ଚୀନର ଏୟାର-ଟୁ-ଏୟାର ମିସାଇଲ୍‌; ଘଣ୍ଟାପ୍ରତି ବେଗ ୧୦୦୦ କିମି, ଭାରତ ପାଇଁ ସାଜିପାରେ ବିପଦ !

Published By : Prameya-News7 Bureau | August 01, 2025 IST

ନୂଆଦିଲ୍ଲୀ ୦୧।୦୮:  ବର୍ତ୍ତମାନ ଯୁଦ୍ଧ ପାଇଁ ନୂଆ ଚେହେରା ଏୟାର-ଟୁ-ଏୟାର ମିସାଇଲ୍‌ । ଏହା ଶହଶହ କିଲୋମିଟର ଦୂରରୁ ଶତ୍ରୁ ବିମାନକୁ କରିପାରିବ ଟାର୍ଗେଟ୍‌ । ଚୀନ୍ ମଧ୍ୟ ଏ ଦିଗରେ ପଛରେ ନାହିଁ । ସବୁଠାରୁ ବଡ଼ ଲମ୍ଫ ମାରିଥିବା ଡ୍ରାଗନ କରିଛି ଦାବି । ଚୀନ୍ କହିଛି ୧୦୦୦ କିଲୋମିଟର ରେଞ୍ଜ ବିଶିଷ୍ଟ ଏୟାର-ଟୁ-ଏୟାର ମିସାଇଲ୍‌ କରିଛି ପରୀକ୍ଷଣ । ଯଦି ଡ୍ରାଗନର ଦାବି ସତ ତେବେ ସବୁଦିନ ପାଇଁ ବଦଳିଯିବ ବାୟୁଯୁଦ୍ଧର ପରିଭାଷା । ଚୀନ୍‌ର ଏହି କ୍ଷେପଣାସ୍ତ୍ର ଜାପାନରୁ ତାଇୱାନ ପର୍ଯ୍ୟନ୍ତ କରିପାରେ ଧ୍ୱଂସ । 

ସାଉଥ୍ ଚାଇନା ମର୍ଣ୍ଣିଂର ରିପୋର୍ଟ ଅନୁଯାୟୀ, ଚୀନ୍ ଏକ ନୂଆ ହାଇପରସୋନିକ୍ ଏୟାର-ଟୁ-ଏୟାର ମିସାଇଲ୍ ବିକଶିତ କରୁଛି । ଯାହାର ପରିସର ୮୦୦-୧୦୦୦ କିଲୋମିଟର । ବିଶେଷଜ୍ଞଙ୍କ ଅନୁଯାୟୀ ଯଦି ରିପୋର୍ଟ ସଠିକ୍ ହୁଏ ତେବେ ଏହାର ଅର୍ଥ ହେଉଛି ଯେ ଏହି ମିସାଇଲ୍ ବିଶ୍ୱର ସବୁଠାରୁ ଉନ୍ନତ ଲଢ଼ୁଆ ବିମାନ ହେବ । ଏହା ଆମେରିକୀୟ F-22 Raptor, B-21 Raider ଏବଂ F-35 ଷ୍ଟିଲ୍ଥ ଫାଇଟର ଜେଟ୍‌କୁ ମଧ୍ୟ ଖସାଇ ପାରିବ । ରିପୋର୍ଟ ଅନୁଯାୟୀ, ଏହି ଏୟାର-ଟୁ-ଏୟାର ମିସାଇଲ୍‌ର ଗତି  ମାକ୍ ୫ କିମ୍ବା ତା'ଠାରୁ ଅଧିକ ହୋଇପାରେ।

ଏୟାର-ଟୁ-ଏୟାର ମିସାଇଲ୍‌ର ହାଇପରସୋନିକ୍ ସ୍ପିଡ୍‌ ଏବଂ ରେଞ୍ଜ ହିଁ ଏହାକୁ ବିଶ୍ୱର ସବୁଠାରୁ ବିପଦପୂର୍ଣ୍ଣ ମିସାଇଲ୍‌ କରିପାରେ । ଏପରି ପରିସ୍ଥିତିରେ ଆମେରିକା, ଭାରତ, ଜାପାନ, ତାଇୱାନ ଏବଂ ଅନ୍ୟାନ୍ୟ ଦେଶର ଏୟାର ଡିଫେନ୍ସକୁ ରିଡିଜାଇନ୍‌ କରିବାକୁ ପଡ଼ିପାରେ । ବର୍ତ୍ତମାନ ଭାରତ Astra-3 ଏୟାର-ଟୁ-ଏୟାର ମିସାଇଲ୍‌ ବିକଶିତ କରିବାକୁ ନିକଟତର ରହିଛି । 

