LIVE TV

ଭାରତୀୟଙ୍କୁ ବାଂଲାଦେଶୀ କହି କଲେ ନିର୍ବାସିତ : କେନ୍ଦ୍ରକୁ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ , କହିଲେ - ତୁରନ୍ତ ...

NEWS7
Calcutta High Court

ନୂଆଦିଲ୍ଲୀ – କୋଲକାତା ହାଇକୋର୍ଟ ଶୁକ୍ରବାର ଏକ ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତିରେ କେନ୍ଦ୍ର ସରକାରଙ୍କୁ ଦେଇଛନ୍ତି ନିର୍ଦ୍ଦେଶ। ବାଂଲାଦେଶ ନିର୍ବାସିତ କରାଯାଇ ଥିବା ୬ଜଣ ଭାରତୀୟ ନାଗରିକଙ୍କୁ , ଯେଉଁଥିରେ ଜଣେ ଗର୍ଭବତୀ ମହିଳା ସୁନାଲୀ ଖାତୁନ ସାମିଲ ଅଛନ୍ତି , ତାଙ୍କୁ ୪ ସପ୍ତାହ ଭିତରେ ବଙ୍ଗଳା ଫେରେଇ ଅଣାଯାଉ। ଜଷ୍ଟିସ୍‌ ତାପାବ୍ରତା ଚକ୍ରବର୍ତ୍ତୀ ଓ ଜଷ୍ଟିସ ରିତବ୍ରତୋ କୁମାର ମିତ୍ରାଙ୍କ ଡିଭିଜନ ବେଞ୍ଚ ନିର୍ବାସନକୁ ଭୁଲ୍‌ ଦର୍ଶାଇ କେନ୍ଦ୍ରର ପିଟିସନକୁ ଖାରଜ କରି ଦେଇଛନ୍ତି, ଯେଉଁଥିରେ ନିର୍ଦ୍ଦେଶକୁ ସ୍ଥଗିତ ରଖିବାକୁ ଦାବି କରାଯାଇ ଥିଲା।

ସୁପ୍ରିମକୋର୍ଟ ପୂର୍ବରୁ ସୁନାଲୀଙ୍କ ମାମଲାକୁ ପ୍ରାଥମିକତା ଭିତ୍ତିରେ ଶୁଣାଣି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟ ଡିପୋର୍ଟେସନ ଆଦେଶକୁ ଖାରଜ କରି କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଏକ ମାସ ଭିତରେ ତାଙ୍କୁ ଭାରତ ଫେରେଇ ଆଣିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଛଅ ଜଣ ବ୍ୟକ୍ତି ବୀରଭୂମ ଜିଲ୍ଲାର ଦୁଇ ପରିବାରର। କୋର୍ଟଙ୍କୁ ଶୁକ୍ରବାର ସୂଚନା ମିଳିଲା ଯେ, କେନ୍ଦ୍ର ଏହି ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟ ଯିବାକୁ ପ୍ରସ୍ତୁତ ହେଉଛନ୍ତି। ଦିଲ୍ଲୀ ପୁଲିସ ୧୬ ଜୁନରେ ଦିଲ୍ଲୀର ରୋହିଣୀ ଅଞ୍ଚଳରୁ ତାଙ୍କୁ ଗିରଫ କରିଥିଲା। ଏହାପରେ ଇମିଗ୍ରେସନ ଡିପାର୍ଟମେଣ୍ଟର ଫରେନର୍ସ ରିଜନଲ ରେଜିଷ୍ଟ୍ରେସନ ଅଫିସ (ଏଫଆରଆରଓ) କାଗଜପତ୍ରର ଅଭାବ ଓ ବଙ୍ଗାଳୀ କହିବାର ସନ୍ଦେହରେ ତାଙ୍କୁ ବାଂଲାଦେଶ ଫେରେଇ ଦେଇଥିଲା।

ବିଚାରପତିମାନେ ପଚାରି ଥିଲେ, ଏହା କିଏ କରି ପାରିବ ? ଏହି ନିର୍ବାସନ ଅବୈଧ। ସେମାନେ ଭାରତୀୟ ନାଗରିକ। ସେ ଦିଲ୍ଲୀରେ କାମ କରୁଥିଲେ, କିନ୍ତୁ ଆପଣ ତାଙ୍କୁ ବାଂଲାଦେଶ ପଠାଇ ଦେଲେ। ଏହି ନିଷ୍ପତ୍ତି ପରେ ତୃଣମୂଳ କଂଗ୍ରେସ (ଟିଏମସି)ର ସାଂସଦ ଓ ଅଲ୍‌ ଇଣ୍ଡିଆ ଜେନେରାଲ ସେକ୍ରେଟାରୀ ଅଭିଷେକ ବାନାର୍ଜୀ ଏକ୍ସରେ ପୋଷ୍ଟ କରି ବିଜେପି ଉପରେ ବଙ୍ଗାଳୀ ବିରୋଧି ହେବାର ଅଭିଯୋଗ କରିଛନ୍ତି।

ସେ ଲେଖିଛନ୍ତି , କୋଲକତା ହାଇକୋର୍ଟ FRRO ( ଦିଲ୍ଲୀ) ର ହେପାଜତ ଓ ନିର୍ବାସନ ଆଦେଶକୁ ଅବୈଧ ଘୋଷିତ କରିଛନ୍ତି ଏବଂ ବୀରଭୂମର ଛଅ ଜଣ ଲୋକ, ଯେଉଁଥିରେ ଜଣା ଗର୍ଭବତୀ ମହିଳା ଅଛନ୍ତି , ସେମାନଙ୍କୁ ତୁରନ୍ତ ଫେରେଇ ଆଣିବାକୁ ନିର୍ଦ୍ଦେଶ ଦେଇଛନ୍ତି।