ବିଳିବିଳଉଛନ୍ତି ? ନୂଆପଡ଼ା: ରବିବାର ଅପରାହ୍ଣ ୪ଟାରେ ସରିବ ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରଚାର। ଲାଗୁ ହେବ ନୀରବ ଅବଧି ବା ସାଇଲେନ୍ସ ପିରିୟଡ୍‌। ଏମିତିରେ ଶେଷ ଦିନରେ ଜୋରଦାର ହୋଇଛି ପ୍ରଚାର। ଖାଲି ପ୍ରଚାର ତ’ ନୁହେଁ, ରାଜନୈତିକ ଆରୋପ ପ୍ରତ୍ୟାରୋପ ବି ଜୋରଦାର ଦେଖିବାକୁ ମିଳିଛି। ଏହାରି ମଧ୍ୟରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଏକ ଆରୋପକୁ କାଉଣ୍ଟର କରିଛି ବିଜେଡି।

ପ୍ରକୃତରେ ରବିବାର ନିର୍ବାଚନୀ ପ୍ରଚାର ବେଳେ ମନମୋହନ ସାମଲ କହିଥିଲେ, ‘‘ବେଈମାନ, ଭୋଟ ଚୋରି କଥା କହି ଶସ୍ତା ରାଜନୀତି କରି ନିର୍ବାଚନ ବୈତରଣୀ ପାର ହେବାକୁ ଚେଷ୍ଟା କରୁଛନ୍ତି ବିରୋଧୀ । ଆମେ ନୂଆପଡ଼ାର ବିକାଶ ପାଇଁ ପ୍ରତିଶୃତିବଦ୍ଧ ନୁହେଁ ପ୍ରତିବଦ୍ଧ । ନୂଆପଡ଼ା ଏକ ନମ୍ବର ଜିଲ୍ଲା ହେବ ଏ କଥା ମୁଖ୍ୟମନ୍ତ୍ରୀ ଏବଂ ଆମ ଦଳ କହିଛି ।’’

ଆଉ ମନମୋହନଙ୍କ ଏହି ପ୍ରତିକ୍ରିୟାକୁ କାଉଣ୍ଟର କରିଛି ବିଜେଡି। ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି, ‘‘ବିଜେପି ନେତା କାହିଁକି ବିଳିବିଳଉଛନ୍ତି ?  ନୂଆପଡ଼ା ଉପନିର୍ବାଚନରେ ବେଈମାନ୍ ଶବ୍ଦ ତାଙ୍କ ମରମ ଜାଗାରେ ବାଜି ଯାଇଛି।’’ ଓଡ଼ିଶାରେ ଓଡ଼ିଆ ଅସ୍ମିତାର ସୁରକ୍ଷା କଥା କହିଲେ, ଓଡ଼ିଆ ଅସ୍ମିତା ସୁରକ୍ଷା ଦେଇନପାରିବା କଣ ବେଈମାନ ନୁହଁ ? ମହିଳା ସୁରକ୍ଷା ଦେଇନପାରିବା, ମିଶନ ଶକ୍ତିକୁ ଶକ୍ତିହୀନ କରିବା, ଚାଷୀକୂଳକୁ ଠକିବା, ଚାଷୀ ୟୁରିଆ ସାର ବ୍ଲାକରେ କିଣିଲେ କଣ ବେଈମାନ ନୁହେଁ କି? ଏବେ ଶୁଣାଯାଉଛି କିଛି ରେସନ କାର୍ଡ କଟିବେ,BSKY କାର୍ଡ ବନ୍ଦ କରିବା,ଦରଦାମ ବୃଦ୍ଧି ଯୋଗୁଁ ଖାଉଟି ହନ୍ତସନ୍ତ ହେଉଛନ୍ତି। ସୁନା ଦର ବଢିବା ଦ୍ଵାରା ସାଧାରଣ ଲୋକ ହନ୍ତସନ୍ତ ହେଉଛନ୍ତି, ଝିଅ ବାହାଘର କରିବା କଷ୍ଟକର ହୋଇପଡିଛି, ଭୋଟ ଚୋରି କରି ନିର୍ବାଚନ ଜିତିବା କ’ଣ ବେଈମାନ ନୁହେଁ ? କିଏ କାହା ସହ ବେଈମାନ କରିଛନ୍ତି ଏଥିରୁ ସ୍ପଷ୍ଟ ହେଉଛି ବୋଲି କହିଛନ୍ତି ବିଜେଡି ନେତା।