ଅପ୍ରେଲ୍ ୨୯ ତାରିଖ, ସୋମବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

Published By : Prameya-News7 Bureau | April 29, 2024 IST

ମେଷ- ଅର୍ଥ ବ୍ୟୟ ହେବ । ପରିବାର ଲୋକଙ୍କ ସହିତ ଖୁସିର ମୁହୂର୍ତ୍ତ ଅତିବାହିତ କରିବେ । କିଛି ନୂଆ ଜିନିଷ ପାଇବା ଆଶାରେ ମନ ପ୍ରଫୁଲ୍ଲିତ ରହିବ । ମନରେ ଉଦବେଗ ପ୍ରକାଶ ପାଇବ । ଅନ୍ୟ କାହା ମନରେ କଷ୍ଟ ଦେଇପାରନ୍ତି । ବିଦ୍ୟାର୍ଥୀ ଲାଭବାନ ହେବେ ।

ବୃଷ- କର୍ମ ଫଳ ପ୍ରାପ୍ତ କରିବେ। ସମ୍ମାନ ମିଳିବ । ଯାହା ଫଳରେ ମାନସିକ ଓ ଶାରୀରିକ ସ୍ତରରେ ମଜବୁତ ରହିବେ । ଘରକୁ ନୂତନ ବନ୍ଧୁଙ୍କ ଆଗମନ ହୋଇପାରେ । ଛାତ୍ର ଛାତ୍ରୀଙ୍କ ପାଇଁ ଦିନର ପ୍ରଥମ ଭାଗଟି ବିଶେଷ ଶୁଭଦାୟକ ହେବ ।

ମିଥୁନ- ଦ୍ଵାଦଶ ଚନ୍ଦ୍ର ଯୋଗୁଁ ସମାପ୍ତ କରିବାକୁ ଚାହୁଁଥିବା କାର୍ଯ୍ୟଟି ଅଧାରୁ ଅଟକି ଯାଇପାରେ । ଆର୍ଥିକ ବ୍ୟୟ ହେବ । ମହିଳାମାନଙ୍କ ପାଇଁ ଦିନଟି ବ୍ୟସ୍ତ ବହୁଳ ରହିବ । ପରିବାରରେ ସୁଖ ଶାନ୍ତି ବଜାୟ ରହିବ । ବିଦ୍ୟାର୍ଥୀ ମାନେ ଅଳସୁଆ ହେବେ ।

କର୍କଟ- ଦିନଟି ଆପଣଙ୍କୁ ଉତ୍ତମ ଫଳ ପ୍ରଦାନ କରିବ । ଧନଧାନ୍ୟରେ ବୃଦ୍ଧି ଘଟିବା ସହିତ ଗୃହରେ ଶୁଭ କର୍ମର ଆରମ୍ଭ ହେବ । ବ୍ୟବସାୟୀଙ୍କ ପାଇଁ ଦିନଟି ବିଶେଷ ଶୁଭ ଦାୟକ ରହିଛି । ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ନୂଆ ସ୍ଥାନ ପ୍ରାପ୍ତି ହୋଇପାରେ ।

ସିଂହ- ଦଶମ ଚନ୍ଦ୍ର ଭୋଗ ଯୋଗୁଁ ଦୂର ଯାତ୍ରା କରିବାର ଯୋଗ ରହିଛି । ସମୟ ସହିତ ତାଳ ଦେଇ ଚାଲନ୍ତୁ ଦିନଟି ଶୁଭ ଦାୟକ ହେବ । ଘରକୁ ବନ୍ଧୁଙ୍କ ଆଗମନ ହୋଇପାରେ । ପାରିବାରିକ ଜୀବନ ସୁଖମୟ ହେବ । ବିଦ୍ୟାର୍ଥୀ ମାନେ ପାଠରେ ମନୋନିବେଶ କରିବେ।

କନ୍ୟା- ନବମ ଚନ୍ଦ୍ର ଯୋଗୁଁ ମନରେ ବିଶାଦ ସୃଷ୍ଟି ହେବ । ଚାହୁଁ ନଥିଲେ ମଧ୍ୟ ବାଧ୍ୟ ହୋଇ କିଛି କାର୍ଯ୍ୟ କରିବାକୁ ପଡ଼ିବ । କିଛି ଭଲ ସମ୍ବାଦ ପାଇ ନିଜକୁ ଗର୍ବିତ ଅନୁଭବ କରିପାରନ୍ତି । ମହିଳାମାନେ ନୂତନ ଅଳଙ୍କାର କ୍ରୟ କରିପାରନ୍ତି । ହଠାତ୍ ଖର୍ଚ୍ଚାନ୍ତ ମଧ୍ୟ ହେବାର ଯୋଗ ଅଛି ।

