ଚାକିରୀ ଦେବେ କହି ଲୁଟୁଥିଲେ, ବାଇକ ନମ୍ବର ଟ୍ରାକ କରି ଧରିଲା ପୋଲିସ

Published By : Prameya-News7 Bureau | May 05, 2024 IST

କେନ୍ଦୁଝର ୫/୫: ୩ ଜଣ ଠକ ମିଶି ଭୁଆଁ ବୁଲାଉଥିଲେ । ବେକାର ଯୁବକ ଯୁବତୀଙ୍କୁ ବିଭିନ୍ନ ସଂସ୍ଥାରେ ଚାକିରି ଦେବା ଆଳରେ ଲୁଟୁଥିଲେ ଲକ୍ଷ ଲକ୍ଷ ଟଙ୍କା । ଆଉ ପୋଲିସ ଆଖିରେ ଧୁଳି ଦେଇ ଲୁଚି ବୁଲୁଥିଲେ । ବାଇକ ନମ୍ବର ଟ୍ରାକ କରି ୩ ଠକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କେନ୍ଦୁଝର ପୋଲିସ । ଗିରଫ ୩ ଜଣ ହେଲେ ପୁରୀ ମରାଳ ଗାଁର ଟୁଲୁ ମଲ୍ଲିକ ଓ ଆନନ୍ଦପୁର ଅଞ୍ଚଳର ଜୀବନାନନ୍ଦ ସାମଲ, ଯଶୋବନ୍ତ ସିଂ ସାମଲ । 

ବେକାର ଯୁବକ ଯୁବତୀଙ୍କୁ ବିଭିନ୍ନ କଂପାନୀରେ ଚାକିରି କରାଇଦେବାର ବାହାନାରେ ପ୍ରାୟ ୧୭ ଲକ୍ଷରୁ ଅଧିକ ଟଙ୍କା ଚଳୁ କରିଥିବା ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ପୋଲିସ । ସେମାନଙ୍କ ଠାରୁ ବିଭିନ୍ନ କଂପାନୀର ଜାଲ୍ ନିଯୁକ୍ତି ପତ୍ର, ଦସ୍ତାବିଜ,ଗୋଟିଏ ଲାପଟପ,ବାଇକ,୨ଟି ମୋବାଇଲ ଓ ନଗଦ ୨୫ ହଜାର ଟଙ୍କା ଜବତ ହୋଇଥିବା ପୋଲିସ ସୂଚନା ଦେଇଛି । ୩ ଠକ ମୋବାଇଲ ଫୋନ ସ୍ବିଚ୍ ଅଫ କରି ଲୁଚିଥିବାବେଳେ ବାଇକ ନମ୍ବର ଟ୍ରାକ କରି ୩ ଜଣକୁ ବାନ୍ଧି ଥିଲା ପୋଲିସ । 



You Can Read: ବଡ଼ ଭଉଣୀକୁ କରୁଥିଲା ଏକତରଫା ପ୍ରେମ, ସାନ ଭଉଣୀ ବିରୋଧ କରିବାରୁ ହେଲା କାଳ

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.