ବେତନଟୀରେ ଭି.କେ. ପାଣ୍ଡିଆନଙ୍କ ପ୍ରଚାର : ‘ବିଜୁ ପରିବାର ସଦସ୍ୟ ଏକାଠି ଲଢ଼ିଲେ, ଆମେ ନିଶ୍ଚୟ ୫୦ହଜାର ଭୋଟ୍ ବ୍ୟବଧାନରେ ଜିତିବା’

Published By : Prameya-News7 Bureau | May 28, 2024 IST

ଭୁବନେଶ୍ବର ୨୮।୫: ବଡ଼ସାହି ନିର୍ବାଚନ ମଣ୍ଡଳୀର ବେତନଟୀରେ ବିଜେଡି ନେତା ଭି.କେ. ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର । ମୁଖ୍ୟମନ୍ତ୍ରୀଙ୍କ ଦିନରାତି କଠିନ ପରିଶ୍ରମର ଫଳସ୍ୱରୂପ ମିଶନଶକ୍ତି ଆଜି ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି । ଆପଣମାନଙ୍କ ଆଶୀର୍ବାଦରୁ ନବୀନ ପଟ୍ଟନାୟକ ଜୁନ ୯ ତାରିଖରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଶପଥ ନେବା ପରେ ପ୍ରଥମ ଦସ୍ତଖତରେ ସମସ୍ତଙ୍କ ପାଇଁ ବିଜୁଳି ବିଲ୍‍ ଛାଡ଼୍‍ କରିବେ, ଦ୍ୱିତୀୟ ଦସ୍ତଖତରେ ବି.ଏସ୍‍.କେ.ୱାଇରେ ସମସ୍ତଙ୍କୁ ସାମିଲ କରିବେ, ତୃତୀୟ ଦସ୍ତଖତରେ ୬୦ ବର୍ଷ ପରେ ମିଶନ ଶକ୍ତି ସଦସ୍ୟାମାନଙ୍କ ପାଇଁ ଭତ୍ତା ବ୍ୟବସ୍ଥା, ଚତୁର୍ଥ ଦସ୍ତଖତରେ ନୂଆ-ଓ ଛାତ୍ରବୃତ୍ତି ରାଶି ପରିମାଣକୁ ବୃଦ୍ଧି କରିବେ, ପୁଅ ପାଇବେ ୧୨ ହଜାର ଓ ଝିଅ ପାଇବେ ୧୪ ହଜାର ଟଙ୍କା

ଏସବୁ ଦେଖି ବିରୋଧିଦଳ ବିଚଳିତ ହୋଇପଡ଼ିଲାଣି । 

ବିଜେପି ଆସିଲେ ମିଶନଶକ୍ତି, ବି.ଏସ୍‍.କେ.ୱାଇ, ନୂଆ-ଓ ବନ୍ଦ କରିଦେବ ବୋଲି କହୁଛି, ଆମେ କେବେ ଏହା ହେବାକୁ ଦେବାନାହିଁ । ବିଜୁ ପରିବାରର ସଦସ୍ୟମାନେ ଏକାଠି ଲଢ଼ିଲେ ଆମେ ନିଶ୍ଚୟ ୫୦ ହଜାର ଭୋଟ ବ୍ୟବଧାନରେ ଜିତିବା । ଓଡ଼ିଶାରେ ତିନୋଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଯାଇଛି, ଆପଣମାନଙ୍କ ଆଶୀର୍ବାଦ ବିଜେଡ଼ି ବହୁମତ ପାଇଛି । ବେତନଟୀକୁ ଏନ୍‍.ଏ.ସି. ମାନ୍ୟତା ସହ ସୋନୋ ବ୍ୟାରେଜ ପାଇଁ ୭୪୦ କୋଟି ଟଙ୍କା, ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ପାଇଁ ୧୦୦୦ କୋଟି ଟଙ୍କା, ମାଣିତ୍ରୀ ଶିବ ମନ୍ଦିର ପାଇଁ ମୁଖ୍ୟମନ୍ତ୍ରୀ ୧ କୋଟି ଟଙ୍କା ମଞ୍ଜୁର କରିଛନ୍ତି ବୋଲି ପାଣ୍ଡିଆନ୍ କହିଛନ୍ତି ।

You Can Read :

ପଦ୍ମ ଛାଡ଼ି ଶଙ୍ଖ ଧରିଲେ ବାରିପଦାର ୨ ବିଜେପି କାଉନସିଲର

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.