କିଏ ଏହି ଦିନେଶ ପ୍ରତାପ ସିଂ, ଯାହାଙ୍କୁ ରାୟବରେଲିରୁ ପ୍ରାର୍ଥୀ କଲା ବିଜେପି; ସୋନିଆ ଗାନ୍ଧୀଙ୍କ ବିରୋଧରେ ଲଢି ସାରିଛନ୍ତି ନିର୍ବାଚନ

Published By : Prameya-News7 Bureau | May 02, 2024 IST

ନୂଆଦିଲ୍ଲୀ: ଦୀର୍ଘ ଦିନର ଚର୍ଚ୍ଚା ପରେ ଶେଷରେ ବିଜେପି ଗୁରୁବାର ସଂଧ୍ୟାରେ ଉତ୍ତର ପ୍ରଦେଶର ରାୟବରେଲି ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଏଠାରେ ବିଜେପି ଦିନେଶ ପ୍ରତାପ ସିଂଙ୍କୁ ଟିକଟ ଦେଇଛି । ରାୟବରେଲିରେ ବିଜେପି ନିଜର ପୁରୁଣା ଚେହେରା ଉପରେ ବାଜି ଲଗାଇଛି । ଦିନେଶ ପ୍ରତାପ ସିଂ ବିଜେପିରୁ ବିଧାନ ପରିଷଦର ସଦସ୍ୟ ଏବଂ ୨୦୧୯ ଲୋକସଭାରେ ସୋନିଆ ଗାନ୍ଧୀଙ୍କ ବିରୋଧରେ ନିର୍ବାଚନ ଲଢି ସାରିଛନ୍ତି ।

୨୦୧୮ରେ କଂଗ୍ରେସ ଛାଡ଼ି ବିଜେପିକୁ ଆସିଥିବା ଦିନେଶ ପ୍ରତାପ ସିଂ ଉତ୍ତର ପ୍ରଦେଶ ସରକାରରେ ମନ୍ତ୍ରୀ । ପ୍ରଥମେ ୨୦୧୦ରୁ ୨୦୧୬ ଯାଏ, ପରେ ୨୦୧୬ରୁ ୨୦୨୨ ଯାଏ ସେ ଏମଏଲସି ଥିଲେ । ତୃତୀୟ ଥର ପାଇଁ ମଧ୍ୟ ୨୦୨୨ରେ ସେ ବିଜୟୀ ହୋଇଥିଲେ । ୟୁପିରେ ଯୋଗୀ ସରକାରରେ ବର୍ତ୍ତମାନ ସମୟରେ ଦିନେଶ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ଅଛନ୍ତି । 

୨୦୧୮ରେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିବା ଦିନେଶ ପ୍ରତାପ ସିଂଙ୍କୁ ପାର୍ଟି ରାୟବରେଲିରୁ ଟିକଟ ଦେଇଥିଲା । ୨୦୧୯ ଲୋକସଭା ନିର୍ବାଚନରେ ସେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଟକ୍କର ଦେଇଥିଲେ, କିନ୍ତୁ ବିଜୟୀ ହୋଇନଥିଲେ । ସୋନିଆଙ୍କୁ ୫୫.୮୦ ପ୍ରତିଶତ ଭୋଟ ମିଳିଥିଲା, ଅନ୍ୟପଟେ ଦିନେଶ ସିଂଙ୍କୁ ୩୮.୩୬ ପ୍ରତିଶତ ଭୋଟ ମିଳିଥିଲା । 

 

  • Lok Sabha Election 2024
  • Elections 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.