ନୂଆପଡ଼ା: ନୂଆପଡ଼ାରେ ପ୍ରଚାର ଶେଷ ହେବା ସହିତ ଭୋଟ ଦାନ ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। କାଲି ବୁଥ ମୁହାଁ ହେବେ ପୋଲିଂ ପାର୍ଟି। ଆଜି ସଂଧ୍ୟାରୁ ଆରମ୍ଭ ହୋଇଛି ସାଇଲେଣ୍ଟ ପିରିଅଡ। ଏଥିସହିତ ପ୍ରଶାସନ ସୁରକ୍ଷା ବ୍ୟବସ୍ଥାକୁ ଟାଇଟ କରିଥିବା ବେଳେ ଜୋରଦାର ଚେକିଂ କରିଛି।

ଡିସ୍ପୋଜାଲ ସେଣ୍ଟରକୁ ପହଁଚିଲା ଇଭିଏମ। କାଲି ଏଠାରୁ ପୋଲିଂ ସେଣ୍ଟର ଯିବେ ପୋଲିଂ ପାର୍ଟି। । ସବୁ ପୋଲିଂ ପାର୍ଟି ଆସନ୍ତା କାଲି ପ୍ରଥମାର୍ଦ୍ଧରେ ବୁଥରେ ପହଞ୍ଚିବେ। ନୂଆପଡ଼ା ନିର୍ବାଚନ ମଣ୍ଡଳୀରେ ୩୫୮ ଟି ମତଦାନ କେନ୍ଦ୍ର କରାଯାଇଛି । ଏହାସହ ଡିସ୍ପୋଜାଲ ସେଣ୍ଟରରେ ଥିବା ଗାଡିର ବ୍ୟବସ୍ଥା ହୋଇଛି । ସମ୍ବେଦନଶୀଳ ୮ଟି ବୁଥ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସେହିପରି ୬ ଟି ପିଙ୍କ ବୁଥ କରାଯାଇଛି । ବରିଷ୍ଠ ନାଗରିକ ଏବଂ ଭିନ୍ନକ୍ଷମମାନଙ୍କ ସୁବିଧା ନିମନ୍ତେ  ଆଗୁଆ ବ୍ୟବସ୍ଥା କରାଯାଇଛି।

ନୂଆପଡା ବିଧାନ ସଭାର ସର୍ବମୋଟ ଭୋଟର ସଂଖ୍ୟା ୨ଲକ୍ଷ ୫୩ ହଜାର ୬୨୪।  ଏଥିରୁ ପୁରୁଷ ଭୋଟର ସଂଖ୍ୟା ୧ ଲକ୍ଷ ୨୪ ହଜାର ୧୦୮,  ମହିଳା ଭୋଟର ସଂଖ୍ୟା ୧ ଲକ୍ଷ ୨୯ ହଜାର ୪୯୫ ଏବଂ ତୃତୀୟ ଲିଙ୍ଗୀ ଭୋଟର ସଂଖ୍ୟା ୨୧। ଭୋଟର୍ ମାନଙ୍କ ମଧ୍ୟରୁ ୮୫ ବର୍ଷରୁ ଉର୍ଦ୍ଧ୍ଵ ବରିଷ୍ଠ ନାଗରିକ ସଂଖ୍ୟା ୧୭୮୬,  ନୂଆ ଭୋଟର୍ ୯୪୨୯ ଏଵଂ ଦିବ୍ୟାଙ୍ଗ ଭୋଟର୍ ୩୯୮୮ ଜଣ ଅଛନ୍ତି l  

ଆଜି ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରଚାର ଶେଷ ହୋଇଥିବା ବେଳେ ଆସନ୍ତା ୧୧ ତାରିଖରେ ଭୋଟ ଗ୍ରହଣ ହେବ। ସେହିଭଳି ୧୪ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ।