LPG, PNG ଏବଂ CNG ପରସ୍ପର ଠାରୁ କିପରି ଭିନ୍ନ ? ଜାଣନ୍ତୁ କ’ଣ ରହିଛି ଏହି ତିନି ଗ୍ୟାସ ମଧ୍ୟରେ ପାର୍ଥକ୍ୟ

NEWS7
borigumanews-today

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ଦେଶରେ ସବୁଠି ଗ୍ୟାସକୁ ନେଇ ଚର୍ଚ୍ଚା। ବିଶେଷ କରି LPG, CNG ଏବଂ PNGକୁ ନେଇ ଚର୍ଚ୍ଚା ଜୋର। କାରଣ ଏହି ତିନି ଗ୍ୟାସ ଦୈନନ୍ଦିନ ଜୀବନରେ ଖୁବ୍ ଆବଶ୍ୟକ। LPG ଏବଂ PNG ରୋଷେଇ ପାଇଁ ବ୍ୟବହାର ହେଉଥିବା ବେଳେ CNGକୁ ଅଧିଂକାଶ ଯାନବାହନରେ ବ୍ୟବହୃତ ହୋଇଥାଏ। ତିନୋଟିର ଉତ୍ସ ଏବଂ ଯୋଗାଣ ପଦ୍ଧତି ମଧ୍ୟ ଭିନ୍ନ। ତେବେ ଆସନ୍ତୁ ଜାଣିବା LPG, PNG ଏବଂ CNGର ପୂର୍ଣ୍ଣରୂପ କ'ଣ ଏବଂ ଏହାର ବ୍ୟବହାର ଏବଂ ଯୋଗାଣ କିପରି ଭିନ୍ନ ?

LPGର ଫୁଲ୍ ଫର୍ମ

LPGର ପୂର୍ଣ୍ଣରୂପ ହେଉଛି ଲିକ୍ବିଫାଇଡ ପେଟ୍ରୋଲିୟମ୍ ଗ୍ୟାସ୍ ବା ତରଳ ପେଟ୍ରୋଲିୟମ ଗ୍ୟାସ। ଏହା ମୁଖ୍ୟତଃ ଘରୋଇ ରୋଷେଇ ଘରେ ବ୍ୟବହୃତ ହୁଏ। LPG ଗ୍ୟାସ୍ ରୋଷେଇ ପାଇଁ ବ୍ୟବହୃତ ହୁଏ। ଏହାକୁ ଅଶୋଧିତ ତେଲ ବିଶୋଧନ ପ୍ରକ୍ରିୟା ମାଧ୍ୟମରେ ଉତ୍ପାଦନ କରାଯାଇଥାଏ। ଯାହାକୁ ପରେ ତରଳ ପଦାର୍ଥ ରୂପେ ସିଲିଣ୍ଡରରେ ଭର୍ତ୍ତି କରାଯାଏ।

PNGର ଫୁଲ୍ ଫର୍ମ

ପାଇପଲାଇନ ମାଧ୍ୟମରେ ଯୋଗାଣ ହେଉଥିବା ଗ୍ୟାସକୁ PNG କୁହାଯାଏ। PNGର ଫୁଲ୍ ଫର୍ମ ପାଇପଡ୍ ନ୍ୟାଚୁରାଲ ଗ୍ୟାସ । ବର୍ତ୍ତମାନ ଅଧିକାଂଶ ଘରେ ସିଲିଣ୍ଡର ବଦଳରେ ପାଇପଲାଇନରେ ରନ୍ଧନ ଗ୍ୟାସ ଯୋଗାଇ ଦିଆଯାଉଛି। ଏହି ଗ୍ୟାସ ରୋଷେଇ ପାଇଁ ବ୍ୟବହୃତ ହୁଏ।କାରଖାନାଗୁଡ଼ିକରେ ଇନ୍ଧନ ଯୋଗାଣ ପାଇଁ ମଧ୍ୟ LPG ବ୍ୟବହୃତ ହୁଏ।

CNGର ଫୁଲ୍ ଫର୍ମ

କିଛି କାର ଏବଂ ଅନ୍ୟାନ୍ୟ ଯାନ, ଅଟୋ ଆଦି CNGରେ ଚାଲିଥାଏ। CNGର ଫୁଲ୍ ଫର୍ମ ହେଉଛି କମ୍ପ୍ରେସଡ୍ ନ୍ୟାଚୁରାଲ ଗ୍ୟାସ। ପେଟ୍ରୋଲ ଏବଂ ଡିଜେଲ ତୁଳନାରେ CNG ଅଧିକ ସୁଲଭ। ଏହା କେବଳ ଶସ୍ତା ନୁହେଁ, ଏହାକୁ ପେଟ୍ରୋଲ ଏବଂ ଡିଜେଲ ତୁଳନାରେ କମ୍ ପ୍ରଦୂଷଣକାରୀ ମଧ୍ୟ ବିବେଚନା କରାଯାଏ।

LPG, CNG ଏବଂ PNG ମଧ୍ୟରେ କ’ଣ ପାର୍ଥକ୍ୟ ?

LPG, PNG ଏବଂ CNG ଏସବୁ ହେଉଛନ୍ତି ହାଇଡ୍ରୋକାର୍ବନ। କିନ୍ତୁ ପରସ୍ପରଠାରୁ ଭିନ୍ନ। ତିନୋଟି ଗ୍ୟାସ ଇନ୍ଧନ ଭାବରେ କାମ କରେ। ହେଲେ ସେମାନଙ୍କର ବ୍ୟବହାର ଏବଂ ଯୋଗାଣ ଭିନ୍ନ। ଏଲପିଜି ବିଷୟରେ କହିଲେ, ଏହା ସିଲିଣ୍ଡରରେ ତରଳ ରୂପରେ ଥାଏ। ପିଏନଜି ପ୍ରାକୃତିକ ଗ୍ୟାସ ଆକାରରେ ଥାଏ।

- ଏଲପିଜି ଗ୍ୟାସ ସିଲିଣ୍ଡରରେ ଭର୍ତ୍ତି କରାଯାଏ। ଯେତେବେଳେକି ପିଏନଜି ମାଇଲ୍ଡ ଷ୍ଟିଲ୍ (ଏମଏସ) ଏବଂ ପଲିଥିଲିନ୍ (ପିଇ) ପାଇପ୍ ମାଧ୍ୟମରେ ଯୋଗାଣ କରାଯାଏ।

- ଏଲପିଜି ପ୍ରୋପେନ ଏବଂ ବ୍ୟୁଟେନ ଗ୍ୟାସର ମିଶ୍ରଣ, ଯେତେବେଳେ ସିଏନଜି ଏବଂ ପିଏନଜି ମିଥେନ ଗ୍ୟାସରୁ ପ୍ରସ୍ତୁତ।

- ଏଲପିଜି ଏବଂ ପିଏନଜି ଘରୋଇ ଗ୍ୟାସ ଭାବରେ ବ୍ୟବହୃତ ହୁଏ, ଯେତେବେଳେ ସିଏନଜି ଚାପଯୁକ୍ତ ହୋଇ ଯାନବାହାନ ଇନ୍ଧନ ଭାବରେ ବ୍ୟବହୃତ ହୁଏ।

ଆହୁରି ପଢ଼ନ୍ତୁ: ଲମ୍ବା ଲାଇନରେ ଛିଡ଼ା ହେବାର ନାହିଁ ଆବଶ୍ୟକ, ସହଜରେ କରିହେବ LPG ବୁକିଂ