ଯାଜପୁର: ପାଣିକୋଇଲିରେ ବିଜେପି ପାଇଁ ପ୍ରଚାର ପାଇଁ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ । ବିଜେପିର ବିଜୟ ସଂକଳ୍ପ ଜନସଭାରେ ଶାଣିତ ସ୍ୱରରେ ସେ ବିଜେଡିକୁ ଟାର୍ଗେଟ୍ କରିଛନ୍ତି । ଶାହ ଜନସଭାରେ ପ୍ରଶ୍ନ କରିଛନ୍ତି, ନବୀନ ପଟ୍ଟନାୟକଙ୍କ ସ୍ଥାନରେ ଓଡ଼ିଆ କହିପାରୁଥିବା ମୁଖ୍ୟମନ୍ତ୍ରୀ କରିବା କି ନାହିଁ ? ଭଗବାନ ଜଗନ୍ନାଥଙ୍କ ଗୌରବକୁ ତାଙ୍କ ପରମ୍ପରାକୁ ଆଗକୁ ବଢାଇବା ପରି ମୁଖ୍ୟମନ୍ତ୍ରୀ କରିବା କିଁ ନାହିଁ ? ଓଡ଼ିଆ ମୁଖ୍ୟମନ୍ତ୍ରୀ ଦରକାର ନାଁ ତାମିଲ ବାବୁଙ୍କ ଶାସନ ଦରକାର ? ସେ ଲୋକଙ୍କୁ ଅପିଲ୍ କରି କହିଛନ୍ତି, ଥରେ ବିଜେପିକୁ ଜିତାଇଲେ ଓଡ଼ିଶାର ଯୁବକଙ୍କୁ ଦାଦନ ଖଟିବା ପାଇଁ ବାହାରକୁ ଯିବାକୁ ପଡ଼ିବ ନାହିଁ । ଶାହ କହିଛନ୍ତି, 'ମୁଁ ଓଡ଼ିଶାବାସୀଙ୍କୁ ପ୍ରତିଶ୍ରୁତି ଦେଉଛି ଯେ ୧୮ ମାସ ଭିତରେ ଚିଟଫଣ୍ଡ ଟଙ୍କା ମିଳିବ । ଚାଷୀଙ୍କୁ ଧାନ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ମିଳିବ ।
ସେହିପରି ରତ୍ନ ଭଣ୍ଡାର ପ୍ରସଙ୍ଗରେ ମଧ୍ୟରେ ରାଜ୍ୟ ସରକାରଙ୍କୁ ଶାଣିତ ସ୍ୱରରେ ଅମିତ୍ ଶାହ ଟାର୍ଗେଟ୍ କରିଛନ୍ତି । ମହାପ୍ରଭୁଙ୍କ ସମ୍ପତ୍ତିରେ ହାତ ମାରିଥିବା ଲୋକଙ୍କ ବିଜେପି କେବେ ଛାଡ଼ିବ ନାହିଁ । ସେମାନଙ୍କୁ ଜେଲରେ ଭର୍ତ୍ତି କରିବ । ବିଜେପି ସରକାର ଆସିଲେ ଦେଢ ମାସରେ ଚିଟଫଣ୍ଡ ଦୁର୍ନୀତିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହାସହ ସେ ପ୍ରଶ୍ନ କରିଛନ୍ତି ଯେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ତାମିଲନାଡ଼ୁର ବ୍ୟକ୍ତି ହୋଇପାରିବ କି? ବିଜେପି ଓଡ଼ିଆ କହିପାରୁଥିବା, ଓଡ଼ିଶାରେ ରହୁଥିବା ଜଣେ ଯୁବକକୁ ମୁଖ୍ୟମନ୍ତ୍ରୀ କରିବ ।
ओडिशा की जनता मोदी जी के नेतृत्व वाली भाजपा को चुनने का मन बना चुकी है। जाजपुर जनसभा को संबोधित कर रहा हूँ...
— Amit Shah (Modi Ka Parivar) (@AmitShah) May 28, 2024
ମୋଦୀଜୀଙ୍କ ନେତୃତ୍ଵାଧୀନ ବିଜେପିକୁ ଚୟନ କରିବାକୁ ଓଡ଼ିଶାବାସୀ ନିଷ୍ପତ୍ତି ନେଇ ସାରିଛନ୍ତି। ଯାଜପୁର ସାଧାରଣସଭାକୁ ସମ୍ବୋଧନ ... https://t.co/kmLqc3dW59
ସୁକିନ୍ଦାରେ ଖଣି ଖାଦନ ଭରପୂର ରହିଛି କିନ୍ତୁ ଏଠି ଲୋକ ଭୋକରେ ମରୁଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଡିଏମଏଫ ଟଙ୍କା ପଠାଇଲେ କିନ୍ତୁ ଏଠାକାର ବାବୁମାନେ ଖାଇଗଲେ । ବିଜେପି ଆସିଲେ ଡିଏମଏଫ ଟଙ୍କା ଅଞ୍ଚଳବାସୀଙ୍କ ପାଇଁ ଖର୍ଚ୍ଚ କରିବୁ । ବିଜେପି ସରକାର ଆସିଲେ ଘୋଟାଲା କରିଥିବା ସବୁ ବାବୁ ଜେଲରେ ଭର୍ତ୍ତି ହେବେ ।