ଚୀନରୁ ଆସିଛି ଅଜବ ଖବର, ୮ ବର୍ଷର ଝିଅଟି ବାନ୍ତି କରୁଛି ଜୀଅନ୍ତା ପୋକ, କାରଣ କହିଲେ ଡାକ୍ତର

Published By : Prameya-News7 Bureau | June 30, 2025 IST

ଚୀନ ୩୦/୬: ଚୀନରୁ ଆସିଛି ଏକ ଅଜବ ଘଟଣା । ଜଣେ ୮ ବର୍ଷର ଝିଅ ଲଗାତର ମାସେ ଧରି ବାନ୍ତି କରୁଛି ଜୀଅନ୍ତା ପୋକ । ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟର ରିପୋର୍ଟ ମୁତାବକ ଝିଅଟି ଚୀନର ଜିଆଙ୍ଗସୁ ପ୍ରଦେଶର ୟାଙ୍ଗଝୋ ସହରର ବାସିନ୍ଦା । ଝିଅଟି ପ୍ରାୟ ୧ସେଣ୍ଟିମିଟର ଲମ୍ବା ଜୀଅନ୍ତା ଲାର୍ଭା ବାନ୍ତି କରୁଥିଲା । ଯାହା ଗଭୀର ସଂକ୍ରମଣର ସଂକେତ ଦେଉଥିଲା । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ପରିବାରର ଅନ୍ୟ ସଦସ୍ୟ କ୍ଷେତ୍ରରେ ସେମିତି କିଛି ଦେଖିବାକୁ ମିଳିନଥିଲା । ଯେଉଁଥିରୁ ସ୍ପଷ୍ଟ ହେଉଥିଲା କି ଏ ସମସ୍ୟା ସଂକ୍ରାମକ ନୁହେଁ । 

 

ଝିଅଟିର ଦେହ ଖରାପ ହେବାକୁ ପରିବାର ଲୋକେ ଅନେକ ଡାକ୍ତରଙ୍କୁ ଦେଖାଇଥିଲେ କିନ୍ତୁ କେହି ରୋଗ କଣ ଓ କେଉଁ କାରଣରୁ ଏମିତି ହେଉଛି କହିପାରିନଥିଲେ । ଯାହାକୁ ନେଇ ସମସ୍ତେ ଚିନ୍ତାରେ ପଡିଯାଇଥିଲେ । ଶେଷରେ ଝିଅକୁ ଜିଆଙ୍ଗସୁର ସୁଚୋ ବିଶ୍ବବିଦ୍ୟାଳୟରେ ଥିବା ଶିଶୁ ଡାକ୍ତରଖାନାକୁ ନିଆଯାଇଥିଲା । ଯେଉଁଠି ଡାକ୍ତର ଝାଙ୍ଗ ବିଙ୍ଗ ବିଙ୍ଗ ତାଙ୍କ ପରିବାରକୁ ନମୁନା ଗୁଡିକ ସ୍ଥାନୀୟ ରୋଗ ନିୟନ୍ତ୍ରଣ ଓ ନିବାରଣ କେନ୍ଦ୍ରକୁ ଦାଖଲ କରିବାକୁ ପରାମର୍ଶ ଦେଇଥିଲେ । ଡାକ୍ତରଙ୍କ ପରାମର୍ଶ ମୁତାବକ ଝିଅଟିର ପରିବାର ଲୋକେ ସ୍ଥାନୀୟ ରୋଗ ନିୟନ୍ତ୍ରଣ ଓ ନିବାରଣ କେନ୍ଦ୍ରରେ ରିପୋର୍ଟ ଦେଇଥିଲେ । ରିପୋର୍ଟ ଯାଞ୍ଚ ପରେ କେନ୍ଦ୍ରର  ଜଣେ କର୍ମଚାରୀ ପୋକ ଗୁଡିକ ଚିହ୍ନଟ କରିଥିଲେ । 

ପୂର୍ବରୁ ଜଣେ ୬୦ ବର୍ଷୀୟା ମହିଳାଙ୍କ ଶରୀରରେ ଏହି ପୋକ ଚିହ୍ନଟ ହୋଇଥିଲା । ପୋକ ସବୁ ଦେଖିବାକୁ ମାଛି ପରି । ସେମାନେ ଜୈବିକ ପଦାର୍ଥରେ ପରିପୂର୍ଣ୍ଣ ପରିବେଶରେ ବଢନ୍ତି ଯେପରିକି ବନ୍ଦ ଡ୍ରେନ । ତେବେ ନିବାରଣ କେନ୍ଦ୍ରର ମୁଖ୍ୟଙ୍କ କହିବା କଥା ଯେତେବେଳେ ପିଲାଟି ବ୍ରଶ କରିଥାଏ  କିମ୍ବା ଶୌଚାଳୟ ଫ୍ଲସ କରିଥାଏ ସେହି ସମୟରେ ପାଣିର ଛିଟା ମାଧ୍ୟମରେ ପୋକଗୁଡିକ ଶରୀରରେ ପ୍ରବେଶ କରିଥାନ୍ତି । ଏହା କୌଣସି ଗୁରୁତର ସମସ୍ୟା ନୁହେଁ । 

 

 

  • China
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.