ନୂଆଦିଲ୍ଲୀ: ରାଜ୍ୟସଭା ଉପନିର୍ବାଚନ ଏବଂ ମହାରାଷ୍ଟ୍ର ବିଧାନ ପରିଷଦ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାଁ ଜାରି କରିଛି । ଦଳ ପକ୍ଷରୁ ଉତ୍ତରାଖଣ୍ଡ ଏବଂ ପଶ୍ଚିମବଙ୍ଗରେ ଖାଲି ଥିବା ସିଟ୍ ସହ ମହାରାଷ୍ଟ୍ରର ସ୍ନାତକ ଏବଂ ଶିକ୍ଷକ ନିର୍ବାଚନ କ୍ଷେତ୍ର ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ବେଙ୍ଗଲ ଅଭିନେତ୍ରୀ କୋୟଲ ମଲ୍ଲିକ ପଶ୍ଚିମବଙ୍ଗରୁ ରାଜ୍ୟସଭା ଉପନିର୍ବାଚନରେ ବିଜେପିର ପ୍ରାର୍ଥୀ ହେବେ । ସେହିପରି ଉତ୍ତରାଖଣ୍ଡ ପାଇଁ ବିଜେପି ଦିନେଶ ଆର୍ଯ୍ୟଙ୍କ ନାଁ ଘୋଷଣା କରିଛି । ଅକ୍ଟୋବର ୧୬ରେ ଏହି ଖାଲି ଆସନ ପାଇଁ ଉପନିର୍ବାଚନ ହେବ ।

ଉଲ୍ଲେଖଯୋଗ୍ୟ ଯେ କୋୟଲ ମଲ୍ଲିକଙ୍କୁ ଟିଏମସି ରାଜ୍ୟସଭା ପଠାଇଥିଲା । ରାଜ୍ୟସଭା ସାଂସଦ ଭାବେ ସେ ଶପଥ ନେଇଥିଲେ । ତେବେ କିଛି ମାମ ପରେ ସେ ନିଜ ପଦରୁ ଇସ୍ତଫା ଦେଇଥିଲେ । ଜୁଲାଇ ୧୬ରେ ସେ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ନିଜ ଇସ୍ତଫା ପତ୍ର ପଠାଇଥିଲେ ।

ୟୋକଲ ମଲ୍ଲିକଙ୍କ ପ୍ରକୃତ ନାଁ ରୁକମଣି ମଲ୍ଲିକ । ବଙ୍ଗାଳୀ ସିନେମାର ପ୍ରସିଦ୍ଧ ଅଭିନେତା ରଞ୍ଜୀତ୍ ମଲ୍ଲିକ ଏବଂ ତାଙ୍କ ପତ୍ନୀ ଦୀପା ମଲ୍ଲିକଙ୍କ ଝିଅ । ଫିଲ୍ମ ପରିବାରରୁ ଆସୁଥିବା କୋୟଲ୍ ବଙ୍ଗାଳୀ ଫିଲ୍ମ ଇଣ୍ଡଷ୍ଟ୍ରୀରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ପରେ ସେ ଟିଏମସିରେ ଯୋଗ ଦେଇ ରାଜ୍ୟସଭା ପହଞ୍ଚିବା ପରେ ରାଜନୀତିରେ ସକ୍ରିୟ ହୋଇଥିଲେ । କୋୟଲଙ୍କ ଇସ୍ତଫା ପରେ ପଶ୍ଚିମବଙ୍ଗର ରାଜ୍ୟସଭା ଆସନ ଖାଲି ହୋଇଥିଲା । ଏବେ ଏହି ଆସନ ପାଇଁ ଅକ୍ଟୋବର ୧୬ରେ ଉପନିର୍ବାଚନ ହେବ । ଏବେ କୋୟଲ ବିଜେପି ପ୍ରାର୍ଥୀ ଭାବେ ଏହି ଉପନିର୍ବାଚନରେ ଓହ୍ଲାଇବେ ।

 

ଦିନେଶ ଆର୍ଯ୍ୟଙ୍କୁ ଉତ୍ତରାଖଣ୍ଡରୁ ରାଜ୍ୟସଭା ନିର୍ବାଚନ ପାଇଁ ମନୋନୀତ କରାଯାଇଛି । କେନ୍ଦ୍ରୀୟ ନିର୍ବାଚନ କମିଟି ତାଙ୍କ ନାମାଙ୍କନକୁ ଅନୁମୋଦନ କରିଛି । ଦିନେଶ ଆର୍ଯ୍ୟ ନୈନିତାଲ ଅଞ୍ଚଳର । ସେ ବର୍ତ୍ତମାନ ରାଜ୍ୟସ୍ତରୀୟ ପାନୀୟ ଜଳ ମନିଟରିଂ ପରିଷଦର ଉପାଧ୍ୟକ୍ଷ ଭାବରେ କାର୍ଯ୍ୟ କରନ୍ତି ଏବଂ ତାଙ୍କୁ ରାଷ୍ଟ୍ରମନ୍ତ୍ରୀ ପ୍ୟାହା ମିଳିଛି । ବିଜେପି ଏବେ ତାଙ୍କୁ ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନେଇଛି ।

୧୨ଟି ରାଜ୍ୟସଭା ଆସନ ପାଇଁ ଅକ୍ଟୋବର ୧୬ରେ ନିର୍ବାଚନ

ଅକ୍ଟୋବର ୧୬ରେ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ ଏବଂ ପଶ୍ଚିମବଙ୍ଗର ମୋଟ ୧୨ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଏଥିରେ ଉତ୍ତର ପ୍ରଦେଶର ୧୦ଟି ଏବଂ ଉତ୍ତରାଖଣ୍ଡର ଗୋଟିଏ ଆସନ ରହିଛି । ଏହି ଆସନଗୁଡ଼ିକର ବର୍ତ୍ତମାନର ସଦସ୍ୟଙ୍କ କାର୍ଯ୍ୟକାଳ ନଭେମ୍ବର ୨୫ରେ ଶେଷ ହେଉଛି । ଏହା ସହିତ, ପଶ୍ଚିମବଙ୍ଗର ଗୋଟିଏ ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ ।

୨୩ ତାରିଖରେ ମହାରାଷ୍ଟ୍ର ଏମଏଲସି ନିର୍ବାଚନ ପାଇଁ ଭୋଟ୍

ଏଥି ସହିତ ବିଜେପି ଆଗାମୀ ମହାରାଷ୍ଟ୍ର ବିଧାନ ପରିଷଦ ନିର୍ବାଚନ ପାଇଁ ତିନି ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଏହି ଆସନଗୁଡ଼ିକ ପାଇଁ ଭୋଟ୍ ଅକ୍ଟୋବର ୨୩ ତାରିଖରେ ହେବ ଏବଂ ଗଣତି ଅକ୍ଟୋବର ୨୭ ତାରିଖରେ ହେବ ।

ଡକ୍ଟର ସ୍ମିତା ଯୋଗେଶ ଯାଧବ: ପୁଣେ ଡିଭିଜନ (ସ୍ନାତକ ନିର୍ବାଚନମଣ୍ଡଳୀ)

ସୁଧାକର ଭିଥାଲରାଓ କୋହଲେ: ନାଗପୁର ଡିଭିଜନ (ସ୍ନାତକ ବିଧାନସଭା)

କୌସ୍ତୁଭ ମୁରଲୀଧର ଗାୱାଡେ: ପୁଣେ ଡିଭିଜନ (ଶିକ୍ଷକ ବିଧାନସଭା)