News7 Logo

୨୦୨୪ ସୁଦ୍ଧା ଆସିଥିବା ପଡୋଶୀ ନାଗରିକଙ୍କୁ ଭାରତରେ ମିଳିବ ଆଶ୍ରୟ, ସିଏଏକୁ ନେଇ କେନ୍ଦ୍ର ସରକାରଙ୍କୁ ବଡ଼ ନିଷ୍ପତ୍ତି

NEWS7
caa dession

ନୂଆଦିଲ୍ଲୀ ୦୩/୦୯: ସିଏଏକୁ ନେଇ କେନ୍ଦ୍ର ସରକାରଙ୍କୁ ବଡ଼ ନିଷ୍ପତ୍ତି । ଧାର୍ମିକ ନିର୍ଯାତନାରୁ ରକ୍ଷା ପାଇଁ ଭାରତ ଆସିଥିବା ଆଫଗାନିସ୍ତାନ, ବାଂଲାଦେଶ ଏବଂ ପାକିସ୍ତାନର ସଂଖ୍ୟାଲଘୁ ସମ୍ପ୍ରଦାୟକୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି କେନ୍ଦ୍ର ସରକାର । ଏ ନେଇ ଗୃହ ମନ୍ତ୍ରଣାଳୟ ଏକ ନିର୍ଦ୍ଦେଶ ଜାରି କରିଛି । ଆଫଗାନିସ୍ତାନ, ବାଂଲାଦେଶ ଏବଂ ପାକିସ୍ତାନରୁ ଡିସେମ୍ବର ୩୧, ୨୦୧୪ ସୁଦ୍ଧା ଭାରତ ଆସିଥିବା ହିନ୍ଦୁ, ଶିଖ୍‌, ବୌଦ୍ଧ, ଜୈନ, ପାର୍ସୀ ଏବଂ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ନାଗରିକଙ୍କୁ ପାସପୋର୍ଟ କିମ୍ବା ଅନ୍ୟାନ୍ୟ ଯାତ୍ରା କାଗଜପତ୍ର ବିନା ମଧ୍ୟ ଦେଶରେ ରହିବାକୁ ଅନୁମତି ଦିଆଯିବ ବୋଲି କେନ୍ଦ୍ର ଗୃହ ମନ୍ତ୍ରଣାଳୟ କହିଛି  ।
ପିଟିଆଇ ଅନୁଯାୟୀ, ଗତ ବର୍ଷ ଲାଗୁ ହୋଇଥିବା ନାଗରିକତ୍ବ ସଂଶୋଧନ ଆଇନ (ସିଏଏ) ଅନୁଯାୟୀ, ଡିସେମ୍ବର ୩୧, ୨୦୨୪ କିମ୍ବା ତା'ପୂର୍ବରୁ ଭାରତ ଆସିଥିବା ସଂଖ୍ୟାଲଘୁମାନଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରାଯିବ। କାର୍ଯ୍ୟକାରୀ ହୋଇଥିବା ପ୍ରବାସନ ଏବଂ ବିଦେଶୀ (ନାଗରିକତା) ଆଇନ, ୨୦୨୫ ଅଧୀନରେ ଜାରି କରାଯାଇଥିବା ଏହି ଗୁରୁତ୍ୱପୂର୍ଣ୍ଣ ଆଦେଶ ବହୁ ସଂଖ୍ୟକ ଲୋକଙ୍କୁ, ବିଶେଷକରି ପାକିସ୍ତାନରୁ ହିନ୍ଦୁମାନଙ୍କୁ, ଯେଉଁମାନେ ୨୦୧୪ ପରେ ଭାରତ ଆସିଥିଲେ । ଭବିଷ୍ୟକୁ ନେଇ ଚିନ୍ତାରେ ପଡିଥିଲେ ସେମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିବ । 
କ’ଣ ହୋଇଛି ନିଷ୍ପତ୍ତି ? 
ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି ହୋଇଥିବା ନିର୍ଦ୍ଦେଶନାମେରେ "ଆଫଗାନିସ୍ତାନ, ବାଂଲାଦେଶ ଏବଂ ପାକିସ୍ତାନର ସଂଖ୍ୟାଲଘୁ ସମ୍ପ୍ରଦାୟ - ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସୀ ଏବଂ ଖ୍ରୀଷ୍ଟିଆନ, ଯେଉଁମାନେ ଧାର୍ମିକ ନିର୍ଯାତନା କିମ୍ବା ଏହାର ଭୟ ଯୋଗୁଁ ଭାରତରେ ଆଶ୍ରୟ ନେବାକୁ ବାଧ୍ୟ ହୋଇଥିଲେ । ଡିସେମ୍ବର ୩୧, ୨୦୨୪ କିମ୍ବା ପୂର୍ବରୁ ବୈଧ ଡକ୍ୟୁମେଣ୍ଟ ବିନା ଦେଶରେ ପ୍ରବେଶ କରିଥିଲେ ସେମାନଙ୍କୁ ବୈଧ ପାସପୋର୍ଟ ଓ ଭିସା ରଖିବା ନିୟମରୁ ମୁକ୍ତ କରାଯିବ।