ଯାହାର ରେଞ୍ଜ ପ୍ରାୟ ୪୦୦ କିଲୋମିଟର ହେବ । ଯେତେବେଳେ କି ଆମେରିକାର AIM-174B ର ରେଞ୍ଜ ମଧ୍ୟ ପ୍ରାୟ ୪୦୦ କିଲୋମିଟର । ରୁଷର R-37M କ୍ଷେପଣାସ୍ତ୍ରର ପରିସର ମଧ୍ୟ ୩୫୦-୪୦୦ କିଲୋମିଟର ମଧ୍ୟରେ ରହିଛି । ଅର୍ଥାତ୍ ବିଶ୍ୱରେ ପୂର୍ବରୁ ଥିବା ଏୟାର-ଟୁ-ଏୟାରର ମିସାଇଲ୍‌ର ସର୍ବାଧିକ ରେଞ୍ଜ ପ୍ରାୟ ୪୦୦ କିଲୋମିଟର। କିନ୍ତୁ ଚୀନର ଏହି ଏକ ହଜାର କିଲୋମିଟର ରେଞ୍ଜର ମିସାଇଲ୍‌ ପ୍ରତ୍ୟେକ ରଣନୀତିକୁ ବଦଳାଇପାରେ।

ଶକ୍ତିଶାଳୀ ଦେଶଗୁଡ଼ିକ ୧୯୬୦ ଦଶକରୁ ଏୟାର-ଟୁ-ଏୟାର ମିସାଇଲ୍‌ ତିଆରି କରିବା ଆରମ୍ଭ କରିଥିଲେ। ଆମେରିକା ୧୯୫୬ରେ AIM-9 ସାଇଡୱିଣ୍ଡର ପରୀକ୍ଷଣ କରିଥିଲା। ଏହାପରେ ସୋଭିଏତ୍ ୟୁନିଅନ୍ K-5, K-13 ଭଳି କ୍ଷେପଣାସ୍ତ୍ର ବିକଶିତ କରିଥିଲା । ଯାହା ୧୯୬୫ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧରେ ବ୍ୟବହୃତ ହୋଇଥିଲା । ପରେ ବିୟଣ୍ଡ ଭିଜୁଆଲ୍ ରେଞ୍ଜ (BVR) ମିସାଇଲ୍‌ର ବିକାଶ ଆରମ୍ଭ ହୋଇଥିଲା । 

ବର୍ତ୍ତମାନର BVR କ୍ଷେପଣାସ୍ତ୍ରଗୁଡ଼ିକର ସାଧାରଣତଃ ୨୦୦ ରୁ ୪୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ ହୋଇଥାଏ। କିନ୍ତୁ ଚୀନ୍ ଏବେ ୧୦୦୦ କିଲୋମିଟର ଦୂରତା ବିଶିଷ୍ଟ ଏକ ଏୟାର-ଟୁ-ଏୟାର ମିସାଇଲ୍ ବିକଶିତ କରିଥିବା ଦାବି କରିଛି । ଏବେ ସବୁଠାରୁ ବଡ ପ୍ରଶ୍ନ ଆସୁଛି ଚୀନ୍ କ୍ଷେପଣାସ୍ତ୍ରରୁ ଭାରତ ପାଇଁ କେତେ ବିପଦ ରହିଛି  ? ଭାରତୀୟ ବାୟୁସେନା ପାଖରେ ବର୍ତ୍ତମାନ Astra Mk-1 ଅଛି ।  ଭବିଷ୍ୟତରେ ଏହା Astra Mk-2 ଏବଂ Mk-3 ମିସାଇଲ୍ ପାଇବ । କିନ୍ତୁ ଏହି ମିସାଇଲ୍‌ ଗୁଡ଼ିକର ପରିସର ୨୦୦ ରୁ ୪୦୦ କିଲୋମିଟର ମଧ୍ୟରେ ରହିଛି । 

କିନ୍ତୁ ଯଦି ଚୀନର ଏହି ମିସାଇଲ୍‌ର ରିପୋର୍ଟ ସତ ହୁଏ, ତେବେ ଭାରତକୁ ହାଇପରସୋନିକ୍ ଏୟାର-ଟୁ-ଏୟାର ମିସାଇଲ୍ ବିକଶିତ କରିବାକୁ ପଡ଼ିବ। ଏହାବ୍ୟତୀତ ISRO ଏବଂ DRDOକୁ ମିଳିତ ଭାବରେ ଏପରି ସେନ୍ସର ଏବଂ ରାଡାର ସିଷ୍ଟମ ବିକଶିତ କରିବାକୁ ପଡିବ ଯାହା ସମୟ ମଧ୍ୟରେ ଏତେ ଦୂରତାରେ ଉଡ଼ୁଥିବା ହାଇପରସୋନିକ୍ କ୍ଷେପଣାସ୍ତ୍ରକୁ ଟ୍ରାକ୍ କରିପାରିବ । 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.