News7 Logo

୨ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିଗମ ଓ ବୋର୍ଡ ଅଧ୍ୟକ୍ଷ ନିଯୁକ୍ତି ଉପରେ ବାଜିପାରେ ମୋହର

NEWS7
Cm Mohan Majhi

ଭୁବନେଶ୍ୱର ୦୮।୦୯ : ଦିଲ୍ଲୀ ଗସ୍ତରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସୋମବାରଠୁ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।  ଏହି ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ସବୁ ବିଜେପି ସାଂସଦଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଉପରାଷ୍ଟ୍ରପତି ନିର୍ବାଚନ ପାଇଁ  ସେ ସାଂସଦଙ୍କୁ ଭେଟି ଆଲୋଚନା କରିବେ। ଉଭୟ ମୋହନ ଓ ମନମୋହନଙ୍କ ସମାନ ସମୟରେ ଦିଲ୍ଲୀ  ଗସ୍ତ ରାଜନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ଗତ ୫ ତାରିଖରେ  ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ଫେରିଥିଲେ। ଏହି ସମୟରେ ସେ ରାଷ୍ଟ୍ର ପତି ଦ୍ରୌପଦୀ ମୁର୍ମୁ, କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ମନୋହର ଲାଲ ଖଟ୍ଟରଙ୍କୁ ଭେଟିଥିଲେ। 

ଶନିବାର ମନମୋହନ ଓଡ଼ିଶା ଫେରିଥିଲେ ବି ବିଜେପି ସାଧାରଣ  ସମ୍ପାଦକ(ସଂଗଠନ) ମାନସ ମହାନ୍ତି ଦିଲ୍ଲୀରେ ଥିଲେ। ମନମୋହନ ରବିବାର ଯିବା ପରେ ଉଭୟ ନେତାଙ୍କ  ସହ କେନ୍ଦ୍ରୀୟ ନେତୃତ୍ୱ ମାରାଥନ୍‌  ଆଲୋଚନା କରିଛନ୍ତି । ନିଗମ, ବୋର୍ଡରେ ନିଯୁକ୍ତିଠାରୁ ନେଇ ନୂଆ ଟିମ୍‌  ଗଠନ, ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ଓ  ଅନ୍ୟ ପ୍ରସଙ୍ଗରେ ଆଲୋଚନା ହୋଇଛି । ନିଗମ, ବୋର୍ଡରେ କେଉଁମାନେ ଥଇଥାନ ହେବେ, ତାହା ଆପାତତଃ ଚୂଡ଼ାନ୍ତ ହୋଇସାରିଛି । କେବଳ ଘୋଷଣା ବାକି ଅଛି । ବିଜେପି ନୂଆ ଟିମ୍‌ ନେଇ ମଧ୍ୟ ଆଲୋଚନା ହୋଇଛି। ଆଗକୁ ପୁଣି ଥରେ ଶୀର୍ଷ ନେତୃତ୍ୱଙ୍କ  ସହ ତାଙ୍କର ବୈଠକ ବସିବ ।  ରବିବାର ବିଳମ୍ବିତ ରାତିରେ ସେ ପୁଣି ଥରେ ଦିଲ୍ଲୀ ଯାଇଛନ୍ତି। ନିଗମ ଓ ବୋର୍ଡ ନିଯୁକ୍ତି ସହିତ ବିଜେପିର ନୂଆ ଟିମ୍‌ ଗଠନ ଉପରେ କେନ୍ଦ୍ରୀୟ ନେତାଙ୍କ ସହ ତାଙ୍କର ଆଲୋଚନା ହୋଇଛି। ଖୁବ୍‌ଶୀଘ୍ର ଏହା ଘୋଷଣା କରାଯିବ ।

ବିଧାନସଭାର ମୌସୁମୀ ଅଧିବେଶନ ପରେ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ହେବ ବୋଲି ସୂଚନା ମିଳିଛି। ମନମୋହନଙ୍କ  ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଦିଲ୍ଲୀ ଗସ୍ତରେ ଯିବେ ବୋଲି ଜଣାପଡ଼ିଛି। ଉପରାଷ୍ଟ୍ରପତି ନିର୍ବାଚନ ନେଇ ମଧ୍ୟ ମୋହନ-ମନମୋହନଙ୍କ ଉପସ୍ଥିତିରେ ଆଲୋଚନା ହୋଇପାରେ। ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ରାଜ୍ୟ ସଭାପତିଙ୍କ ଦିଲ୍ଲୀ ଯିବା ସ୍ୱାଭାବିକ। ଏହାକୁ ରାଜନୈତିକ ଦୃଷ୍ଟିରୁ ଦେଖିବାଠିକ୍‌ ନୁହେଁ।