ଜିମ୍ବାଓ୍ୱେ ବିପକ୍ଷ ମୁକାବିଲା ଖେଳିବେ ରିଙ୍କୁ ସିଂ : ବାପାଙ୍କୁ କ୍ୟାନ୍ସର, କିନ୍ତୁ ଦେଶ ପାଇଁ ଆଗେଇ ଆସିଲେ...

NEWS7
budget-2025-stock-market-to-remain-open-on-saturday

ନୂଆଦିଲ୍ଲୀ, ୨୫/୦୨: ଫେରିବେ ରିଙ୍କୁ ସିଂ । ଜିମ୍ବାଓ୍ୱେ ବିପକ୍ଷ ସୁପର-୮ ମୁକାବିଲା ପୂର୍ବରୁ ସେ ଦଳରେ ସାମିଲ ହେବେ । ଏନେଇ ସୂଚନା ଦେଇଛନ୍ତି ଭାରତୀୟ ଦଳର ବ୍ୟାଟିଂ କୋଚ୍ ସିତାଂଶୁ କୋଟାକ୍ । ଫେବ୍ରୁଆରୀ ୨୫ ରାତି ସୁଦ୍ଧା ସେ ଦଳରେ ଯୋଗ ଦେବେ ବୋଲି ସିତାଂଶୁ କହିଛନ୍ତି ।

ସିତାଂଶୁ କହିଛନ୍ତି ଯେ, ରିଙ୍କୁଙ୍କ ବାପାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନଥିଲା । ତେଣୁ ସେ ଘରକୁ ଯାଇଥିଲେ । ସେ ବୁଧବାର ସନ୍ଧ୍ୟାରେ ଫେରୁଛନ୍ତି । ରାତି ସୁଦ୍ଧା ସେ ଦଳ ସହ ସାମିଲ ହେବେ । ତାଙ୍କ ପିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେବି ଭଲ ନାହିଁ । ତେଣୁ ସେ ପରିବାର ସହ କିଛି ସମୟ ବିତାଇଥିଲେ । ଏବେ ସ୍ଥିତି ସାମାନ୍ୟ ସୁଧୁରିଥିବାରୁ ସେ ଦେଶ ପାଇଁ ନିଜର ଦାୟିତ୍ୱ ସମ୍ପାଦନ କରିବାକୁ ଫେରିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ରିଙ୍କୁଙ୍କ ସମସ୍ୟା ସହ କ୍ରିକେଟର କିଛି ସମ୍ପର୍କ ନାହିଁ । ସେ ବ୍ୟକ୍ତିଗତ କାରଣ ପାଇଁ ବାହାରକୁ ଯାଇଥିଲେ । ଜିମ୍ବାଓ୍ୱେ ବିପକ୍ଷ ମୁକାବିଲା ଖେଳିବାରେ କିଛି ଅସୁବିଧା ନାହିଁ ।

ମ୍ୟାନେଜମେଣ୍ଟ୍ ଆଶା କରୁଛନ୍ତି ଯେ, ରିଙ୍କୁ ଖୁବ୍ ଶୀଘ୍ର ପ୍ରାକ୍ଟିସ୍ ସେସନ୍ସରେ ସାମିଲ ହେବେ । ଏହାସହ ନିଜର ଲୟ ଫେରିପାଇବେ । ମଧ୍ୟକ୍ରମ ବା ମିଡିଲ ଅର୍ଡରରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଶେଷ ଓଭରରେ ଦ୍ରୁତ ରନ୍ ହାସଲ କରିବାରେ ସେ ସବୁଠୁ ଦକ୍ଷ ଖେଳାଳି ଅଟନ୍ତି ।

ଅନ୍ୟ ଦିଗରେ ଚଳିତ ଟି୨୦ ଟୁର୍ଣ୍ଣାମେଣ୍ଟ ରିଙ୍କୁଙ୍କ ପାଇଁ ସେତେ ଖାସ୍ ହୋଇନାହିଁ । ତାଙ୍କ ବ୍ୟାଟ୍ ଗର୍ଜନ କରିବା ବନ୍ଦ ହୋଇଯାଇଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ସେ ବିନା କୌଣସି ରନରେ ଆଉଟ୍ ହୋଇଥିଲେ ।