ବିଜେପି ସରକାରକୁ ଆସିଲେ କାମ ସବୁ ହାତକୁ, ପାଣି ସବୁ କ୍ଷେତକୁ, ଛାତ ସବୁ ମୁଣ୍ଡକୁ : ଅପରାଜିତା

Published By : Prameya-News7 Bureau | May 09, 2024 IST

ଭୁବନେଶ୍ବର ୯।୫: ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ । କହିଲେ ବିଜେପି ସରକାରକୁ ଆସିଲେ ପ୍ରଥମେ କାର୍ଯ୍ୟ ହେବ କାମ ସବୁ ହାତକୁ, ପାଣି ସବୁ କ୍ଷେତକୁ, ଛାତ ସବୁ ମୁଣ୍ଡକୁ । ଓଡ଼ିଶାର ଅର୍ଥନୀତି ୱାନ ଟ୍ରିଲିୟନ ଡଲାର ହେବ ବୋଲି କହିଛନ୍ତି ଅପରାଜିତା । ବିଜେପି ସରକାରକୁ ଆସିବା ପରେ ଜଳ ଜୀବନ ମିଶନରେ ରାଜ୍ୟର ୨୬ ଲକ୍ଷ ଘରକୁ ପାଣି ଦିଆହେବ । ପାଇପ ପାଣି ପାଇଁ କେନ୍ଦ୍ର ୧୦ ହଜାର କୋଟି ଦେଲେ ଆଜି ଯାଏଁ ୪୨୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଯଦି ରାଜ୍ୟ ସରକାର ସକ୍ରିୟ ହୋଇଥାନ୍ତା ସବୁ ଟଙ୍କା ଖର୍ଚ୍ଚ କରି ଆହୁରି ମାଗିଥାନ୍ତେ, କେନ୍ଦ୍ର ବସିଛି ଟଙ୍କା ଦେବା ପାଇଁ । 

ସେହିପରି ପ୍ରଧାମନ୍ତ୍ରୀ ଆବାସ ଯୋଜନାରେ ୧୫ ଲକ୍ଷ ଘର ତିଆରି କରିବ ବିଜେପି । ବିଗତ ୨ ବର୍ଷ ଭିତରେ କେନ୍ଦ୍ର ବହୁ ସଂଖ୍ୟାରେ ଘର ଅନୁମୋଦନ ହେଲା କିନ୍ତୁ ରାଜ୍ୟ ସରକାର ଆବାସ ପୋର୍ଟାଲରେ ହିତାଧିକାରୀଙ୍କ ତଥ୍ୟ ଦେଇ ପାରିଲେନି । କିନ୍ତୁ ବିଜେପି ଆସିଲେ ସବୁ କାମ ନିର୍ଦ୍ଧିଷ୍ଟ ସମୟ ସୀମା ଭିତରେ ସରିବ । ବିଜେପି ସରକାର ହେଲେ ମଧ୍ୟ, ଉତ୍ତର ଓ ଆଭ୍ୟନ୍ତରୀଣ ଓଡି଼ଶାରେ ୩ଟା କ୍ୟାନସର ହସ୍ପିଟାଲ ହେବ । ସବୁ ସୁଗାର ମିଲ୍ ଖୋଲିବ । ଅଢେଇ ଲକ୍ଷ କୋଟି ଟଙ୍କାର ଘରୋଇ ନିବେଶ ଓଡିଶାକୁ ଆଣିବ ବିଜେପି । ୩ଟି ଟେକ୍ସଟାଇଲ ମିଲ୍ ଆଉ ୭ଟି ସ୍ପିନିଂ ମିଲ୍ ବିଜେଡି ବନ୍ଦ କରିଛି । ବିଜେପି ସରକାରକୁ ଆସିଲେ ଏସବୁ ଖୋଲିବ । ମେକ୍ ଇନ୍ ଓଡିଶା କରି ରାଜ୍ୟ ସରକାର କହିଲେ ଦେଢ଼ ଲକ୍ଷ ନିଯୁକ୍ତି ଦେବେ ହେଲେ ହେଲା ନାହିଁ । ଶିକ୍ଷକଙ୍କ ପାଇଁ ସମାନ କାମକୁ ସମାନ ଦରମା ଦେବ ବିଜେପି ସରକାର । ଗର୍ଭବତୀ ମହିଳାଙ୍କ ନେବା ଆଣିବା ପାଇଁ ଆମ୍ବୁଲାନ୍ସ ପାଇଁ ସୁଗମ ଯୋଜନା ଆରମ୍ଭ କରିବ ବିଜେପି ସରକାର । ଅଙ୍ଗନବାଡି ଦିଦିଙ୍କର ମାସିକ ଦରମା ୧୨,୦୦୦ ଓ ହେଲପରଙ୍କ ଦରମା ୮୦୦୦କୁ ବଢାଇବ ବିଜେପି । ମୁଁ ମେଧାବୀ ଝିଅ ଯୋଜନାରେ ଝିଅ ଜନ୍ମ ହେଲେ ୨ ଲକ୍ଷ ଟଙ୍କା ମିଳିବ । ସୁଭଦ୍ରା ଯୋଜନାରେ ୫୦ ହଜାରର କ୍ୟାସ ଭାଉଚର ମହିଳାଙ୍କୁ ଦେବ ବିଜେପି ସରକାର । ସ୍କୁଲରେ ମିଡ୍ ଡେ ମିଲ୍ ସହ ଜଳଖିଆ ପାଇଁ ଆକୃତି ସଯୋଜନା ଆରମ୍ଭ ହେବ ।

You Can Read :

ରୋଡ୍ ଶୋ’ ପାଇଁ ଟ୍ରାଫିକ୍ କଟକଣା, ଦିନ ୨ଟାରୁ ମାଷ୍ଟର କ୍ୟାଣ୍ଟିନ-ବାଣୀବିହାର ଏବଂ ୪ଟାରୁ ବାଣୀବିହାର-ମାଷ୍ଟର କ୍ୟାଣ୍ଟିନ ଗାଡି ଚଳାଚଳ ମନା

 

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.