ଇନ୍ଦୋରରେ ଚାଞ୍ଚଲ୍ୟ ; ବିଷାକ୍ତ ପାଣି ପିଇ ୮ ମୃତ, ୧୦୦ରୁ ଅଧିକ ହସ୍ପିଟାଲ୍‌ରେ ଭର୍ତ୍ତି

NEWS7
captain-rohit-sharma-talking-about-champions-trophy

ନୂଆଦିଲ୍ଲୀ ୩୧।୧୨; ଦେଶର ସବୁଠୁ ସ୍ୱଚ୍ଛ ସହର ପାଣିରେ ବିଷ । ମଧ୍ୟପ୍ରଦେଶର ଇନ୍ଦୋରରେ ଖେଳିଯାଇଛି ଚାଞ୍ଚଲ୍ୟ । ଭାଗୀରଥପୁରାରେ ଦୂଷିତ ପାଣି ପିଇ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦୦ ଜଣ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସମସ୍ତଙ୍କ ଗୁରୁତରଙ୍କ ଚିକିତ୍ସାର ଖର୍ଚ୍ଚ ବହନ କରିବେ ସରକାର । ମୃତକଙ୍କ ପରିବାରକୁ ଦିଆଯିବ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ। ବର୍ତ୍ତମାନ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ଘଟଣାର ତଦନ୍ତ କରି ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଗତକାଲି ବିଳମ୍ବିତ ରାତିରେ ପୌର ଜୋନାଲ ଅଧିକାରୀ ଏବଂ ଜଣେ ସହକାରୀ ଯନ୍ତ୍ରୀଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ଦାୟିତ୍ୱରେ ଥିବା ସବ-ଇଞ୍ଜିନିୟରଙ୍କୁ କାର୍ଯ୍ୟରୁ ବାହାର କରାଯାଇଛି । ଜଣେ ଅଧିକାରୀ କହିଛନ୍ତି ଯେ ଜଳ ପ୍ରଦୂଷଣ ଯୋଗୁଁ ମୃତ୍ୟୁ ଅଭିଯୋଗର ତଦନ୍ତ ପାଇଁ ଜଣେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀଙ୍କ ନେତୃତ୍ୱରେ ଏକ ତିନି କମିଟି ଗଠନ କରାଯାଇଛି।

ଏହି ଅଞ୍ଚଳରେ ବାନ୍ତି, ଝାଡ଼ା, ପେଟ ଯନ୍ତ୍ରଣା ଭଳି ସମସ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି । ପ୍ରାୟ ୨,୦୦୦ ଲୋକ ଏଥିରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ଅନେକ ରୋଗୀଙ୍କୁ ଇନ୍ଦୋରର ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୨୫ ରୁ ୩୦ ତାରିଖରେ ସ୍ୱାସ୍ଥ୍ୟ ବିଭାଗ ଟିମ୍ ଘର ଘର ବୁଲି ସର୍ଭେ କରିଛନ୍ତି । ଏପର୍ଯ୍ୟନ୍ତ, ୧,୧୦୦ରୁ ଅଧିକ ଘର ଯାଞ୍ଚ କରାଯାଇଛି । ଲୋକମାନଙ୍କୁ ଫୁଟା ପାଣି ପିଇବାକୁ ପରାମର୍ଶ ଦିଆଯାଇଛି । ପାଣି ନମୂନା ପରୀକ୍ଷା ପାଇଁ ପଠାଯାଇଛି । ୪୮ ଘଣ୍ଟା ମଧ୍ୟରେ ରିପୋର୍ଟ ଆସିବାର ଆଶା କରାଯାଉଛି ।