LIVE TV

‘ଯାହା ଆଶଙ୍କା କରାଯାଇଥଲା, ସେମିତି ପ୍ରଭାବ ନାହିଁ, ୧୭ ହଜାର ୮୧୭ ଜଣ ସ୍ଥାନାନ୍ତର’

NEWS7
bjp-training-camp-ends-in-puri-central-leaders-give-tips-to-mlas-mps-ministers-

ଭୁବନେଶ୍ଵର: ଯାହା ଆଶଙ୍କା କରାଯାଇଥଲା ସେ ଅନୁଯାୟୀ ପ୍ରଭାବ ହୋଇନାହିଁ | ଗଜପତି ଓ ଗଞ୍ଜାମରେ ୧୧୫ ମିଳିମିଟର ବର୍ଷା ରେକର୍ଡ ହୋଇଛି | ଏହା ବ୍ୟତୀତ ଅନ୍ୟ କୌଣସିଠାରେ ଅଧିକ ବର୍ଷା ରେକର୍ଡ କରାଯାଇ ନାହିଁ| କୌଣସି ବିଶେଷ କ୍ଷୟକ୍ଷତିର ରିପୋର୍ଟ ଆସିନାହିଁ | ଗଛ ପଡିବା କିମ୍ବା ପଥର ପଡିବା ଖବର ବ୍ୟତୀତ ଅନ୍ୟ କୌଣସି କ୍ଷୟକ୍ଷତି ରିପୋର୍ଟ ଆସିନାହିଁ | ଏସଆରସି ଅଫିସରୁ କଣ୍ଟ୍ରୋଲ ଏବଂ ମନିଟରିଙ୍ଗ କରାଯାଉଛି | ‘ମୋନ୍ଥାସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ପ୍ରେସମିଟରେ ଏହା କହିଛନ୍ତି।

ସ୍ଥାନାନ୍ତର ପ୍ରକ୍ରିୟା ଚାଲିଛି, ର୍ତ୍ତମାନ ସୁଦ୍ଧା ୧୭ ହଜାର ୮୧୭ ଜଣଙ୍କୁ ସୁରକ୍ଷିତ ସ୍ଥାନାନ୍ତରିତ କରାଯାଇଛି | ଆବଶ୍ୟକ ପଡିଲେ ଅଧିକ ସ୍ଥାନାନ୍ତର କରାଯିବ| ୨୧୯୮ ଜଣ ଗର୍ଭବତୀଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥାନାନ୍ତର କରାଯାଇଛି, ଆଉ ୬୧୫ ଜଣଙ୍କୁ ସ୍ଥାନାନ୍ତର କରିବା ପାଇଁ ଚିହ୍ନଟ କରାଯାଇଛି | ସମସ୍ତ ବିଭାଗଗୁଡିକୁ କ୍ଷୟକ୍ଷତି ଆକଳନ ପାଇଁ ନଜର ରଖିବାକୁ ନିର୍ଦେଶ ଦିଆଯାଇଛି |

କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଫୋନ ଯୋଗେ କଥା ହୋଇଛନ୍ତି, ଓଡିଶାରେ ପ୍ରଭାବ ପ୍ରସଙ୍ଗରେ ସମସ୍ତ ତଥ୍ୟ ଅବଗତ କରିଥିଲି | ବିଶେଷ କ୍ଷୟକ୍ଷତି ହୋଇନଥିଲେ ଆନ୍ଧ୍ର ପ୍ରଦେଶ ଓ ଓଡିଶା ବନ୍ଦ କରାଯାଇଥିବା ଟ୍ରେନ, ଆସନ୍ତାକାଲିଠାରୁ ଚଳାଚଳ କରାଯିବ | ବାତ୍ୟା ପରିଚାଳନା କ୍ଷେତ୍ରରେ ଆମର ଟ୍ରାକ ରେକର୍ଡ ଭଲ ରହିଛି | ସରକାର ସଜାଗ ଅଛନ୍ତି | ଜିରୋ କାଜୁୟାଲିଟିକୁ ଗୁରୁତ୍ୱ ଦେଉଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ, ଭୀଷଣ ବାତ୍ୟା ମୋନ୍ଥାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି ରହିଛି। ଆନ୍ଧ୍ର ପଦେଶର କାକିନାଡ଼ା ଦେଇ ସ୍ଥଳଭାଗ ଛୁଇଁବ ଏହି ସାମୁଦ୍ରିକ ଝଡ଼। ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ୩ରୁ ୪ ଘଣ୍ଟା ଜାରି ରହିବ। ପ୍ରଭାବରେ ପବନର ବେଗ ୯୦ରୁ ଓ ୧୦୦ କିମି ପର୍ଯ୍ୟନ୍ତ ରହିଛି। ବେଳେ ବେଳେ ଝଟକାରେ ପବନର ବେଗ ୧୧୦ କିମି ରହିଛି। ବାତ୍ୟା ସ୍ଥଳଭାଗ ଛୁଇଁବା ପରେ କ୍ରମଶଃ ଦୁର୍ବଳ ହେବ ବୋଲି କହିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର।