ଭୁବନେଶ୍ବର ୯୧୧: ନୂଆପଡ଼ା ଭୋଟରଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅପିଲ୍ । ନୂଆପଡ଼ା ଖରିଆର କୋମନାରେ ନବୀନଙ୍କ ସଭାରେ ସାମିଲ ହୋଇଥିବାରୁ ଦେଲେ ଧନ୍ୟବାଦ । ପଶ୍ଚିମ ଓଡ଼ିଶାର ଜଣେ ଟାଣୁଆ ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ନୂଆପଡ଼ାରେ ପ୍ରାର୍ଥୀ କରିଛି । ଆପଣଙ୍କ ସେବା କରିବା ପାଇଁ ନିର୍ଦ୍ଦେଶ ଦେଇଛି । ସୁଖ ଦୁଃଖର ସାଥୀ ହୋଇ ରହିବେ । ବିଜେପି ସରକାର ଆସିବା ପରଠାରୁ ମା’ ମାନଙ୍କ ଉପରେ ଅତ୍ୟାଚାର ବଢ଼ିଚାଲିଛି ‌। ଓଡ଼ିଶାର ସୁନାମ ନଷ୍ଟ ହେଉଛି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ବନ୍ଦ କରିଦେଲେ ରୋଗୀ ହଇରାଣ ହେଉଛିନ୍ତି । ଏ ସରକାର ମହିଳା ବିରୋଧୀ ଆଦିବାସୀ ବିରୋଧୀ ଓ ବିକାଶ ବିରୋଧୀ । ଆପଣମାନଙ୍କ ସହଯୋଗରେ ବିଜେପିର ପରାଜୟ ନୂଆପଡ଼ାରୁ ଆରମ୍ଭ ହେବ । ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଭୋଟ୍ ଦେବାକୁ ଅନୁରୋଧ କଲେ ନବୀନ ପଟ୍ଟନାୟକ ।