ଚତୁର୍ଥ ପର୍ଯ୍ୟାୟ ଭୋଟ ପଡ଼ିନି, ବିଜେଡି ଓ ବିଜେପିର ଦାବି ଆମେ ଗଠନ କରିବୁ ସରକାର

Published By : Prameya-News7 Bureau | May 28, 2024 IST

ଭୁବନେଶ୍ଵର:  ଚତୁର୍ଥ ପର୍ଯାୟ ନିର୍ବାଚନ ସରିନି ଓଡିଶାରେ କିଏ ଗଢିବ ସରକାର ଆରମ୍ଭ ହେଲାଣି ବୟାନବାଜି । ବିଜେପି ଏଥର ଓଡିଶାରେ ସରକାର ଗଢିବ ବୋଲି କହୁଥିବା ବେଳେ ବିଜେଡି ଦମ୍ଭୋକ୍ତି ଦେଖାଇଛି ତୃତୀୟ ପର୍ଯ୍ୟାୟରୁ ସରକାର ଗଢିସାରିଲାଣି । 

ଚତୁର୍ଥ ପର୍ଯ୍ୟାୟ ଭୋଟ ପଡ଼ିନି। ବିଜେଡି ବିଜେପି ସରକାର ଗଠନ କରିସାରିଲେଣି। ଚାଲିଛି ବୟାନବାଜି। ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ଠାରୁ ଆରମ୍ଭ ବିଜେପିର ବରିଷ୍ଠ ନେତାଙ୍କ ଆତ୍ମବିଶ୍ବାସ ଏଥର ବିଜେପି ସରକାର ହିଁ ହେବ। ୭୫ ଆସନ ଜିଣି ଏଥର ଓଡିଶାରେ ସରକାର କରିବୁ । ଏହି ଦାବି ବାରମ୍ବାର ଦୋହରାଉଛନ୍ତି ବିଜେପି ନେତା ଗୃହମନ୍ତ୍ରୀ ଅମିତ ଶାହ । ଆଜି ମଧ୍ୟ ଓଡ଼ିଶାରେ ପ୍ରଚାର ସମୟରେ ସେହିକଥା କହିଛନ୍ତି। ସେପଟେ କାଲି ଆସୁଛନ୍ତି ପ୍ରଧାନମନ୍ତ୍ରୀ। 

Also read: ED ହାତରୁ ଝିଅକୁ ବଞ୍ଚାଇବା ପାଇଁ କେସିଆର କରିଥିଲେ ଷଡ଼ଯନ୍ତ୍ର, ବିଜେପିର ବଡ଼ ନେତାଙ୍କୁ ଗିରଫ କରିବା ଥିଲା ଯୋଜନା

ଆଉ ଏହା ପୂର୍ବରୁ ଦିଲ୍ଲୀରୁ ଦେଇଛନ୍ତି ସନ୍ଦେଶ। ସେହିକଥା ଦୋହରାଇଛନ୍ତି। ଜୁନ ୪, ବିଜେଡି ସରକାରର ଏକ୍ସପାଇରି ଡେଟ। ଜୁନ ୧୦ରେ ଓଡ଼ିଶାରେ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ନେବେ । ଏଏନଆଇକୁ ସାକ୍ଷାତକାର ଦେଇ ଏଭଳି କହିଛନ୍ତି ମୋଦୀ।  ସେହିପରି ରାଜ୍ୟରେ ପ୍ରଚାର କରୁଥିବା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ଦାବି, ଓଡିଶାରେ ବିଜେପି ୧୭ ଲୋକସଭା ଆସନ ସହ ୭୫ ବିଧାନସଭା ଆସନ ଜିତି  ସରକାର ଗଠନ କରିବ।  ଯାହାକୁ ନେଇ ଓଡିଶାର ରାଜନୀତି ଏବେ ହଲଚଲ ହେଉଛି । 

ସେପଟେ ଦୀର୍ଘ ୨୫ ବର୍ଷ ହେବ ସରକାରରରେ ଥିବା ବିଜେଡି ଷଷ୍ଠ ଥର ସରକାର କରିବ ବୋଲି ଦମ୍ଭୋକ୍ତି ଦୋହରାଉଛି। ତୃତୀୟ ପର୍ଯାୟ ନିର୍ବାଚନ ପରେ ଲୋକଙ୍କ ଆଶୀର୍ବାଦରେ  ବିଜେଡି ବହୁମତ ପାଇସାରିଛି ବୋଲି ବିଜେଡି ନେତା ଭି କେ ପାଣ୍ଡିଆନ ବାରମ୍ବାର କହୁଛନ୍ତି । ୯ ତାରିଖରେ ଶପଥଗ୍ରହଣ ଉତ୍ସବ ହେବ ବୋଲି କହୁଛନ୍ତି।  ବର୍ତ୍ତମାନ ସୁଦ୍ଧା ବିଜେଡି ଉଭୟ ଲୋକସଭା ଏବଂ ବିଧାନସଭାରେ  ସ୍ବିପ କରିବା ସହ  ଷ୍ଟ୍ରାଇକ ରେଟ ୯୦ରୁ ୯୫ ପ୍ରତିଶତ ରହିବ ବୋଲି ପାଣ୍ଡିଆନ ଦାବି କରି ଆସୁଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ମଧ୍ୟ ଓଡିଶାରେ ପୁଣିଥରେ ବିଜେଡି ସରକାର କରିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ପୁଣିଥରେ ଏକ ସ୍ଥିର ସରକାର କରିବୁ ବୋଲି ଭୋଟ ଦେଇ ଆସିବା ପରେ ଗଣମାଧ୍ୟମକୁ କହିଥିଲେ ନବୀନ ।

ତାହେଲେ ସରକାର ଗଠନ କରିବ କିଏ। ଶପଥଗ୍ରହଣ ୯ ତାରିଖରେ ହେବ ନା ୧୦ ତାରିଖରେ ହେବ। ଚତୁର୍ଥ ପର୍ଯାୟ ନିର୍ବାଚନ ସରିନଥିବା ବେଳେ ଦୁଇ ଦଳ ବିଜେଡି ଓ ବିଜେପି ସରକାର ଗଠନ ପାଇଁ ଦମ୍ଭୋକ୍ତି ଦେଖାଇଛନ୍ତି ।  ସମସ୍ତଙ୍କ ଅପେକ୍ଷା ୪ ତାରିଖ ଫଳାଫଳ ଉପରେ, ଦିନ ତାରିଖ ସଂଖ୍ୟା ସବୁକିଛି ସ୍ପଷ୍ଟ ହୋଇଯିବ। 

  • Lok Sabha Election 2024
  • Elections 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.