ବାଲିଯାତ୍ରା ୨୦୨୫
LIVE TV

ହାଇକୋର୍ଟରେ ଅବଦୁର ରେହମାନର ଜାମିନ ଖାରଜ, ଉଗ୍ରବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତି ଅଭିଯୋଗରେ ହୋଇଥିଲେ ଗିରଫ

NEWS7
cbi-investigation-on-gangster-tito-petrol-pump-alert

କଟକ୧୧:ଅବଦୁର ରେହମାନର ଜାମିନ ଖାରଜ । ଅବଦୁରର ଜାମିନ ଖାରଜ କଲେ ହାଇକୋର୍ଟ । ଉଗ୍ରବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତି ଥିବା ନେଇ ଅବଦୁର ରେହମାନ ନାଁରେ ଅଭିଯୋଗ ରହିଛି ।

କଟକ ସାଲେପୁର ପଶ୍ଚିମକଛରୁ ଗିରଫ ହୋଇଥିଲା ରେହମାନ । ୨୦୧୫ ମସିହା ଡିସେମ୍ବର ମାସରୁ ଗିରଫ ହୋଇ ଜେଲ୍ରେ ଅଛି ଅବଦୁର । ଆତଙ୍କବାଦୀ ସଂଗଠନ ଅଲ୍ କାଏଦା ଲିଙ୍କ୍ରେ ଅବଦୁରକୁ ଦିଲ୍ଲୀ ପୋଲିସ ଗିରଫ କରିଥିଲା ।