LIVE TV

ନୂଆପଡ଼ାରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଭେଟି ଦେଲେ ୧୧୦୧ କୋଟି ଟଙ୍କାର ପ୍ରକଳ୍ପ

NEWS7
cm

ନୂଆପଡ଼ା ୦୬।୧୦ : ନୂଆପଡ଼ାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଭେଟି । ୧୧୦୧ରୁ ଅଧିକ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ । ଏହା ସହ କହିଛନ୍ତି ଯେ, ଆମ ସରକାର କଥାରେ ନୁହେଁ କାମରେ ବିଶ୍ୱାସ କରେ । ନୂଆପଡ଼ା ବିକାଶ ପାଇଁ ଆମେ କାମ କରୁଛି । ଆଗକୁ ମଧ୍ୟ କରିବୁ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ,  ନୂଆପଡ଼ାରେ ବିକାଶ ସମ୍ଭାବନା ଅଧିକ । ନୂଆପଡ଼ାବାସୀ ଭାରି ପରିଶ୍ରମୀ । ଆପଣଙ୍କ ଆଗ୍ରହ ପାଇଁ ତୃତୀୟ ଥର ପାଇଁ ନୂଆପଡ଼ା ଆସିଛି । ନୂଆପଡ଼ାରେ ମଧ୍ୟ ଶିଳ୍ପର ବିକାଶ ହେବ । ଆଜି ବିଭିନ୍ନ ପ୍ରକଳ୍ପର  ଶୁଭାରମ୍ଭ କରାଯାଇଛି । ଏହିକ୍ରମରେ ନୂଆପଡ଼ାର ଜଳସେଚନ ବ୍ୟବସ୍ଥାର ଦାୟିତ୍ୱ ମୁଁ ନିଜେ ନେଉଛି । ୮୦୨ କୋଟି ୯ ଲକ୍ଷ ଟଙ୍କାର ଜଳସେଚନ ବ୍ୟବସ୍ଥା ହେବ । ନୂଆପଡ଼ା-ଥିରୁବାଲ୍ଲି ରେଳ ପ୍ରକଳ୍ପ କାମ ଚାଲିଛି ।