ଭୁବନେଶ୍ୱର ୧୩।୧୧ : ପୋଲିସ ଏସ୍ଆଇ ସ୍କାମ ମାମଲା । ମାମଲା ରୁଜୁ କଲା ସିବିଆଇ । ବିଜ୍ଞପ୍ତି ପ୍ରକାଶ ପରେ ମାମଲା ରୁଜୁ କରିଛି ସିବିଆଇ । ସିବିଆଇ ଭୁବନେଶ୍ୱର ଶାଖା ପକ୍ଷରୁ ଏହି ମାମଲାକୁ ରୁଜୁ କରାଯାଇଛି। ଜଣେ ଡିଏସ୍ପିଙ୍କ ନେତୃତ୍ୱରେ ଗଠିତ ଟିମ୍ ପୁରା ଘଟଣାର ତଦନ୍ତ କରିବ । ଏହିକ୍ରମରେ କ୍ରାଇମବ୍ରାଞ୍ଚ ଆଇଓଙ୍କ ଠାରୁ ସମସ୍ତ ତଥ୍ୟ ନେଇଛି ସିବିଆଇ ।

ଏସ୍‌ଆଇ ପରୀକ୍ଷା କେଳେଙ୍କାରୀ ମାମଲା । କ୍ରାଇମବ୍ରାଞ୍ଚ ଏହି ସ୍କାମ୍‌କୁ ତଦନ୍ତ କରୁଥିବା ବେଳେ କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସିବିଆଇ ତଦନ୍ତ ଲାଗି ସୁପାରିଶ କରିଥିଲେ । ଆଉ ଏବେ କେନ୍ଦ୍ର ସରକାରଙ୍କ ଅନୁମୋଦନ ପରେ ସିବିଆଇ ଆରମ୍ଭ କରିଛି ତଦନ୍ତ । ପ୍ରଥମେ କ୍ରାଇମବ୍ରାଞ୍ଚ ଆଇଓଙ୍କ ଠାରୁ ତଦନ୍ତର ସମସ୍ତ ତଥ୍ୟ ନେଇଛି । ଏହା ପରେ ଭୁବନେଶ୍ୱର ସିବିଆଇ ଶାଖା ପକ୍ଷରୁ ମାମଲା ରୁଜୁ କରାଯାଇଛି । ଜଣେ ଡିଏସ୍‌ପିଙ୍କ ନେତୃତ୍ୱରେ ଗଠିତ ଟିମ୍‌ ଏହାର ତଦନ୍ତ କରିବ । ତେବେ ବୁଧବାର ଦିନ ଶଙ୍କର ପୃଷ୍ଟିର ଏକାନ୍ତ ଘନିଷ୍ଠ ତଥା କେୟାରଟେକର ସାଗର ଗୌଡ଼କୁ ଗିରଫ କରାଯାଇଛି । ଦୀଘା ମଡ୍ୟୁଲ ସମ୍ଭାଳୁଥିଲା ସାଗର । ଆର୍ଥିକ ନେଣଦେଣ ନେଇ ବି କିଛି ତଥ୍ୟ ମିଳିଛି । ବର୍ତ୍ତମାନ ସୁଦ୍ଧା ଏହି ସ୍କାମରେ ୧୨୬ ଜଣଙ୍କୁ ଗିରଫ କରାଯାଇଛି । ଆଉ ଏବେ ସିବିଆଇ ତଦନ୍ତ ସମୟରେ ଅନେକ ବଡ଼ବଡ଼ିଆ ପ୍ରତି ଅଡୁଆ ବଢିପାରେ ବୋଲି ଅନୁମାନ କରାଯାଉଛି ।