ତୁଳା- ସୁଖ ହାନି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଦେହରେ ସାମାନ୍ୟ ଯନ୍ତ୍ରଣା ଦେଖା ଦେବ । ଆର୍ଥିକ ସ୍ଥିତିରେ ଅବନତି ଦେଖାଦେଇପାରେ । କୌଣସି ବିଶେଷ କାର୍ଯ୍ୟକ୍ରମରେ ଯୋଗଦାନ କରିବେ । ବିଦ୍ୟାର୍ଥୀ ଓ ବ୍ୟବସାୟୀ ଆଶାୟୀ ହୋଇରହିବେ ।

ବିଛା- ବିଛା ରାଶିକୁ ସପ୍ତମ ଚନ୍ଦ୍ର ଘାତ ଯାହା ଫଳରେ ଶାରୀରିକ ଓ ମାନସିକ ସମସ୍ୟା କିଛି ଦେଖାଦେବ । ଯାନ ବାହନରେ ସତର୍କତା ଆବଶ୍ୟକ । ଆକସ୍ମିକ ଦୁର୍ଘଟଣାର ସମ୍ଭାବନା ରହିଛି ।  ପରିବାରରେ ସମସ୍ୟା ଦେଖା ଦେଇପାରେ । ଆତ୍ମ ବିଶ୍ୱାସ ବଜାୟ ରଖନ୍ତୁ । ପରିଶ୍ରମ ଅଧିକ ହେବ ।

ଧନୁ- ପତ୍ନୀଙ୍କ ଠାରୁ କିଛି ଉପହାର ମିଳିପାରେ । ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଦିନଟି ଭଲ ରହିଛି । ନିଜକୁ ଆଶଙ୍କା ଭିତରେ ରଖିବେ । ଖୁସି ହେବାକୁ ଚାହୁଁଥିଲେବି ହୋଇପାରିବେ ନାହିଁ । କୌଣସି କାର୍ଯ୍ୟ ସମୂର୍ଣ୍ଣ ପାଇଁ ଅପେକ୍ଷା କରିବାକୁ ପଡ଼ିପାରେ ।

ମକର- ଶୁକ୍ଳ ପକ୍ଷ ପଞ୍ଚମ ଚନ୍ଦ୍ର ଯୋଗୁଁ ବ୍ୟସ୍ତ ବିବ୍ରତ ହୋଇ କୌଣସି କାର୍ଯ୍ୟ କରନ୍ତୁ ନାହିଁ । ଆଲୋଚନା କରି କାର୍ଯ୍ୟ କଲେ ସଫଳତା ମିଳିବ । ବାହାର ସ୍ଥାନକୁ ବୁଲିବାକୁ ଯାଇପାରନ୍ତି । କିଛି ନୂତନ ଯୋଜନା ପ୍ରସ୍ତୁତ କରିବେ । ବ୍ୟବସାୟୀଙ୍କୁ ମଧ୍ୟମ ଫଳ ପ୍ରାପ୍ତ ହେବ । କର୍ମ ଚଞ୍ଚଳ ରହିବେ ।

କୁମ୍ଭ- ଚତୁର୍ଥ ଚନ୍ଦ୍ର ଯୋଗୁଁ ଅର୍ଥ ବିଷୟକୁ ନେଇ ଚିନ୍ତା ବଢିବ । ସ୍ବାସ୍ଥ୍ୟବସ୍ଥାରେ ହାନି ଘଟି ପାରେ । ମାନ ହାନି ହେବା ସହ ଅଙ୍ଗରେ ଆଘାତ ଲାଗିପାରେ । ନିଜ ଆତ୍ମ ଗର୍ବ ନିଜକୁ ଅସୁବିଧାରେ ପକାଇବ । ଛାତ୍ର ଛାତ୍ରୀ ମାନଙ୍କ ପାଇଁ ବହୁ ଆଡ଼ମ୍ବରେ ଲଘୁକ୍ରିୟା ।

ମୀନ- କିଛି ନୂତନ ଦ୍ରବ୍ୟ କ୍ରୟ କରିବେ । ବ୍ୟବସାୟୀଙ୍କ ପାଇଁ ମଧ୍ୟମ ଫଳ ପ୍ରାପ୍ତ ହେବ । ଭ୍ରମଣର ଯୋଗ ରହିଛି । ବାହ୍ୟ ସ୍ଥାନରୁ ସମ୍ମାନ ପ୍ରାପ୍ତି ହୋଇପାରେ । ଛାତ୍ର ଛାତ୍ରୀମାନେ ଅନ୍ୟମନସ୍କ ରହିବାର ଦେଖାଯିବ । ଅଳ୍ପ ଧନ ପ୍ରାପ୍ତି ଯୋଗ ରହିଛି ।


ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ ,ଜ୍ୟୋତିଷ ଯାଜପୁର, ଯୋଗାଯୋଗ - 8249826682

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.