LIVE TV

ରାଷ୍ଟ୍ରପତିଙ୍କୁ ଭେଟିଲେ CDS ଓ ୩ ସେନା ମୁଖ୍ୟ

NEWS7
president

ନୂଆଦିଲ୍ଲୀ ୩୦।୯: ଭାରତୀୟ ପ୍ରତିରକ୍ଷା ମୁଖ୍ୟ (ସିଡିଏସ) ଜେନେରାଲ ଅନିଲ ଚୌହାନ ମଙ୍ଗଳବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଭବନରେ ଭେଟିଛନ୍ତି। ଏହା ଏକ ସୌଜନ୍ୟ ମୂଳକ ସାକ୍ଷାତକାର ଥିଲା ଓ ସିଡିଏସଙ୍କ ସହ ସ୍ଥଳସେନାଧ୍ୟକ୍ଷ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ, ବାୟୁସେନାଧ୍ୟକ୍ଷ ଏୟାର ଚିଫ ମାର୍ଶଲ ଏ.ପି. ସିଂହ ଓ ନୌସେନା ଅଧ୍ୟକ୍ଷ ଆଡମିରାଲ ଦିନେଶ.କେ. ତ୍ରିପାଠୀ ମଧ୍ୟ ଉପସ୍ଥିତ ଥିଲେ।

ବୈଠକ କାଳରେ ରାଷ୍ଟ୍ରପତିଙ୍କୁ ୩ ସେନାଙ୍କ ପ୍ରସ୍ତୁତି ଓ ପ୍ରତିରକ୍ଷା ସମ୍ପର୍କିତ ବିଷୟରେ ସୂଚନା ଦିଆଯାଇଛି। ରାଷ୍ଟ୍ରପତି ସଶସ୍ତ୍ର ବଳଙ୍କ ଦକ୍ଷତା, ତ୍ୟାଗ ଓ ଦେଶର ସୁରକ୍ଷାରେ ସେମାନଙ୍କ ଯୋଗଦାନକୁ ଉଚ୍ଚ ପ୍ରଶଂସା କରିଛନ୍ତି। ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ ରଷ୍ଟ୍ରପତି ମୁର୍ମୁ ୩ ସେନା ମୁଖ୍ୟ ତଥା ପ୍ରତିରକ୍ଷା ମୁଖ୍ୟଙ୍କୁ ସେମାନଙ୍କ କର୍ତ୍ତବ୍ୟ ନିର୍ବାହରେ ସଫଳତା ପାଇଁ ଶୁଭକାମନା ଜଣାଇଛନ୍ତି।