ଓଭାଲ୍‌ରେ ସୁନୀଲ ଗାଭାସ୍କରଙ୍କୁ ଟପିଲେ ଶୁଭମନ୍ ଗିଲ୍, ଭାଙ୍ଗିଲେ ୪୭ ବର୍ଷ ପୁରୁଣା ରେକର୍ଡ

Published By : Prameya-News7 Bureau | July 31, 2025 IST

ନୂଆଦିଲ୍ଲୀ: ଭାରତୀୟ ଅଧିନାୟକ ଶୁଭମନ ଗିଲ୍ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ରନ୍ ବର୍ଷା କରିବା ସହ ଅନେକ ରେକର୍ଡ ଧ୍ୱସ୍ତ କରିଛନ୍ତି । ଓଭାଲ୍ ଟେଷ୍ଟର ପ୍ରଥମ ଦିନରେ ଶୁଭମନ ଗିଲ୍ ପୁଣି ଏକ ରେକର୍ଡ ଭାଙ୍ଗିଛନ୍ତି । ଗିଲ୍ ଓଭାଲ ଟେଷ୍ଟର ପ୍ରଥମ ଇନିଂସରେ ଦୁଇ କିମ୍ୱଦନ୍ତୀ ବ୍ୟାଟର୍ ଗ୍ୟାରି ସୋବର୍ସ ଓ ସୁନୀଲ ଗାଭାସ୍କରଙ୍କୁ ପଛରେ ପକାଇଛନ୍ତି । ଓଭାଲ୍ ପିଚ୍‌ରେ ଦୁଇ ରନ୍ କରିବା ସହ ଗ୍ୟାରି ସୋବର୍ସଙ୍କୁ ପଛରେ ପକାଇଥିଲେ ଓ ୧୧ ରନ୍ କରିବା ସହ ଏକ ବିରଳ ଉପଲବ୍ଧିରେ ଭାରତର ଏକ ନମ୍ୱର ଅଧିନାୟକ ହୋଇଛନ୍ତି ।

ଶୁଭମନ୍ ଗିଲ୍ ଆଜି ୧୧ ରନ୍ କରିବା ସହ ଗୋଟିଏ ଟେଷ୍ଟ ସିରିଜରେ ଅଧିନାୟକ ଭାବେ ସବୁଠୁ ଅଧିକ ରନ୍ କରିଥିବା ଭାରତୀୟ ଖେଳାଳି ହୋଇଛନ୍ତି । ସୁନୀଲ ଗାଭାସ୍କର ୧୯୭୮-୭୯ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ୭୩୨ ରନ୍ କରିଥିଲେ । କେବଳ ଏତିକି ନୁହେଁ ହିଲ୍ SENA (ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ) ଦେଶରେ ଗୋଟିଏ ସିରିଜରେ ସର୍ବାଧିକ ରନ୍ କରିଥିବା କ୍ୟାପ୍ଟେନର ଗୌରବ ଅର୍ଜନ କରିଛନ୍ତି । 


ଶୁଭମନ୍ ଗିଲଙ୍କ ନଜର ଏବେ ଦୁଇଟି ରେକର୍ଡ ଉପରେ ଅଛି । ସୁନୀଲ ଗାଭାସ୍କର ଗୋଟିଏ ସିରିଜରେ ୭୭୪ ରନ୍ କରିଥିଲେ, ଏବେ ଶୁଭମନ୍ ଗିଲ୍ ଏହାଠାରୁ ବହୁ ପଛରେ ନାହାନ୍ତି । ଗିଲ୍ ଯଦି ୮୧୧ ରନ୍ କରନ୍ତି, ତେବେ ସେ ଡନ୍ ବ୍ରାଡମ୍ୟାନଙ୍କ ରେକର୍ଡ ଭାଙ୍ଗିଦେବେ । ଗୋଟିଏ ସିରିଜରେ ଇଂଲଣ୍ଡରେ ସବୁଠୁ ଅଧିକ ରନ୍ କରିବାର ରେକର୍ଡ ବ୍ରାଡ୍‌ମ୍ୟାନଙ୍କ ନାଁରେ ରହିଛି । ଏହି ରେକର୍ଡ ଗତ ୯୦ ବର୍ଷ ଧରି ଅତୁଟ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.