ବଲପୁରରେ ପହଞ୍ଚିବା ପରେ ମାସମଲେଶ୍ୱରୀ ଓ ମାପାଟଣେଶ୍ୱରୀ ମନ୍ଦିରରେ ଦର୍ଶନ କରିବେ।