କୋଭିଶିଲ୍ଡ ପରେ କୋଭାକ୍ସିନ ଟିକାର ସାଇଡ୍‌ ଇଫେକ୍ଟ ନେଇ ଆସିଲା ରିପୋର୍ଟ: ଏକ ତୃତୀୟାଂଶ ଲୋକ ପ୍ରଭାବିତ

Published By : Prameya-News7 Bureau | May 16, 2024 IST

ନୂଆଦିଲ୍ଲୀ: ନିକଟରେ କୋଭିଡ୍ ଭ୍ୟାକ୍ସିନ ପ୍ରସ୍ତୁତ କରିଥିବା ବ୍ରିଟେନ୍ କମ୍ପାନୀ ଆଷ୍ଟ୍ରାଜେନିକା ଟିକାର ସାଇଡ୍ ଇଫେକ୍ଟ ନେଇ କୋର୍ଟରେ ସ୍ୱୀକାର କରିଥିଲା। ଏହାପରେ ସାରା ବିଶ୍ୱରେ ହଇଚଇ ସୃଷ୍ଟି ହୋଇଥିଲା। ଭାରତରେ ବି ଲୋକମାନଙ୍କ ମଧ୍ୟରେ ଭୟ ଦେଖା ଦେଇଥିଲା। ଆଷ୍ଟ୍ରାଜେନିକା ବଦ୍‌ନାମ ହେବା ପରେ ଭାରତ-ବାୟୋଟେକ୍‌ ନିଜର ଭ୍ୟାକ୍ସିନ କୋଭାକ୍ସିନକୁ ନେଇ ଡିଣ୍ଡିମ ପିଟିଥିଲା। କମ୍ପାନୀର ଟିକା ସମ୍ପୂର୍ଣ୍ଣ ସୁରକ୍ଷିତ, ଏଥିରେ କୌଣସି ସାଇଡ୍ ଇଫେକ୍ଟ ନାହିଁ ବୋଲି କମ୍ପାନୀ କହିଥିଲା। ହେଲେ ଏବେ ବିଏଚ୍‌ୟୁ ପକ୍ଷରୁ ହୋଇଥିବା ଗବେଷଣାରୁ ଯେଉଁ ତଥ୍ୟ ସାମ୍ନାକୁ ଆସିଛି ସେଥିରେ ଭାରତ ବାୟୋଟେକ୍‌ର ଦାବି କେତେ ସତ ସେ ନେଇ ପ୍ରଶ୍ନ ଉଠିଛି।

କୋଭାକ୍ସିନ ନେଇଥିବା ଏକ ତୃତୀୟାଂଶ ଲୋକଙ୍କ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ପାର୍ଶ୍ୱପ୍ରତିକ୍ରିୟା ଦେଇଛି ବିଏଚ୍‌ୟୁ ଗବେଷଣା ରିପୋର୍ଟରେ ଦର୍ଶାଇଛି। ଏହି ଗବେଷଣାରେ ୯୨୬ ସାମିଲ୍ ହୋଇଥିଲେ। ଏମାନଙ୍କ ମଧ୍ୟରୁ ଏକ ତୃତୀୟାଂଶଙ୍କ ଠାରୁ ଏଇଏସ୍‌ଆଇ(ଟିକା ନେବା ଦ୍ୱାରା ସୃଷ୍ଟି ହୋଇଥିବା ନୂଆ ଲକ୍ଷ୍ୟଣ ଓ ରୋଗ) ଦେଖା ଦେଇଥିଲା। ତେବେ ଅଧିକାଂଶ ଠାରେ ଉପର ସ୍ତରରେ ଶ୍ୱାସକ୍ରିୟା ଜନିତ ରୋଗ ସୃଷ୍ଟି ହୋଇଥିବା ଦେଖା ଦେଇଥିଲା। ସେହିପରି ଷ୍ଟ୍ରୋକ୍‌ ଓ ଗିଲ୍ଲନ ବାର୍ରେ ସିଣ୍ଡ୍ରୋମ୍ ଭଳି ମାରାତ୍ମକ ଲକ୍ଷଣ ଏକ ପ୍ରତିଶତ ଲୋକଙ୍କ ଠାରେ ଦେଖା ଦେଇଥିଲା। 

ଜାନୁଆରୀ ୨୦୨୨ରୁ ଅଗଷ୍ଟ ୨୦୨୩ ମଧ୍ୟରେ ଏହି ଗବେଷଣା କରାଯାଇଥିଲା। ଏଥିରେ କୋଭାକ୍ସିନ ନେଇଥିବା ୬୩୫ କିଶୋର, ୨୯୧ ବୟସ୍କଙ୍କୁ ସାମିଲ୍ କରାଯାଇଥିଲା। କିଶ୍ୱରଙ୍କ ଠାରେ ସାଧାରଣତଃ ଚର୍ମ ସବ୍‌କ୍ୟୁଟାନିଅସ ଡିଜ୍‌ଅର୍ଡର, ଜେନେରାଲ ଡିଜଅର୍ଡର୍ସ, ଏବଂ ନରଭସ ସିଷ୍ଟମ ଡିଜ୍ଅର୍ଡର ଦେଖା ଦେଇଥିଲା। ସେହିପରି ବୟସ୍କଙ୍କ ଠାରେ ଜେନେରାଲ ଡିଜ୍ ଅର୍ଡର୍,ମସକୁଲୋସ୍କେଲେଟାଲ ଡିଜଅର୍ଡର, ଏବଂ ନର୍ଭସ ସିଷ୍ଟମ ଡିଜ୍ ଅର୍ଡର ଆଦି ରୋଗ ସୃଷ୍ଟି ହୋଇଥିଲା। ଏବଂ ଯେଉଁମାନଙ୍କର ପୂର୍ବରୁ ଅନ୍ୟ କିଛି ରୋଗ ଥିଲା, ଟିକା ନେବା ପରେ ସେମାନଙ୍କର ମାମଲା ଆହୁରି ବଢ଼ିଯାଇଥିଲା ବୋଲି ରିପୋର୍ଟରେ କୁହାଯାଇଛି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.