ବାପାର କର୍ତ୍ତବ୍ୟ କରି ଅସିତଙ୍କ ପାଇଁ ଭୋଟ୍ ମାଗିଲେ ଯୁଗୋଳ, ଝିଅ ଶ୍ବେତା ବି କରୁଛନ୍ତି ଡୋର୍ ଟୁ ଡୋର୍ କ୍ୟାମ୍ପେନ

Published By : Prameya-News7 Bureau | May 28, 2024 IST

ଭଦ୍ରକ ୨୮।୫: ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଭଦ୍ରକରେ ପ୍ରଚାର ଜୋରଦାର । ପ୍ରାର୍ଥୀଙ୍କ ପାଇଁ ଅଣ୍ଟା ଭିଡିଛନ୍ତି ପୁରା ପରିବାର । କେଉଁଠି ପ୍ରାର୍ଥୀଙ୍କ ସ୍ତ୍ରୀ ପ୍ରଚାର କରୁଛନ୍ତି ତ କେଉଁଠି ବାପା ଓ ଦାଦା । କିନ୍ତୁ ଭଦ୍ରକ ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ଅସିତ ପଟ୍ଟନାୟକଙ୍କ ପାଇଁ ମୈଦାନକୁ ଓହ୍ଲାଇଛନ୍ତି ବାପା ପୂର୍ବତନ ବିଧାୟକ ଯୁଗୋଳ କିଶୋର ପଟ୍ଟନାୟକ ଏବଂ ଝିଅ ଶ୍ୱେତା ପଟ୍ଟନାୟକ । ଭଦ୍ରକ କଂଗ୍ରେସ ବିଧାୟକ ପ୍ରାର୍ଥୀ ଅସିତ ପଟ୍ଟନାୟକଙ୍କ ପାଇଁ ସାମ୍ନାକୁ ଆସିଛନ୍ତି ତାଙ୍କ ବାପା ପୂର୍ବତନ ବିଧାୟକ ଯୁଗୋଳ କିଶୋର ପଟ୍ଟନାୟକ । ଯୁଗଳ ବିଜେଡିରେ ବିଧାୟକ ଥିଲେ । ୨୦୧୯ରେ ତାଙ୍କ ଟିକେଟ୍ କାଟିଥିଲା ଦଳ । ୨୦୨୪ ରେ ମଧ୍ୟ ପୁଅକୁ ଟିକେଟ ନମିଳିବାରୁ ଅସିତ ପଟ୍ଟନାୟକ ବିଜେଡି ଛାଡ଼ି କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି । ଏମିତି ସମୟରେ ପୂର୍ବତନ ବିଧାୟକ ତଥା ଅସିତଙ୍କ ବାପା ଯୁଗଳ ପଟ୍ଟନାୟକ ଆଗକୁ ଆସିଛନ୍ତି । ସେ କହିଛନ୍ତି ଯେ, ମୁଁ ବାପାର କର୍ତ୍ତବ୍ୟ କରୁଛି । ମୋ ପୁଅ ମୋ ଭଳି । ଲୋକଙ୍କ ସେବା କରିବାର ସବୁ ଗୁଣ ଅଛି । ଭଦ୍ରକବାସୀଙ୍କୁ ନିବେଦନ କରୁଛି ଭଲ ପ୍ରାର୍ଥୀ ବାଛନ୍ତୁ । ପୁଅକୁ ଭୋଟ୍ ଦେଇ ସେବା ପାଇଁ ସୁଯୋଗ ଦିଅନ୍ତୁ । 

ସେପଟେ ଡୋର ଟୁ ଡୋର ଯାଇଁ ଭୋଟରଙ୍କୁ ଭେଟି ବାପାଙ୍କ ପାଇଁ ଝିଅ ଶ୍ବେତା ଭୋଟ୍ ମାଗୁଛନ୍ତି । ଶ୍ୱେତା କହିଛନ୍ତି ଯେ, ବାପାଙ୍କୁ ପ୍ରତି ଲୋକଙ୍କ ଭଲ ପାଇବା ଦେଖୁଛନ୍ତି । ଜେଜେ ବାପାଙ୍କ କାର୍ଯ୍ୟ ମଧ୍ୟ ଭଦ୍ରକବାସୀ ଦେଖିଛନ୍ତି । ଆଗକୁ ଭଦ୍ରକବାସୀ ବାପା ଅସିତ ପଟ୍ଟନାୟକଙ୍କୁ ସମର୍ଥନ କରିବେ ଓ ବିଜୟୀ କରିବେ ।

You Can Read :

ବିପୁଳ ପରିମାଣର ଚୋରା ବିଦେଶୀ ମଦ ଜବତ, ଅଭିଯୁକ୍ତ ଫେରାର

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.