ପୁରୀ: ମୋବାଇଲ ଦୋକାନ ଭିତରୁ ମୃତଦେହ ଉଦ୍ଧାର । ପୁରୀ ବାସେଳୀ ସାହି ଥାନା ସମ୍ମୁଖରେ ଘଟିଛି ଅଭାବନୀୟ ଘଟଣା । ଥାନା ସମ୍ମୁଖରେ ଥିବା ମୋବାଇଲ ଦୋକାନ ଭିତରୁ ଦୋକାନ ମାଲିକଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ଘଟଣାସ୍ଥଳରେ ବାସେଳୀ ସାହି ଥାନା ପୋଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ତଦନ୍ତ ଆରମ୍ଭ କରିଛନ୍ତି । ମୃତ ବ୍ୟକ୍ତି ଜଣକ ମଙ୍ଗଳାଘାଟର ଉମାକାନ୍ତ ନାୟକ ।

ଉମାକାନ୍ତ ଆତ୍ମହତ୍ୟା କରିଥିବା ନେଇ ଚର୍ଚ୍ଚା ହେଉଛି । ଉମାକାନ୍ତ ମୁଣ୍ଡରେ ଜରି ଗୁଡାଇ ଅକ୍ସିଜେନ୍ ପାଇପ ଲଗାଇ ଆତ୍ମହତ୍ୟା କରିଛନ୍ତି ! ଦୋକାନ ଭିତରୁ ଏକ ସୁଇସାଇଡ୍ ନୋଟ୍ ପୋଲିସ ଜବତ କରିଛି । ପାରିବାରିକ କଳହକୁ କେନ୍ଦ୍ରକରି ଉମାକାନ୍ତ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି । ପୋଲିସ ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇଛି । ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ସୂଚନା ଦେଇଛି ପୋଲିସ ।