ରାଫେଲ୍ ମିଳିବ, ହେଲେ ‘ମସ୍ତିଷ୍କ’ ନୁହେଁ; ମିଡିଆ ରିପୋର୍ଟରେ ଦାବି- ଭାରତକୁ ସୋର୍ସ କୋଡ୍ ହେବାକୁ ଅରାଜି ଫ୍ରାନ୍ସ

NEWS7
check-astrological-prediction-for-today-29-feb-2024

ନୂଆଦିଲ୍ଲୀ : ଫ୍ରାନ୍ସଠାରୁ ୧୧୪ଟି ରାଫେଲ ଯୁଦ୍ଧ ବିମାନ କ୍ରୟ କରିବା ପାଇଁ ଭାରତ ଏକ ଚୁକ୍ତି ସ୍ୱାକ୍ଷର କରିପାରେ । ଏହି ଚୁକ୍ତିକୁ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ପକ୍ଷରୁ ଅନୁମୋଦନ ମିଳିସାରିଛି । ଏହି ଚୁକ୍ତି ଅଧିନରେ ଫ୍ରାନ୍ସ ଭାରତକୁ ରାଫେଲ ଯୁଦ୍ଧ ବିମାନର ସୋର୍ସ କୋଡ୍ ମଧ୍ୟ ପ୍ରଦାନ କରିବ ବୋଲି ଦାବି କରାଯାଉଛି । କିନ୍ତୁ ଫ୍ରାନ୍ସର ବ୍ୟବସାୟିକ ସଂସ୍ଥା L'Essentiel de l'Éco ଅନୁଯାୟୀ, ୧୧୪ଟି ରାଫେଲ ଯୁଦ୍ଧ ବିମାନ ପାଇଁ ଭାରତ ସହିତ ଚାଲିଥିବା ଆଲୋଚନାର ଅଂଶ ଭାବରେ ଫ୍ରାନ୍ସ ସରକାର SPECTRA ଇଲେକ୍ଟ୍ରୋନିକ୍ ୱାରଫେୟାର ସୁଟ୍ ଏବଂ ଅନ୍ୟ କୋର୍ ଇଲେକ୍ଟ୍ରୋନିକ୍ ସିଷ୍ଟମ ପାଇଁ ଆବଶ୍ୟକ ସୋର୍ସ କୋଡ୍ ସ୍ଥାନାନ୍ତର କରିବାକୁ ସ୍ପଷ୍ଟ ଭାବରେ ମନା କରିଦେଇଛନ୍ତି ।

ଯଦି ରାଫେଲର ସୋର୍ସ କୋଡ୍ ନମିଳେ, ତେବେ କ'ଣ କ୍ଷତି ହେବ ?

ରିପୋର୍ଟରେ ଦାବି କରାଯାଇଛି ଯେ ସୋର୍ସ କୋଡ୍ ଫ୍ରିଜ୍ ହେବା ଦ୍ୱାରା ଫ୍ରାନ୍ସର ବିନା ଅନୁମୋଦନ ଏବଂ ସହାୟତାରେ ଭାରତ ଅସ୍ତ୍ରଶସ୍ତ୍ରକୁ ସ୍ୱାଧୀନ ଭାବରେ ସଂଯୁକ୍ତ କରିପାରିବ ନାହିଁ । ରାଫେଲର ସଫ୍ଟୱେର୍ କଷ୍ଟମାଇଜ୍ କରିବା କ୍ଷମତାରୁ ଭାରତକୁ ବଞ୍ଚିତ ହେବ । ରିପୋର୍ଟ ଅନୁଯାୟୀ, ଫ୍ରାନ୍ସ ଏହି ସୋର୍ସ କୋଡକୁ ଦଶନ୍ଧି ଧରି ବିକଶିତ କରାଯାଇଥିବା ଏକ ପ୍ରୋପ୍ରାଇଟରୀ ଭାବେ ଦେଖୁଛି, ଯାହାକୁ ଅନ୍ୟ କୌଣସି ଦେଶ ସହିତ ସେୟାର କରାଯାଇପାରିବ ନାହିଁ ।

ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଫ୍ରାନ୍ସ ରାଫେଲର ସୋର୍ସ କୋଡ୍ ବଦଳରେ ଆପ୍ଲିକେସନ୍ ପ୍ରୋଗ୍ରାମିଂ ଇଣ୍ଟରଫେସ୍ (API) ପ୍ରଦାନ କରିପାରେ । ଫ୍ରାନ୍ସ ପୂର୍ବରୁ ଭାରତ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (UAE) କୁ ଆପ୍ଲିକେସନ୍ ପ୍ରୋଗ୍ରାମିଂ ଇଣ୍ଟରଫେସ୍ ପ୍ରଦାନ କରିସାରିଛି । ରାଫେଲ୍ ଏଫ୍-୪ ଷ୍ଟାଣ୍ଡାର୍ଡ ପ୍ରଥମ ଅନ୍ତର୍ଜାତୀୟ ଗ୍ରାହକ ଭାବରେ ୟୁଏଇ ଏପିଆଇ ବ୍ୟବହାର କରି ଏହାର ସ୍ୱଦେଶୀ ଗାଇଡେଡ୍ ଅସ୍ତ୍ରଶସ୍ତ୍ରକୁ ଏକୀକୃତ କରିବା ପାଇଁ ଏକ ଚୁକ୍ତି ସ୍ୱାକ୍ଷର କରିଛି ।

ଭାରତ ବର୍ତ୍ତମାନ ଏଫ ୩-ଆର ଷ୍ଟାଣ୍ଡାର୍ଡ ରାଫେଲ ଜେଟ୍ ବ୍ୟବହାର କରୁଛି । ଏହା ମଧ୍ୟରୁ ୧୩ ଟିରେ ଇଣ୍ଡିଆ-ସ୍ପେସିଫିକ୍ ଏନହାନ୍ସମେଣ୍ଟ ରହିଛି । ତଥାପି, ଫ୍ରାନ୍ସ ସହିତ ନୂତନ ଚୁକ୍ତିରେ ଏଫ୍ ୪ ଷ୍ଟାଣ୍ଡାର୍ଡର ୧୧୪ଟି ବିମାନ ଅନ୍ତର୍ଭୁକ୍ତ ହେବ । ରିପୋର୍ଟ ଅନୁସାରେ, ୧୧୪ଟି ଯୁଦ୍ଧ ବିମାନ ମଧ୍ୟରୁ ଭାରତ ଶେଷ ୨୪ଟି ବିମାନକୁ ପରବର୍ତ୍ତୀ ପିଢ଼ିର ଏଫ୍-୫ ଷ୍ଟାଣ୍ଡର୍ଡରେ ପରିବର୍ତ୍ତନ କରିବାର ବିକଳ୍ପ ଉପରେ ବିଚାର କରୁଛି ।