ପାରାଦୀପ ୧୧।୪: ଭାରତୀୟ ତଟରକ୍ଷୀ ବାହିନୀ (କୋଷ୍ଟଗାର୍ଡ) ପକ୍ଷରୁ ଆନ୍ତର୍ଜାତୀୟ ଜଳ ସୀମାରୁ ସନ୍ଦେହଜନକ ଅବସ୍ଥାରେ ବୋଟ୍କୁ ଜବତ କରାଯାଇଛି । ବୋଟ୍କୁ ଭାରତୀୟ ଜଳ ସୀମାର ପଶ୍ଚିମବଙ୍ଗ ଓ ବାଙ୍ଗାଦେଶ ବର୍ଡର ନିକଟରୁ ଜବତ କରିଛି କୋଷ୍ଟଗାର୍ଡ । ବୋଟ୍ର ନାମ ମା’ ବାସନ୍ତୀ ହୋଇଥିବା ବେଳେ, ବୋଟ୍ରେ ଅଛନ୍ତି ୧୪ ଜଣ ବ୍ୟକ୍ତି । ସେମାନେ ଓ୍ବେଷ୍ଟବେଙ୍ଗଲ ଜଳସୀମାରୁ ବାଂଲାଦେଶ ଜଳସୀମାକୁ ପ୍ରବେଶ ପାଇଁ ଚେଷ୍ଟା କରୁଥିବା ବେଳେ କୋଷ୍ଟଗାର୍ଡର ଜାହାଜ ଆଇଏନଏସ୍ ଭରଦା ସେମାନଙ୍କୁ ଧରିଥିଲା । ବୋଟ୍କୁ ଜବତ କରିବା ପରେ ସେଥିରେ ୪୫୦ ବସ୍ତା ଗୁଆ ରହିଥିବା ଜଣାପଡିଛି । ଯାହାର ଆନୁମାନିକ ମୂଲ୍ୟ ପାଖାପାଖି ୧ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । କୋଷ୍ଟଗାର୍ଡ ବୋଟ୍କୁ ପାରାଦୀପ ବନ୍ଦରକୁ ଅଣାଯାଇଥିବା ବେଳେ, ଅଟକ ବ୍ୟକ୍ତି ମାନଙ୍କୁ ପଚରାଉଚରା ଜାରି ରହିଛି । ସେମାନେ ଏହି ଗୁଆକୁ କେଉଁ ଉଦ୍ଦେଶ୍ୟରେ ନେଉଥିଲେ, ଆଗରୁ କେତେଥର ଯାଇଛନ୍ତି ଏବଂ ଏହି ଘଟଣାରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ତଦନ୍ତ ପରେ ଜଣାପଡିବ ବୋଲି କୋଷ୍ଟଗାର୍ଡ ଏକ ପ୍ରେସ୍ ଇସ୍ତାହାରରେ ପ୍ରକାଶ କରିଛି ।
You Can Read: