ସ୍ଵାଧୀନ ବିଧାୟକ ପ୍ରାର୍ଥୀ ସୋନାଲି ବିଶିଙ୍କ ପ୍ରଚାର, ଶୋଭାଯାତ୍ରାରେ ଶହ ଶହ ଚାଷୀ ସାମିଲ

Published By : Prameya-News7 Bureau | May 07, 2024 IST

ବିନିକା ୭।୫: ସୁବର୍ଣ୍ଣପୁର ନିର୍ବାଚନ ମଣ୍ଡଳୀର ରାମପୁର ଠାରେ ନବନିର୍ମାଣ କୃଷକ ସଂଗଠନର ପ୍ରାର୍ଥୀ ସୋନାଲି ବିଶି ରାମପୁର ଶିବ ମନ୍ଦିରରେ ପୂଜା କରି ଏକ ବିରାଟ ଶୋଭାଯାତ୍ରାରେ ରାମପୁର ବସ୍ତିରୁ ତହସିଲ ଛକ ପର୍ଯ୍ୟନ୍ତ ଶୋଭାଯାତ୍ରା କରିଥିଲେ l ଏହି ନିର୍ବାଚନୀ ପ୍ରଚାର ଶୋଭାଯାତ୍ରାରେ ଶହଶହ ଚାଷୀ ମାନଙ୍କୁ ନେଇ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏଥିରେ ଚାଷୀ ନେତ୍ରୀ ସୋନାଲି ବିଶି ସିଧା ସଳଖ ଏଠାକାର ବିଧାୟକ ହୋଇଥିବା ତଥା ବହୁ ପଦ ପଦବୀରେ ମନ୍ତ୍ରୀ ଥିବା ମନ୍ତ୍ରୀଙ୍କୁ ନିଜ ଅଞ୍ଚଳର କୌଣସି ବିକାଶ ହୋଇ ନାହିଁ ବୋଲି ଅଭିଯୋଗ କରିଥିଲେ । ଯଦି ଆଗାମୀ ଦିନରେ ଚାଷୀ ସରକାର ଆସିଲେ ଧାନର ଉଚିତ ମୂଲ୍ୟ ଦିଆଯିବ କଟନି ଛଟନି ବନ୍ଦ କରାଯିବ ବୋଲି କହିଛନ୍ତି। ଚାଷୀ ମାନଙ୍କ ପାଇଁ କୋଲ ଷ୍ଟୋରେଜ କରାଯିବ ବୋଲି କହିଛନ୍ତି ।

You Can Read :

ନିର୍ବାଚନ ଯେତିକି ପାଖେଇ ଆସୁଛି ରୋଚକ ହେଉଛି ଦଳଡିଆଁ : ଆଠଗଡ ବିଜେଡିରେ ସାମିଲ ୨ ଶହରୁ ଉର୍ଦ୍ଧ୍ବ ବିଜେପି ଓ କଂଗ୍ରେସ କର୍ମୀ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.