ଭୁବନେଶ୍ୱର ୦୩/୧୧: ଭାରତର ମହିଳା ବିଶ୍ୱକପ୍ ବିଜୟ ପରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଭାରତର ବିଜୟକୁ ଚମତ୍କାର କହିଲେ ପ୍ରଧାନମନ୍ତ୍ରୀ । ମହିଳା ଟିମକୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରଥମ ଥର ପାଇଁ ମହିଳା କ୍ରିକେଟ ବିଶ୍ୱକପର ଏହି ଜବରଦସ୍ତ ବିଜୟ ପାଇଁ ଟିମ୍ ଇଣ୍ଡିଆକୁ ଅଭିନନ୍ଦନ। ଏହା ଆମ ପାଇଁ ଏକ ଗର୍ବର ମୁହୂର୍ତ୍ତ ।

କାରଣ ଆମେ ଇତିହାସ ସୃଷ୍ଟି ହେଉଥିବା ଓ ଆମର ଭାରତୀୟ ନାରୀଶକ୍ତି ଏହାର ଶୀର୍ଷ ପ୍ରଦର୍ଶନର ସାକ୍ଷୀ । ସର୍ବୋତ୍ତମ ସମ୍ଭାବ୍ୟ ସମାପ୍ତ ଥିଲା । ଆମ ଝିଅମାନଙ୍କ ବିଜୟ ଘରେ ଥିବା ଲକ୍ଷ ଲକ୍ଷ ମହିଳାଙ୍କ ପାଇଁ । ପ୍ରତିଟି ଝିଅ ଯେଉଁମାନେ ଭିନ୍ନ ସ୍ୱପ୍ନ ଦେଖନ୍ତି ସେମାନଙ୍କ ପାଇଁ ଏକ ପ୍ରେରଣା। ଆମର ଝିଅମାନେ ନିରନ୍ତର ସଫଳତା ବଜାୟ ରଖିଥିଲେ । ସେମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ।

ସୂଚନା ଥାଉକି, ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତ ମହିଳା ବିଶ୍ବକପ ଚାଂପିଅନ୍ ହୋଇଛି । ଦକ୍ଷିଣ ଆଫ୍ରିକାକୁ ୫୨ ରନରେ ହରାଇଛି ଭାରତ । ଦୀପ୍ତି ଶର୍ମାଙ୍କୁ ମିଳିଲା ସର୍ବାଧିକ ୫ ୱିକେଟ୍, ଶେଫାଳି ବର୍ମାଙ୍କୁ ୨, ଶ୍ରୀଚରଣୀଙ୍କୁ ଗୋଟିଏ ୱିକେଟ୍ ମିଳିଛି । ପ୍ରଥମ ଥର ପାଇଁ ମହିଳା ବିଶ୍ୱକପ୍ ଜିତିଲା ଭାରତ । ଦକ୍ଷିଣ ଆଫ୍ରିକା ଆଗରେ ଥିଲା ୨୯୯ ରନ୍ ଟାର୍ଗେଟ ।